Posted inଜାତୀୟ

ମେଣ୍ଟ ସରକାର ଗଢ଼ିବାକୁ ବିଜୟଙ୍କ ଉଦ୍ୟମ

ଚେନ୍ନାଇ,୬ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲଢ଼ିଥିବା ଅଭିନେତାରୁ ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍‌ (ଟିଭିକେ) ୧୦୮ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିବାବେଳେ ସଂଖ୍ୟାଗରିଷ୍ଠତାଠାରୁ ୧୦ ଆସନ ପଛରେ ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଟିଭିକେ ଅନ୍ୟ ଦଳ ସହ ମିଶି ମେଣ୍ଟ ସରକାର ଗଠନ ପାଇଁ ଉଦ୍ୟମ ଚଳାଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ୧୧୮।
ବିଜୟ ମଙ୍ଗଳବାର ସକାଳେ ନବନିର୍ବାଚିତ ଟିଭିକେ ବିଧାୟକମାନଙ୍କ ସହ ବୈଠକରେ ମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ। କଂଗ୍ରେସ, ଭିସିକେ (ବିଦୁତାଲାଇ ଚିରୁଥାଇଗଲ କାଟ୍‌ଚି), ସିପିଆଇ ଏବଂ ସିପିଆଇ(ଏମ୍‌) ସହ ମିଶି ସରକାର ଗଢ଼ିବାକୁ ବିଜୟ ଉଦ୍ୟମ ଚଳାଇଛନ୍ତି। କଂଗ୍ରେସ ୫ ଆସନରେ ବିଜୟୀ ହୋଇଥିବାବେଳେ ଭିସିକେ ୨, ସିପିଆଇ ୨ ଏବଂ ସିପିଆଇ(ଏମ୍‌) ୨ ଆସନରେ ଜିତିଛି। ଏହି ଦଳଗୁଡ଼ିକର ମୋଟ ୧୧ ବିଧାୟକଙ୍କୁ ନେଲେ ବିଜୟ ସରକାର ଗଠନ ପାଇଁ ସଂଖ୍ୟା ଜୁଟାଇପାରିବେ। ତେବେ ଉକ୍ତ ଦଳଗୁଡ଼ିକ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟରେ ରହିଥିବାରୁ ଟିଭିକେକୁ ସମର୍ଥନ କରିବାକୁ ହେଲେ ଉକ୍ତ ମେଣ୍ଟରୁ ବାହାରି ଆସିବାକୁ ପଡ଼ିବ।
ମେଣ୍ଟ ଗଠନ ଲାଗି ବିଜୟ କଂଗ୍ରେସ ସମେତ ଭିସିକେ, ସିପିଆଇ(ଏମ୍‌), ସିପିଆଇ ଏବଂ ଆଇୟୁଏମ୍‌ଏଲ୍‌ ସହ ଆଲୋଚନା କରିବାକୁ ଯୋଜନା କରୁଛନ୍ତି। ଖୁବ୍‌ଶୀଘ୍ର ଏହି ଦଳଗୁଡ଼ିକୁ ସେ ନିମନ୍ତ୍ରଣ ପଠାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଟିଭିକେ ସହ ମେଣ୍ଟ କରିବା ଲାଗି କେତେକ ଦଳ ସଙ୍କେତ ଦେଇଛନ୍ତି। ଲୋକେ ମେଣ୍ଟ ସପକ୍ଷରେ ଥିବା ଜଣାପଡ଼ୁଛି ବୋଲି ଭିସିକେ ମୁଖ୍ୟ ଥୋଲ ଥିରୁମାଭାଲାଭାନ କହିଛନ୍ତି। ରାଜ୍ୟରେ ଭିସିକେ ଏବଂ ବାମଦଳଗୁଡ଼ିକ ଧର୍ମନିରପେକ୍ଷ ମେଣ୍ଟରେ ରହିବେ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, କଂଗ୍ରେସ ମେଣ୍ଟ ସରକାରରେ ସାମିଲ ହେବାକୁ ଚାହିଁଲେ, ଏହାକୁ ୨ଟି ମନ୍ତ୍ରୀ ପଦ ମିଳିପାରେ। ସେହିପରି ଛୋଟ ଦଳଗୁଡ଼ିକୁ ଗୋଟିଏ ଲେଖାଏ ମନ୍ତ୍ରୀପଦ ଯଚାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?