Posted inଖେଳ

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା ଯେ, ଭାରତ ସରକାର ଟିମ୍ ପାକିସ୍ତାନ ପଠାଇବାକୁ ମନ କରିଛନ୍ତି। ତେଣୁ ଭାରତ ପାଇଁ ଏକ ହାଇବ୍ରିଡ ମଡେଲ କରାଯାଇ ଟୁର୍ନାମେଣ୍ଟ କରାଯାଉ। ଯେତେବେଳେ କି ପାକିସ୍ତାନ ଏହାର ସୀମା ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ କରିବାକୁ ଅଧିକାର ପାଇଛି।

କିଛିଦିନ ତଳେ ଭାରତୀୟ ଦଳର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଜଣେ ପ୍ରଶଂସକ ପାକିସ୍ତାନ ନ ଯିବାର ପଛର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ସୂର୍ଯ୍ୟକୁମାର କହିଥିଲେ କି ଏହି ମାମଲା ଖେଳାଳୀମାନଙ୍କ ହାତରେ ନାହିଁ।

ବୁଧବାର ପାକିସ୍ତାନର ହ୍ୱାଇଟ-ବଲ୍ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ସୂର୍ଯ୍ୟକୁମାରଙ୍କ ମନ୍ତବ୍ୟ ଉପରେ ତାଙ୍କ ମତାମତ ପଚାରିଥିଲେ କିଛି ସାମ୍ବାଦିକ। ଏହାର ଜବାବରେ ରିଜୱାନ୍ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କୁ ପାକିସ୍ତାନରେ ପ୍ରଶଂସକଙ୍କ ତରଫରୁ ସ୍ୱାଗତ କରାଯିବ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ବୋର୍ଡ ଏବଂ ସରକାର ଶୀଘ୍ର ଏହି ପ୍ରସଙ୍ଗରେ ଏକ ନିଷ୍ପତ୍ତି ନେଇପାରିବେ।

“କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ସମସ୍ତେ ସ୍ୱାଗତଯୋଗ୍ୟ। ସମସ୍ତ ଖେଳାଳି ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଏହା ଆମର ନିଷ୍ପତ୍ତି ନୁହେଁ, ଏହା ପିସିବିର ନିଷ୍ପତ୍ତି। ଯାହା ନିଷ୍ପତ୍ତି ନିଆଯିବ, ଆଶା କରୁଛି ସେମାନେ ସମସ୍ତେ ଆଲୋଚନା କରିବେ ଏବଂ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଆମେ ଆଶାବାଦୀ ଯେ ଯଦି ଭାରତୀୟ ଖେଳାଳି ଆସିବେ ତେବେ ଆମେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବୁ।

ଅନ୍ୟପଟେ ଏକ ରିପୋର୍ଟରେ ଅନୁଯାୟୀ ଯଦି ଉଭୟ ବୋର୍ଡ ଏକ ନିରପେକ୍ଷ ଷ୍ଟାଡିୟମ ପାଇଁ ରାଜି ହେବେ ନାହିଁ, ତେବେ ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହୋଇପାରେ। ଏଥିସହିତ କିଛି ସହ କରୁଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦଳ ମଧ୍ୟରୁ କୌଣସି ଦଳ ବିନା ଅନୁଷ୍ଠିତ ହୋଇପାରେ, କିନ୍ତୁ ଏଭଳି ହେଲେ ଆଇସିସି ଏବଂ ଏହାର ଆୟ ଉପରେ ଏକ ବଡ଼ ଆର୍ଥିକ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri