Posted inଖେଳ

ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର

ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।
ଶାହା ବର୍ତ୍ତମାନ ବେଙ୍ଗାଲୁରୁର କର୍ନାଟକ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ ସେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ସେ ଟୁଇଟରରେ ଲେଖିଛନ୍ତି ଯେ, କ୍ରିକେଟରେ ଏକ ସ୍ମରଣୀୟ ଯାତ୍ରା ପରେ ଏହା ମୋର ଶେଷ ସିଜନ ହେବ। ବଙ୍ଗଳା ପକ୍ଷରୁ ରଣଜୀ ଟ୍ରଫିରେ ଖେଳୁଥିବାବେଳେ ଅବସର ନେବା ମୋ ପାଇଁ ଗୌରବର ବିଷୟ। ଚାଲ ଏହି ସିଜନକୁ ସ୍ବତନ୍ତ୍ର କରିବା ।

୨୦୨୨-୨୩ରେ ବଙ୍ଗଳା ଦଳ ସହ ବିବାଦ ହେତୁ ୩୯ ବର୍ଷୀୟ ଶାହା ଦଳରୁ ନିଜକୁ ଦୂରେଇ ରଖିଥିଲେ। କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (କ୍ୟାବ) ସଚିବ ଦେବବ୍ରତ ଦାସ ତାଙ୍କୁ ଖେଳରୁ ନିବୃତ୍ତ କରିବା ପାଇଁ ବାହାନା କରିଥିବା ଅଭିଯୋଗ କରିଥିଲେ। କିନ୍ତୁ ଏହି ସିଜନରେ ଶାହା ଦଳକୁ ଫେରି ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିଲେ।
ଶାହା ଭାରତ ପାଇଁ ୪୦ଟି ଟେଷ୍ଟ ଖେଳି ୧୩୫୩ ରନ ସ୍କୋର କରି ତିନୋଟି ଶତକ ଏବଂ ଛଅ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଦୀର୍ଘ ସମୟ ଧରି ଟିମ ଇଣ୍ଡିଆ ସହିତ ଜଡିତ ରହିଥିଲେ, କିନ୍ତୁ ଋଷଭ ପନ୍ତଙ୍କ ଆଗମନ ସହିତ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା, ଯଦିଓ ସେ ଅନେକ ଥର ଦ୍ୱିତୀୟ ୱିକେଟ କିପର ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ।

ସେ ଶେଷ ଥର ପାଇଁ ଡିସେମ୍ବର ୨୦୨୧ରେ ଭାରତ ପାଇଁ ଖେଳିଥିଲେ ଏବଂ ୨୦୨୩ରେ କେନ୍ଦ୍ରୀୟ ଚୁକ୍ତିରୁ ମୁକ୍ତ ହୋଇଥିଲେ।
ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ରିଟେନ କରି ନାହିଁ। ୨୦୦୮ରୁ ପ୍ରତି ସିଜନରେ ଆଇପିଏଲରେ ଖେଳିଥିବା ଅଳ୍ପ କିଛି ଖେଳାଳିଙ୍କ ମଧ୍ୟରୁ ଶାହା ଅନ୍ୟତମ। ସେ ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ଖେଳିଛନ୍ତି। ୨୦୧୪ ଫାଇନାଲରେ, ଯେତେବେଳେ ପଞ୍ଜାବ କିଙ୍ଗସ ରନର୍ସଅପ ଶେଷ କଲା, ଶାହା ୫୫ ବଲରୁ ଅପରାଜିତ ୧୧୫ସ୍କୋର କରି ଏକ ଐତିହାସିକ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri