Posted inଖେଳ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ: ପିସିବି’କୁ ଜଣାଇଲା ଆଇସିସି

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରି ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବର୍ତ୍ତମାନ ସରକାରଙ୍କ ପରାମର୍ଶ ଲୋଡିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା ଦର୍ଶାଇ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନ ଯିବାର ନିଷ୍ପତ୍ତି ନେଇ ଆଇସିସିକୁ ଶନିବାର ଇ ମେଲ୍‌ କରିଥିଲେ।

ରବିବାର ଆଇସିସି ଏହି ଘଟଣା ସମ୍ପର୍କରେ ପିସିବିକୁ ଇ ମେଲ୍‌ କରିଥିଲା। ରବିବାର ପିସିବି ପକ୍ଷରୁ ଇମେଲ ମିଳିଥିବା ନେଇ ସ୍ବୀକାର କରାଯାଇଥିଲା। ଇ ମେଲ ମିଳିବା ପରେ ପିସିବି ଏହି ଘଟଣା ସମ୍ପର୍କରେ ପାକିସ୍ତାନ ସରକାରଙ୍କ ପରାମର୍ଶ ଲୋଡିଛି। ପିସିବିର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏହା ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରୁଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ଦଳ ଗସ୍ତ ନ କରିବା ନେଇ ପ୍ରାରମ୍ଭିକ ରିପୋର୍ଟ ଆସୁଥିବା ବେଳେ ଟୁର୍ନାମେଣ୍ଟ ହାଇବ୍ରିଡ୍‌ ମଡେଲରେ ଖେଳାଯିବା ନେଇ ଆଲୋଚନା ମଧ୍ୟ ହେଉଥିଲା। ତେବେ ଶୁକ୍ରବାର ପିସିବି ମୁଖ୍ୟ ଏଭଳି କୌଣସି ଯୋଜନା ନ ଥିବା ନେଇ କହିଥିଲେ। ବିସିସିଆଇ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ଓ ସରକାରଙ୍କ ଠାରୁ ଅନୁମତି ମିଳୁ ନ ଥିବା ଦର୍ଶାଇ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ କରିବା ପାଇଁ ଚିଠି ଲେଖା ଯାଇଥିଲା।

ପୂର୍ବରୁ ୨୦୨୨ ଏସିଆ କପ୍‌ ପାକିସ୍ତାନରେ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ଯିବା ପାଇଁ ରାଜି ନ ହେବା କାରଣରୁ ପରବର୍ତ୍ତୀ ସମୟରେ ଏହା ହାଇବ୍ରିଡ୍‌ ମଡେଲରେ ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳା ଯାଇଥିଲା। ଉଭୟ ଦେଶ ମଧ୍ୟରେ୧୨ ବର୍ଷ ହେବ କୌଣସି ଦିନିକିଆ ଦ୍ୱିପାକ୍ଷିକ ସିରିଜ୍‌ ଖେଳା ଯାଇ ନ ଥିବା ବେଳେ ୧୭ ବର୍ଷ ହେବ ଟେଷ୍ଟ ସିରିଜ୍‌ ଖେଳା ଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri