Posted inଜାତୀୟ

ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର

ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍‌କୁ ଅପେକ୍ଷା କରିଥିଲେ। ଫୋନ୍‌ ଆସିଥିଲେ ସେ କରଓ୍ବା ଚଉଥ୍‌ ବ୍ରତ ଭାଙ୍ଗି ଖାଦ୍ୟ ଗ୍ରହଣ କରିଥାଆନ୍ତେ। କିନ୍ତୁ ଯେଉଁ କଲ୍‌ ଆସିଥିଲା, ତାହା ତାଙ୍କୁ ବିଧବା ସଜାଇଦେଲା। ‘ଶଶିଭୂଷଣ ଅବରୋଲ ଆଉ ନାହାନ୍ତି। ଗନ୍ଦେରବଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେ ନିହତ ହୋଇଛନ୍ତି’ ବୋଲି ଖବର ମିଳିବା ପରେ ରୁଚିଙ୍କ ପାଦତଳୁ ମାଟି ଖସିଯାଇଥିଲା। ଆର୍କିଟେକ୍ଚରାଲ ଡିଜାଇନର ଶଶୀ ହେଉଛନ୍ତି ଶ୍ରୀନଗର-ଲେହ ଜାତୀୟ ରାଜପଥରେ ନିର୍ମାଣାଧୀନ ଟନେଲରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ ଅନ୍ୟତମ।
ଟନେଲ ନିର୍ମାଣରେ ନିୟୋଜିତ ଟିମ୍‌ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍‌କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜମ୍ମୁର ତାଲାବ ତିଲ୍ଲୋ ବାସଭବନରେ ସୋମବାର ସକାଳେ ରୁଚି ନିଜ ୩ ବର୍ଷୀୟା ଝିଅଙ୍କୁ ଧରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ କରଓ୍ବା ଚଉଥ୍‌ ଉପବାସ କରିବା ସହ ମନ୍ଦିରକୁ ଯାଉଥିଲି। ସନ୍ଧ୍ୟାରେ ତାଙ୍କ ସହ କଥା ହୋଇଥିଲି। କୌଣସି ପ୍ରକାର ବିପଦ ଥିବା ନେଇ ସେ କିଛି କହି ନ ଥିଲେ। କିଛି ସମୟ କଥା ହେବା ପରେ ଘରକୁ ଫେରି ପୁଣି କଲ୍‌ କରିଥିଲି। ସେ ଫୋନ୍‌ ଉଠାଇ ନ ଥିଲେ। ଏହା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ସେ କଲ୍‌ବ୍ୟାକ୍‌ କରିବେ ବୋଲି ଅପେକ୍ଷା କରିଥିଲି, କିନ୍ତୁ କଲ୍‌ ଆସି ନ ଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି କିଛି ଜଣାଇ ନ ଥିଲେ। ଟିଭି ଦେଖି ସ୍ବାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଲି’ ବୋଲି ରୁଚି କହିଛନ୍ତି।
ରୁଚିଙ୍କ ସମ୍ପର୍କୀୟା ନଣନ୍ଦ ଦିବ୍ୟା କହିଛନ୍ତି, ଭାଉଜ ଉପବାସ ଭାଙ୍ଗିବାକୁ ମନା କରିଦେଇଥିଲେ। ତାଙ୍କ ଜୀବନ ଛାରଖାର ହୋଇଗଲା। କରଓ୍ବା ଚଉଥ ପର୍ବ ଆମପାଇଁ ଏକ ବିପର୍ଯ୍ୟୟର ଦିବସ ପାଲଟିଗଲା। ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି। ଶଶୀ ନିଜ ପରିବାରର ଜଣେ ମାତ୍ର ରୋଜଗାରିଆ ଥିଲେ। ସେ ଭାଉଜଙ୍କ ସହ ତାଙ୍କ ଝିଅ ଓ ଇଞ୍ଜିନିୟରିଂ ପଢ଼ୁଆ ପୁଅକୁ ଛାଡ଼ି ଚାଲିଗଲେ। ଶଶୀଙ୍କ ବାପା ପରିବାରକୁ ଆର୍ଥିକ ସହାୟତା ଓ ଝିଅ ଊର୍ବଶୀଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri