ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର ଯୋଗ୍ୟତା ନାହିଁ କି ପ୍ରାଇଭେଟ କଲେଜରେ ପାଠ ପଢ଼ାଇବାକୁ ମୋ ବାପାଙ୍କ ପାଖରେ ସମ୍ବଳ ନାହିଁ। ମହାବୀର କର୍ଣ୍ଣଙ୍କର ସେହି କାଳଜୟୀ ସଂଳାପ ‘ଉଚ୍ଚ କୁଳରେ ଜାତ ହେବା ଦୈବର ଅଧୀନ’ କେତେ ସତ୍ୟ କେଜାଣି, କିନ୍ତୁ ଏକଥା ଆଦୌ ମିଥ୍ୟା ନୁହେଁ ଯେ ବର୍ତ୍ତମାନ ପାଠପଢ଼ାଠୁ ଆରମ୍ଭ କରି ସରକାରୀ ଚାକିରି ଯାଏ, ସବୁ କ୍ଷେତ୍ରରେ ସଂରକ୍ଷଣ ଯେମିତି କାୟା ବିସ୍ତାର କରିଛି, ସେଠି ଉଚ୍ଚଜାତିରେ ଜନ୍ମ ନେବା ଏକ ଦୈବୀ ଅଭିଶାପ।“ କେଇଦିନ ତଳେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଜାରି ୟୁଜିସି ନିର୍ଦ୍ଦେଶନାମା ଉପରେ ଏହା ଥିଲା ଜଣେ ଉଚ୍ଚଜାତିର ତରୁଣଙ୍କ ପ୍ରତିକ୍ରିୟା। ଲକ୍ଷ୍ୟ କରିବାର କଥା ଯେ ଆମ ସାମାଜିକ ବ୍ୟବସ୍ଥାରେ ସଂରକ୍ଷଣ ଏମିତି ଏକ ଦୁରାରୋଗ୍ୟ ବ୍ୟାଧି, ଯାହାର ଜ୍ୱାଳା ଓ ଜ୍ୱଳନକୁ ମଣିଷ ଯୁଗ ଯୁଗ ଧରି ସହ୍ୟ କରିଆସୁଛି। କେବଳ ପାଠପଢ଼ା ବା ଚାକିରି କ୍ଷେତ୍ରରେ ନୁହେଁ, ନିଜର ସର୍ବନିମ୍ନ ମୌଳିକ ଅଧିକାର ଉପଭୋଗ କରିବାରେ ବି ସଂରକ୍ଷଣ ରାମାୟଣ ଓ ମହାଭାରତ ଯୁଗରୁ ମଣିଷ ଜୀବନକୁ ପ୍ରଭାବିତ କରିଆସୁଛି। ଲାଗୁଛି ଏହି ମହାବ୍ୟାଧିରୁ କାହାର ଉପଶମ ନାହିଁ କି ଏହାର କିଛି ଉପଚାର ନାହିଁ।
‘ରାମରାଜ୍ୟ’ ଆଦର୍ଶ ଶାସନର ଉଜ୍ଜ୍ୱଳ ଉଦାହରଣ ଭାବେ କାଳ କାଳ ଧରି ସ୍ବୀକୃତ ହୋଇଆସିଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ପରି କେହି ରାଜା ନାହାନ୍ତି କି ରାମରାଜ୍ୟ ପରି ଆଦର୍ଶ ରାଜ୍ୟ କେଉଁଠି ନାହିଁ ବୋଲି ଲୋକମୁଖରେ ପ୍ରବାଦ ହୋଇ ରହିଆସିଛି। ଅଥଚ ତାଙ୍କ ରାଜ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣଙ୍କ ପାଇଁ ସଂରକ୍ଷିତ ଥିବା ଯଜ୍ଞକର୍ମ ଜଣେ ଦଳିତ ସମ୍ପାଦିତ କରିବାରୁ ତାକୁ ହତ୍ୟା କରିଥିଲେ ରାମ। ରାମାୟଣ ଯୁଗରେ ରାମଙ୍କ ପରି ଆଦର୍ଶ ରାଜାଙ୍କ ବିଚାରରେ ଯଜ୍ଞକର୍ମ ସମ୍ପନ୍ନ କରିବା ଜଣେ ଦଳିତ ପାଇଁ ଥିଲା ଏକ ବେଆଇନ କାର୍ଯ୍ୟ, ଯେଉଁଥିପାଇଁ ସେ ପାଇଥିଲା ମୃତ୍ୟୁଦଣ୍ଡ। ଯଜ୍ଞ ଭଳି ଏକ ବୈଦିକ କର୍ମ ଥିଲା ବ୍ରାହ୍ମଣଙ୍କ ପାଇଁ ସର୍ବସ୍ବତ୍ତ୍ୱ ସଂରକ୍ଷିତ ଓ ଜଣେ ଦଳିତର ଏଭଳି କର୍ମ କରିବାର ଅଧିକାରକୁ ସଂରକ୍ଷଣ ବିରୋଧୀ ବିଦ୍ରୋହ ଭାବେ ବିବେଚନା କରିଥିଲେ ରାଜା ରାମ।
ମହାଭାରତ ଯୁଗରେ ସଂରକ୍ଷଣ ନୀତି କିଛି ଭିନ୍ନ ନ ଥିଲା। ଯଦିଓ ଏହାର ଚିତ୍ରପଟ ଥିଲା ସମ୍ପୂର୍ଣ୍ଣ ବିପରୀତ। ଶାସ୍ତ୍ରଗୁରୁ ଦ୍ରୋଣଙ୍କ ଶିକ୍ଷାୟତନ ଥିଲା କେବଳ ରାଜପୁତ୍ରଙ୍କ ପାଇଁ ସଂରକ୍ଷିତ। ଦ୍ରୋଣଙ୍କ ଶିଷ୍ୟତ୍ୱ ପାଇଁ ରାଜକୁଳର ଦାୟାଦ ହେବା ପ୍ରାଥମିକ ଆବଶ୍ୟକତା। ଅତଏବ ତାଙ୍କଠୁ ଶିକ୍ଷା ଗ୍ରହଣ କରିବାକୁ ସୂତପୁତ୍ର କର୍ଣ୍ଣ ଓ ଶବରପୁତ୍ର ଏକଲବ୍ୟ ପାଣ୍ଡବ ପୁତ୍ରଙ୍କଠାରୁ ଅଧିକ ଯୋଗ୍ୟ ଥିଲେ ବି ସଂରକ୍ଷଣ ନୀତିର ଶିକାର ହୋଇ ଶିକ୍ଷାଲାଭରୁ ବଞ୍ଚତ୍ତ ହୋଇଥିଲେ। ନିଜ ନିଜ ଢଙ୍ଗରେ ସେ ଦୁହେଁ ଏହି ସଂରକ୍ଷଣ ନୀତିର ବିରୋଧ କରିଥିଲେ ଓ ନିଜ ଶକ୍ତିସାମର୍ଥ୍ୟର ଏମିତି ପ୍ରମାଣ ପ୍ରଦର୍ଶନ କରିଥିଲେ ଯେ ସେ କାଳରୁ ଏକାଳ ଯାଏ ସାରା ସଂସାର ସେ ଦୁହଁିଙ୍କର ଜୟଜୟକାର କରିଛି। ବିଶେଷତଃ ଦଳିତ ଏକଲବ୍ୟର ଦୃଷ୍ଟାନ୍ତନୀୟ ଗୁରୁଦକ୍ଷିଣା ତାଙ୍କ ବ୍ୟକ୍ତିତ୍ୱକୁ ମହିମାନ୍ବିତ କରିବା ସହ ଦ୍ରୋଣଙ୍କ ଗୁରୁପଣକୁ ଚିରକାଳ ଲଜ୍ଜିତ କରିଚାଲିଛି!!
ରାମାୟଣ ଓ ମହାଭାରତ ଯୁଗ ଥିଲା ରାଜତନ୍ତ୍ରର ଯୁଗ। ଏବେ ତ ଗଣତନ୍ତ୍ର। ଜଣଙ୍କ ପରିବର୍ତ୍ତେ ଗଣଙ୍କର, ଗଣଙ୍କ ପାଇଁ ଓ ଗଣଙ୍କ ଦ୍ୱାରା ଶାସନ। ଅଥଚ ଏଠି ବି ସଂରକ୍ଷଣରୁ ମୁକ୍ତି ନାହିଁ। ଦେଶ ସ୍ବାଧୀନ ହେଲା ପରେ ନ୍ୟାୟନୀତିର ଶାସନ ପରିଚାଳନା ପାଇଁ ଯେଉଁ ରାଷ୍ଟ୍ରନୀତି ବିଶାରଦଙ୍କ ହାତରେ ସମ୍ବିଧାନ ପ୍ରଣୟନ କରିବାର ଦାୟିତ୍ୱ ରହିଲା, ଅନଗ୍ରସର ଅନୁସୂଚିତ ଜାତି ଓ ଉପଜାତିର ଲୋକଙ୍କୁ ସାଧାରଣ ସହ ସମକକ୍ଷ କରିବାର ମହତ ଉଦ୍ଦେଶ୍ୟ ନେଇ ସେମାନେ ଦଶବର୍ଷ ପାଇଁ ସଂରକ୍ଷଣର ବିଧାନ ବ୍ୟବସ୍ଥା କରିଥିଲେ। ଅଥଚ ଦଶବର୍ଷ ଯାଇ ଅଶୀବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ‘ଅନ୍ୟ ଅନଗ୍ରସର ଜାତି’ ଆଦି ବହୁବିଧ ନାମ ଓ ଉପନାମ ନେଇ ସଂରକ୍ଷଣ ତାହାର ପକ୍ଷ ବିସ୍ତାର କରିଚାଲିଛି ସିନା ବିରାମ ନେବାର ନଁା ନେଉନାହିଁ।
ବଡ଼ ବିଚିତ୍ର ଏହି ସଂରକ୍ଷଣ ଭୂଗୋଳ ଓ ଇତିହାସ! ଗଣତନ୍ତ୍ରର ଗଣିତ ମଧ୍ୟରେ ପରିପୁଷ୍ଟ ଏହି ସଂରକ୍ଷଣ ଯେଉଁମାନଙ୍କ ହିତରେ ଅଭିପ୍ରେତ, ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଏହା କେଉଁ ଉପକାରରେ ଆସିଛି, ଏହାର ସମୀକ୍ଷା କେହି କରନ୍ତେ ହେଲେ! ସଂରକ୍ଷଣ ଜରିଆରେ କେତେଜଣ ଅନଗ୍ରସର ସ୍ବଚ୍ଛଳତା ଅର୍ଜନ କରି ଅଗ୍ରସର ତାଲିକାଭୁକ୍ତ ହୋଇଛନ୍ତି, ତାହାର ହିସାବ କେହି ଦିଅନ୍ତେ ହେଲେ! ଗୋଟିଏ ଅନଗ୍ରସର ପରିବାରର ପ୍ରଥମ ପିଢ଼ି ସଂରକ୍ଷଣର ଶିଡ଼ି ଚଢ଼ି ଅଗ୍ରସର ହୋଇସାରିଲା ପରେ ସେହି ପରିବାରର ପରବର୍ତ୍ତୀ ପିଢ଼ି ସଂରକ୍ଷଣ ସୁବିଧା ନ ପାଇବା ଉଚିତ ବୋଲି ମଝିରେ କଥା ଉଠିଥିଲା ା ସେ ସମ୍ପର୍କରେ କୌଣସି ବିଚାର ବିଶ୍ଳେଷଣ ହେବା ପୂର୍ବରୁ ପ୍ରତିକ୍ରିୟା ଓ ପ୍ରତିବାଦ ଏତେ ଉତ୍କଟ ହେଲା ଯେ ପ୍ରସ୍ତାବଟିକୁ ବାଟ ଭାଙ୍ଗି ଚାଲିଯିବାକୁ ତର ସହିଲା ନାହିଁ ା
ସଂରକ୍ଷଣର ପ୍ରଭାବ ଓ ପ୍ରତିଷ୍ଠା ମଧ୍ୟରେ ଗୋଟିଏ ପରିବାରର ଶିକ୍ଷକ ବାପାଙ୍କ ପୁଅ ବ୍ୟାଙ୍କ ଅଫିସର ହୁଅନ୍ତି ଓ ତାଙ୍କ ପୁଅ ଝିଅ ହୋଇପାରନ୍ତି ଡାକ୍ତର, ଇଞ୍ଜିନିୟର ଅବା ପ୍ରଶାସକ। ତିନି ପିଢ଼ିର ଜୀବନଯାତ୍ରା ମଧ୍ୟରେ ସେମାନଙ୍କ ପରିଚୟ ତ ବଦଳିଯାଏ, ତାହା ସହିତ ବଦଳିଯାଏ ସେମାନଙ୍କ ସାମାଜିକ ସ୍ଥିତି ଓ ଆର୍ଥିକ ସ୍ବଚ୍ଛଳତା ା କଳାହାଣ୍ଡି ବା କେନ୍ଦୁଝରରୁ କଟକ ବା ଭୁବନେଶ୍ୱର, ପୁଣି ଭୁବନେଶ୍ୱରରୁ ଦିଲ୍ଲୀ ବା ମୁମ୍ବାଇ ଭିତରେ ସେମାନେ ଆତଯାତ ହେଉଥିବା ବେଳେ ସେମାନଙ୍କ ପଡ଼ୋଶୀ ଥିବା ଅନ୍ୟ ଏକ ପରିବାରର ତିନିଟି ଯାକ ପିଢ଼ି ସେମିତି ଲଢ଼ି ଚାଲିଥାନ୍ତି ନିଜ ବୁନିୟାଦି ଦାରିଦ୍ର୍ୟ, ଅଶିକ୍ଷା ଓ ଅନଗ୍ରସରତା ସହ ା କେଉଁଠି ଦାନ ମାଝି ହୋଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ହସ୍ପିଟାଲରୁ ଗାଁକୁ ଫେରନ୍ତି ତ ଆଉ କେଉଁଠି ଜିତୁ ମୁଣ୍ଡା ରୂପରେ କବର ଖୋଳି ନିଜ ଭଉଣୀର କଙ୍କାଳ ବୋହି ବ୍ୟାଙ୍କକୁ ଦୌଡ଼ନ୍ତି ନିଜ ପ୍ରାପ୍ୟ ପାଇବା ପାଇଁ!! ଗତ ପଞ୍ଚସ୍ତରୀ ବର୍ଷରୁ ଊର୍ଦ୍ଧ୍ୱ କାଳଧରି ଏପରି ବୈଷମ୍ୟକୁ ପ୍ରତିନିୟତ ପ୍ରତ୍ୟକ୍ଷ କରୁଥିବା ତଥାକଥିତ ବ୍ୟବସ୍ଥା ନିୟନ୍ତ୍ରକ ଜନନାୟକମାନେ ଏ ସମ୍ପର୍କରେ କିଛି କହନ୍ତେ ଅବା କରନ୍ତେ ସିନା !
ଯେତେ ଅସ୍ବୀକାର କଲେ ବି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସଂରକ୍ଷଣ ଏମିତି ଏକ ସାମାଜିକ ବ୍ୟାଧି, ଯାହା ସମାଜର ଗୋଟିଏ ବର୍ଗର ଲୋକଙ୍କ ପାଇଁ ଲାଭଜନକ ହୋଇଥିବା ବେଳେ ଅନ୍ୟବର୍ଗର ଲୋକଙ୍କ ପାଇଁ ହୋଇଥାଏ ପ୍ରଚଣ୍ଡ ପୀଡ଼ାଦାୟକ ା
ବୃତ୍ତିଗତ ଜୀବନରେ ବିଭେଦ ସୃଷ୍ଟି କରିବା ଓ ପରସ୍ପର ମଧ୍ୟରେ ପ୍ରଚ୍ଛନ୍ନ ବିଦ୍ୱେଷକୁ ଜନ୍ମଦେବା ମୂଳରେ ଥାଏ ଏହି ସଂରକ୍ଷଣର ପ୍ରମୁଖ ଭୂମିକା ା
ଅନଗ୍ରସର କୁହାଯାଉଥିବା ଏକ ଜାତିରେ ଜନ୍ମ ନେଇଥିବା ଭାରତ ସରକାରଙ୍କ ଅଧୀନରେ ଜଣେ ବରିଷ୍ଠ ଅଧିକାରୀ ଏକଦା ଏହି ଲେଖକ ନିକଟରେ ପ୍ରକାଶ କରିଥିଲେ ବହୁଦିନରୁ ତାଙ୍କ ମନ ଭିତରେ ଅବରୁଦ୍ଧ ଥିବା ଏକ ଅବ୍ୟକ୍ତ ଅନୁଭବ ା କହୁଥିଲେ- ମୋ ସମଗ୍ର ବିଦ୍ୟାର୍ଥୀ ଜୀବନରେ ମୁଁ କେବେ ବି ଜଣେ ଅନଗ୍ରସର ଛାତ୍ର ଭାବେ ଗଣାଯାଇ ନାହିଁ ା ମୋ ପିତାଙ୍କର ସ୍ବଳ୍ପାର୍ଜିତ ସମ୍ବଳ ମଧ୍ୟରେ ବହୁବାର ଅଟକି ଯାଇଥିବା ମୋ ପାଠପଢ଼ାକୁ ବଡ଼ କଷ୍ଟରେ ଆଗକୁ ନେଇ ମୁଁ ମେକାନିକାଲ ଇଞ୍ଜିନିୟରିଂରେ ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଛି ା ଅଥଚ ମୋ ଯୋଗ୍ୟତା ବଳରେ ମୁଁ ଏହି ଚାକିରିରେ ନିଯୁକ୍ତ ହୋଇଥିଲେ ବି ମୋ ସମ୍ପର୍କରେ ସବୁ ମହଲରେ ଯେଉଁ ସାଧାରଣ ଅବଧାରଣାଟି ଖେଳି ବୁଲେ ତାହା ହେଉଛି ‘ମୁଁ କୁଆଡେ କୋଟାବାଲା’। ଆଃ, କେଡ଼େ ବେଦନାଭରା ମର୍ମଭେଦୀ ଏହି ଅନୁଭବ! କେହିହେଲେ ବୁଝନ୍ତେ ତ!!
-ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିଆଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?