ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ, ୭୦ ଆହତ

ଜେରୁଜେଲମ,୧୪।୧୦: ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। କୁହାଯାଉଛି ଯେ ଏଥର ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରିଛି। ଯେଉଁଥିରେ ୪ଜଣ ଇସ୍ରାଏଲ ସେନାଙ୍କର ମୃତ୍ୟୁ ହୋଇଛି। ଆହୁରି ମଧ୍ୟ କୁହାଯାଉଛି ଯେ ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଥିଲା। ଯେଉଁଥିରେ ୪ଜଣ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭୦ ସେନା ଆହତ ହୋଇଛନ୍ତି।

ଇସ୍ରାଏଲର ସାମରିକ ବେସ ଉପରେ ହେଜବୋଲ୍ଲାର ଆକ୍ରମଣ ପରେ ଆଇଡିଏଫ ଏହି ସୂଚନା ଦେଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ରବିବାର ରାତିରେ ଇସ୍ରାଏଲର ସାମରିକ ବେସରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ୪ଜଣ ସେନାଙ୍କର ମୃତ୍ୟୁ ହୋଇଛି। ଅନେକ ସେନା ଆହତ ହୋଇଥିବାବେଳେ। ଏହି ଆକ୍ରମଣରେ ନିହତ ସେନାଙ୍କ ପରିବାରକୁ ଆଇଡିଏଫ ସମବେଦନା ଜଣାଇଛି। ଏହା ସହିତ ସେ ପରିବାରର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଗୁଜବ ପ୍ରଚାର ନକରିବାକୁ ସେ ଅନୁରୋଧ କରିଥିଲେ। ଏହା ସହିତ ସେ ଆହତ ସେନାଙ୍କ ନାମ ଶେୟାର ନକରିବାକୁ ନିବେଦନ କରିଥିଲେ।
ସୋମବାର ସକାଳେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଇସ୍ରାଏଲ ସେନା କହିଛି ଯେ, ଗତକାଲି ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ୟୁଏଭି ଏକ ସେନା ବେସ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୪ସେନା ନିହତ ହୋଇଥିଲେ। ଆଇଡିଏଫ ଶୋକସନ୍ତପ୍ତ ପରିବାରଙ୍କ ସହ ଅଛି। ଦୁଃଖ ଏବଂ ସେମାନଙ୍କୁ ସମର୍ଥନ ଜାରି ରଖିବ। ସୋସିଆଲ ମିଡିଆ ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆହତ ସେନାଙ୍କୁ ନେଇ ଗୁଜବ କରିବା ଏବଂ ନାମ ଶେୟାର କରିବାକୁ ବାରଣ କରନ୍ତୁ ଏବଂ ପରିବାରକୁ ସମ୍ମାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri