Posted inଜାତୀୟ

ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍‌ରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ଆଠ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଏମାନେ ଉଦ୍ଧବ ଠାକରେଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି।

ଆଦିତ୍ୟ ଠାକରେଙ୍କ ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ପ୍ରତିକ୍ରିୟା ଦେଇଛନ୍ତି। ସେ ଆଦିତ୍ୟ ଠାକରେଙ୍କୁ ସେମାନଙ୍କ ନାମ କହିବା ପାଇଁ ଚ୍ୟାଲେଞ୍ଜ କରିଥିଲେ। ସେ ଠାକରେଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଦିତ୍ୟ ଠାକରେଙ୍କୁ ପରାମର୍ଶ ଦେଇ ସେ କହିଥିଲେ, କହିବା ପୂର୍ବରୁ ସେ ଅନୁସନ୍ଧାନ କରିବା ଉଚିତ୍‌। ଏତେ ଲୋକ ଚାଲିଗଲେ, ସେମାନେ କାହିଁକି ଫେରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜୁନ ୨୦୨୨ରେ ଶିବସେନାରେ ବିଭାଜନ ହୋଇଥିଲା। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ବିଦ୍ରୋହ କରିଥିଲେ ଏବଂ ଉଦ୍ଧବ ଠାକରେଙ୍କୁ ୨୯ ଜୁନ ୨୦୨୨ ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଆଦିତ୍ୟ ଠାକରେ କହିଛନ୍ତି, ବିଦ୍ରୋହୀମାନେ ଫେରି ଆସିବାକୁ ଚାହୁଁଛନ୍ତି କିନ୍ତୁ ଉଦ୍ଧବ ଠାକରେ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ସେମାନଙ୍କୁ କ୍ଷମା କରାଯାଇପାରିବ ନାହିଁ।
ଶିବସେନା ଭାଙ୍ଗିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଉଭୟ ଦଳ ପାଇଁ ବିଶ୍ୱସନୀୟତାର ପ୍ରଶ୍ନ ହୋଇ ରହିଛି। କଂଗ୍ରେସ ଏବଂ ଶରଦ ପାୱାରଙ୍କ ସହ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ ଏକନାଥ ଶିନ୍ଦେ ଭାଜପା ଏବଂ ଅଜିତ ପାୱାରଙ୍କ ସହ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri