ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର ଜଣକ ଦିନରେ ପାଖାପାଖି ୮ରୁ ୧୦ ଘଣ୍ଟା ଅଫିସ୍‌ରେ ବା ଫିଲ୍‌ଡରେ ସମୟ ଅତିବାହିତ କରୁଥିବା ବେଳେ ଅଧ୍ୟାପକ ଜଣକ ଦିନକରେ ମାତ୍ର ୩ରୁ ୪ ଘଣ୍ଟା କ୍ଲାସ୍‌ ନେଇଥାଆନ୍ତି। ସମାନ ବେତନରେ ବା ଏତେ ସମୟର କାର୍ଯ୍ୟଭାରରେ ତାରତମ୍ୟ କାହିଁକି? ସରଳ ଉତ୍ତର ହେଉଛି ଅଧ୍ୟାପକଙ୍କର ବେତନଟି ତାଙ୍କୁ କେବଳ ୪ ଘଣ୍ଟା ଅଧ୍ୟାପନା ପାଇଁ ମିଳୁନାହିଁ। ବରଂ ମିଳୁଛି ତା’ ସହିତ ଆଉ ୫ ଘଣ୍ଟାର ନିଜସ୍ବ ଅଧ୍ୟୟନ ପାଇଁ। ଅର୍ଥାତ୍‌ ପ୍ରଥମେ ଅଧ୍ୟାପକ ଜଣକ ନିଜେ ବିଷୟଟିକୁ ଭଲ ଭାବେ ଅଧ୍ୟୟନ କରିବେ ଓ ତା’ପରେ ହିଁ ଛାତ୍ରମାନଙ୍କ ପାଖକୁ ଯିବେ ଅଧ୍ୟାପନା ପାଇଁ। ପ୍ରଥମେ ଅଧ୍ୟୟନ, ତା’ପରେ ଅଧ୍ୟାପନା। ଏ ଦୁଇଟି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱଭଳି। ସେଥିପାଇଁ କୁହାଯାଏ ଆଜିର ଶିକ୍ଷକ; ଶିକ୍ଷକ ହେବା ପୂର୍ବରୁ ପ୍ରଥମେ ପୂର୍ବଦିନରେ ଛାତ୍ରଟିଏ ମାତ୍ର। କାରଣ ‘ଶିକ୍ଷକ’ କେବଳ ଏକ ପଦବୀ ନୁହେଁ, ବରଂ ଏକ ଆଦର୍ଶ ଉପସ୍ଥାପନା।
ଶିକ୍ଷକଙ୍କ ଦ୍ୱାରା ପ୍ରଦତ୍ତ ଶିକ୍ଷା ଯୋଗୁଁ ଛାତ୍ର ମଧ୍ୟରେ ମାନବତ୍ୱର ବିକାଶ ସମ୍ଭବପର ହୋଇପାରେ। ବିଭିନ୍ନ ନିମ୍ନମାନର ଗୁଣ ଯଥା କାମ, ଲୋଭ, ମୋହ ଆଦିକୁ ଆମଠାରୁ ଦୂରେଇ ନେଇ ତା’ ପ୍ରତିବଦଳରେ ଉଚ୍ଚମାନର ଗୁଣ, ସ୍ନେହ, ମମତା, ଶ୍ରଦ୍ଧା ଏବଂ ଆନନ୍ଦ ଇତ୍ୟାଦିର ବାଟକୁ କଢ଼ାଇନିଏ ସେହି ଶିକ୍ଷା। ଉଚ୍ଚତର ମାନର ଶିକ୍ଷା ପ୍ରାପ୍ତି ଦ୍ୱାରା ଛାତ୍ରଟିର ତ୍ରିସ୍ତରୀୟ ବିକାଶ ସମ୍ଭବପର ହୋଇପାରିଥାଏ। ପ୍ରଥମଟି ହେଉଛି ବୌଦ୍ଧିକ ସତ୍ତା, ତପତ୍ରେ ମାନସିକ ସତ୍ତା ଏବଂ ସର୍ବୋପରି ଆଧ୍ୟାମତ୍ିକ ସତ୍ତାର ବିକାଶ।
ବୌଦ୍ଧିକ ସତ୍ତା କହିଲେ ସିଧାସଳଖ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୁଝାଇଥାଏ। ଏଥିରେ ରହିଥାଏ ଛାତ୍ରର ଯୁକ୍ତି କରିବାର କ୍ଷମତା, ସମସ୍ୟା ସମାଧାନର ପ୍ରବୃତ୍ତି ଏବଂ ସ୍ମୃତିଶକ୍ତି ଇତ୍ୟାଦି। ଆମର ସାମ୍ପ୍ରତିକ ଶିକ୍ଷା ପଦ୍ଧତି କେବଳ ଏହି ବୌଦ୍ଧିକ ଧୀ ଶକ୍ତିର ବିକାଶ ଉପରେ ଗୁରୁତ୍ୱାରୋପ କରିଚାଲିଛି। ଅନ୍ୟପକ୍ଷରେ ବୌଦ୍ଧିକ ସତ୍ତାଠାରୁ ଏକ ଉପରିସ୍ଥ ସ୍ତରର ମାନସିକ ସତ୍ତା ପାଇଁ ତ ପ୍ରଚେଷ୍ଟା ଶୂନ୍ୟ ରହିଛି। ମାନସିକ ସତ୍ତାର ବିକାଶ ଦ୍ୱାରା ଆମେ ପୁସ୍ତକନିହିତ ବିଦ୍ୟା ସହିତ ଅନ୍ୟମାନଙ୍କର ସମ୍ବେଦନଶୀଳତା ଓ ଚରିତ୍ରକୁ ବୁଝିବା ସଙ୍ଗେ ସଙ୍ଗେ ନିଜସ୍ବ ଲକ୍ଷ୍ୟକୁ ସାଧନ କରିପାରୁ। ଏହି ଦୟା, ମମତା, କ୍ଷମା ଆଦି ସତ୍‌ ଚରିତ୍ରର ଶିକ୍ଷା ଆଜିର ସମାଜରେ ଧୀରେ ଧୀରେ ବିଲୁପ୍ତପ୍ରାୟ। କୋଡ଼ିଏ ତିରିଶ ବର୍ଷ ପୂର୍ବରୁ ଜଣେ ଉଚ୍ଚ ଶିକ୍ଷିତ ନିଜେ ଭଲ ମଣିଷ ହେବାର ସାକ୍ଷ୍ୟ ପ୍ରଦାନ କରୁଥିଲେ କେବଳ ନିଜ ଦୈନନ୍ଦିନ ବ୍ୟବହାର ମାଧ୍ୟମରେ। କିନ୍ତୁ ମାନସିକ ସତ୍ତାର ଅଭାବ ହେତୁ ଉଚ୍ଚଶିକ୍ଷିତ ଏବଂ ସୁମାନବ ଏ ଦୁଇଟି ଶବ୍ଦ ମଧ୍ୟରେ ବ୍ୟବଧାନ ଆଜି କ୍ରମବର୍ଦ୍ଧିଷ୍ଣୁ। ୨୦୨୫ରେ ଏହାର ଉଦାହରଣ ଆମେ ଦେଖିଛୁ ନୂଆଦିଲ୍ଲୀରେ ହୋଇଥିବା ଆମତ୍ଘାତୀ ବୋମା ବିସ୍ଫୋରଣ ପ୍ରେକ୍ଷାପଟରେ। ରାକ୍ଷସରୂପୀ ସେହି ଆତଙ୍କବାଦୀମାନଙ୍କର ଶିକ୍ଷାଗତ ଯୋଗ୍ୟତା କିଛି କମ୍‌ ନ ଥିଲା। ସମସ୍ତେ ଥିଲେ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟମାନଙ୍କର ଡାକ୍ତରୀ ଏବଂ ସ୍ନାତକୋତ୍ତର ଛାତ୍ର! କିନ୍ତୁ ଅଭାବ ରହିଥିଲା ନିତାନ୍ତ ଆବଶ୍ୟକୀୟ ମାନବିକତାର।
ଏହି ବୌଦ୍ଧିକ ଏବଂ ମାନସିକ ବିଦ୍ୟାର ସମତୁଲତା ସମ୍ଭବ ହୋଇପାରିବ, ସର୍ବୋପରି କେବଳ ଆଧ୍ୟାମତ୍ିକ ଜ୍ଞାନର ଆହରଣ ଦ୍ୱାରା। ଲକ୍ଷ୍ୟ କରନ୍ତୁ, ୫୦ରୁ ୮୦ ବା ତଦୂର୍ଦ୍ଧ୍ୱ ବ୍ୟକ୍ତି ରାମାୟଣ, ମହାଭାରତ ଆଦି ପୁରାଣର ଶ୍ଳୋକାଦିକୁ ବ୍ୟାଖ୍ୟା କରିବା ସହିତ ନିଗୂଢ଼ ତତ୍ତ୍ୱର ଅବତାରଣା ସହଜରେ କରିଦେବେ। ପୁଣି ଆମ ପୂର୍ବପିଢ଼ିର ଅର୍ଥାତ୍‌ ବର୍ତ୍ତମାନର ୩୫ରୁ ୫୦ ବୟସ ଛୁଇଁଥିବା ବ୍ୟକ୍ତିମାନେ ମଧ୍ୟ ସେହି ରାମାୟଣ ଓ ମହାଭାରତକୁ କିଛି ମାତ୍ରାରେ ବୁଝାଇଦେବେ। ଅଥଚ ଏବେର ୧୦ରୁ ଆରମ୍ଭ କରି ୩୦ ବର୍ଷର ବାଳକ, କିଶୋର ଏବଂ ଯୁବପିଢ଼ି ସମାଜରେ ପୌରାଣିକ ଜ୍ଞାନର ଏକ ହାରାହାରି ଆକଳନ କଲେ ତାହା ଶୂନ୍ୟର ଅତି ନିକଟକୁ ଯିବ! ପୁରାଣ ଅଧ୍ୟୟନର ମାତ୍ରା ଖୁବ୍‌ କମ୍‌। ଆଧ୍ୟାମତ୍ିକ ସତ୍ତାର ବିକାଶ ପୁଣି କେବଳ ପୌରାଣିକ ପୁସ୍ତକ ଅଧ୍ୟୟନରେ ସୀମିତ ନୁହଁ, ବରଂ ଦୈନନ୍ଦିନ କର୍ମରେ ତାହାକୁ ପ୍ରୟୋଗ କରିବା ଉଚିତ୍‌। ସଶସ୍ତ୍ର ଅର୍ଜୁନଙ୍କୁ ଆବଶ୍ୟକ ହୋଇଥିଲା ଆଧ୍ୟାମତ୍ିକ ଚେତନାର ଜ୍ଞାନ ଶ୍ରୀକୃଷ୍ଣଙ୍କଠାରୁ ଗୀତା ମାଧ୍ୟମରେ। ପୁଣି ନିଜେ ଭଗବାନ୍‌ ହୋଇ ପ୍ରଭୁ ଶ୍ରୀକୃଷ୍ଣ ଏବଂ ଶ୍ରୀରାମଚନ୍ଦ୍ର ଲୋଡ଼ିଥିଲେ ବିଭିନ୍ନ ସମୟରେ ସନ୍ଦୀପନି, ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଭଳି ଗୁରୁମାନଙ୍କଠାରୁ ଶିକ୍ଷାଲାଭ।
ଆଧୁନିକ ଭାରତର ଶିକ୍ଷା ବ୍ୟବସ୍ଥା ଚାରିତ୍ରିକ ଉତ୍ତରଣଧର୍ମୀ ନ ହୋଇ କେବଳ ମାର୍କ ଉତ୍ତରଣଧର୍ମୀ ହୋଇଯାଇଛି। କେଉଁଠାରେ ଛାତ୍ରଙ୍କ ଅଭାବ ତ କେଉଁଠି ବିଦ୍ୟାଳୟର ଅସହାୟତା। ବିଦ୍ୟାଳୟଟିଏ ଥିଲେ ମିଳୁନାହିଁ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଉପକରଣମାନ। ଯଦି ପାଠ୍ୟପୁସ୍ତକ, ପାଠ୍ୟ ଉପକରଣ ଓ ସ୍ମାର୍ଟ କ୍ଲାସ୍‌ରୁମ୍‌ ମିଳିଛି, ତେବେ ତାକୁ ବ୍ୟବହାରକାରୀ ଶିକ୍ଷକର ଅଭାବ। ସବୁ ରାଜ୍ୟର, ବିଭିନ୍ନ ବୋର୍ଡର ଶତକଡ଼ା ପାସ୍‌ହାର ବର୍ଷକୁ ବର୍ଷ ବଢ଼ୁଥିବା ବେଳେ ଶିକ୍ଷା ଏବଂ ଛାତ୍ରର ମାନ ସେହି ଅନୁପାତରେ ରହୁଛି କାହିଁ କେତେ ତଳେ। ଆଜିକାଲି ଘରେ ଘରେ ମିଳୁଥିବା ୯୦ ବା ତଦୂର୍ଦ୍ଧ୍ୱ ଶତକଡ଼ା ପ୍ରାପ୍ତ ଛାତ୍ରଟି ପୂର୍ବ ସମୟର ୬୦%ର ଛାତ୍ର ସାଙ୍ଗକୁ ବି ସରି ନୁହେଁ, ନା ଦୈନନ୍ଦିନ ଜୀବନର କୌଶଳତାରେ ନା ବୌଦ୍ଧିକ ନା ମାନସିକ କିମ୍ବା ଆଧ୍ୟାମତ୍ିକ ମାନଦଣ୍ଡରେ।
ଶିକ୍ଷା ଓ ସମାଜ ଗୋଟିଏ ଶଗଡ଼ର ଦୁଇଟି ଚକ ସଦୃଶ। ଗୋଟିଏ ହୁଗୁଳା ହେଲେ ଅନ୍ୟଟି ଭୁଶୁଡ଼ି ପଡ଼ିବ। ସରକାର ଶିକ୍ଷାଶୈଳୀକୁ ମୁଖସ୍ଥୀକରଣ ପରିବର୍ତ୍ତେ ପ୍ରୟୋଗାମତ୍କ କରିବାକୁ ଚେଷ୍ଟା କରନ୍ତୁ। ଶିକ୍ଷକମାନେ ପିଲାକୁ କେବଳ ପାସ୍‌ କରାଇବା ପାଇଁ ସିଲାବସ୍‌ ନ ପଢ଼ାଇ ବରଂ ପାଠ ପଢ଼ାନ୍ତୁ। କେବଳ ପୁସ୍ତକ କୀଟ ଛାତ୍ର ତିଆରି ନ କରି ପ୍ରଦର୍ଶନାମତ୍କ ତତ୍ତ୍ୱ ଉପରେ ଜୋର୍‌ ଦିଅନ୍ତୁ। ପିଲାଟି ଉଭୟ ତାତ୍ତ୍ୱିକ ଏବଂ ବ୍ୟବହାରିକ ବିଦ୍ୟାରେ ବ୍ରତୀ ହେଉ। ସୃଜନାମତ୍କ ଓ ସାରସ୍ବତ ସାଧନାରୂପୀ ଶିକ୍ଷା ପାଇଁ ଆମ ସମସ୍ତଙ୍କର ଶ୍ରଦ୍ଧା ବଜାୟ ରହୁ ଏବଂ ଭବିଷ୍ୟତରେ ତଦ୍ଦ୍ବାରା ଉତ୍ତମ ମାନବ ତଥା ଦେଶର ଗଠନ ହେଉ।
ମୋ : ୭୩୮୧୬୫୧୬୯୭

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?