Posted inଜାତୀୟ

୧୦୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ‘କନ୍‌ସର୍ନ ଓ୍ବାଲର୍‌ଡଓ୍ବାଇଡ୍‌’ ଏବଂ ‘ଓ୍ବେଲ୍‌ଥ ହଙ୍ଗର ଲାଇଫ୍‌’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ସିରିଜ୍‌ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ ସର୍ବାଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ, ତାହା ଉପରେ ଉକ୍ତ ବାର୍ଷିକ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଭାରତର ସ୍କୋର ୨୭.୩ ରହିଛି। କ୍ଷୁଧା ସମ୍ପର୍କିତ ସର୍ବେକ୍ଷଣ ପାଇଁ ପଦ୍ଧତି ଓ ସମୀକ୍ଷା ଡେଟାରେ ପରିବର୍ତ୍ତନ ଅଣାଯାଇଥିବାରୁ ୨୦୨୪ର ରିପୋର୍ଟକୁ ୨୦୨୩ ରିପୋର୍ଟ ସହିତ ପ୍ରତ୍ୟକ୍ଷ ଭାବେ ତୁଳନା କରାଯାଇପାରିବ ନାହିଁ। ତଥାପି ବିଗତ ବର୍ଷଗୁଡ଼ିକରେ କୁପୋଷଣ ଦେଇ ଗତି କରୁଥିବା ଭାରତର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜିଏଚ୍‌ଆଇ-୨୦୨୪ରେ ଦର୍ଶାଯାଇଛି। ଜିଏଚ୍‌ଆଇ-୨୦୧୬ ରେ ଭାରତର ସ୍କୋର ୨୯.୩ ରହିଥିଲା, ଯାହାକି ଗମ୍ଭୀର ସ୍ଥିତିକୁ ଦର୍ଶାଉଥିଲା। ଏହା ପୂର୍ବରୁ ୨୦୦୦ ଓ ୨୦୦୮ ମସିହାରେ ଭାରତର ସ୍ଥିତି ଯଥାକ୍ରମେ ୩୮.୪ ଓ ୩୫.୨ ରହିଥିଲା।
ଶିଶୁ କୁପୋଷଣରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ବିଶ୍ୱରେ ଦୁର୍ବଳ ସ୍ବାସ୍ଥ୍ୟଜନିତ ଶିଶୁଙ୍କ ମୃତ୍ୟୁ ଆଶଙ୍କା (ଚାଇଲ୍ଡ ଓ୍ବେଷ୍ଟିଂ) ହାର ୧୮.୭% ଥିବାବେଳେ ଷ୍ଟନିଂ ରେଟ୍‌ ବା କୁପୋଷଣ ଯୋଗୁ ବୟସ ତୁଳନାରେ ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବା ହାର ୩୫% ରହିଛି। ସେହିପରି ୫ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁହାର ୨.୯ ପ୍ରତିଶତ ରହିଥିବାବେଳେ କୁପୋଷଣ ହାର ୧୩.୭% ରହିଛି। ଭାରତରେ ଶିଶୁ ମୃତ୍ୟୁ ହାର ୨୦୦୦ ମସିହା ତୁଳନାରେ ବର୍ତ୍ତମାନ ବିଶେଷ ଉନ୍ନତି ଆସିପାରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୩୦ ସୁଦ୍ଧା କ୍ଷୁଧାମୁକ୍ତି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱରେ ୨୦୧୬ର କ୍ଷୁଧାହାର ହ୍ରାସ ପାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରୁ ଜଣାପଡ଼ିଛି। ୧୨୭ଟି ଦେଶକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଭାରତର ସ୍ଥାନ ୧୦୫ରେ ରହିଛି। ନେପାଳ ୬୮, ଶ୍ରୀଲଙ୍କା ୫୬ ଓ ବାଂଲାଦେଶ ୮୪ତମ ସ୍ଥାନରେ ରହିଛି। ଏହି ଦେଶଗୁଡ଼ିକର ସ୍ଥିତି ଭାରତଠାରୁ ଅପେକ୍ଷାକୃତ ଭଲ ରହକିଛି। ଅନ୍ୟପକ୍ଷେ ୧୦୯ତମ ସ୍ଥାନରେ ଥିବା ପାକିସ୍ତାନ ସମେତ ୪୨ଟି ରାଷ୍ଟ୍ର ଏବେ ମଧ୍ୟ ଅତ୍ୟନ୍ତ ଗମ୍ଭୀର ସ୍ତରରେ ରହିଛି। କ୍ଷୁଧା, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ଅସମାନତା, ଲିଙ୍ଗଗତ ହିଂସା ଆଦି ଯୋଗୁ କୁପୋଷଣ ଦୂର କରିବା ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଥିବାରୁ କ୍ଷୁଧାମୁକ୍ତି ଲକ୍ଷ୍ୟ ହାସଲ କରାଯାଇପାରି ନ ଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri