ବିଜେଡି ଉପାଧ୍ୟକ୍ଷଙ୍କ ଅଶାଳୀନ ମନ୍ତବ୍ୟର ଅଡ଼ିଓ ଭାଇରାଲ: ଭାଜପା ମହଲରେ ଅସନ୍ତୋଷ

ହାଟଡିହୀ,୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ବିଜେଡି ଉପାଧ୍ୟକ୍ଷ ଭାଜପା ଦଳ ବିରୋଧରେ ଅଶାଳୀନ ମନ୍ତ୍ରବ୍ୟ ଦେବା ତଥା ଅଶ୍ଳୀଳ ଭାଷାରେ ଗାଳି ଦେବା ନେଇ ଏକ ଅଡିଓ ଭାଇରାଲ ହେଉଛି। ଫଳରେ ଭାଜପା ମହଲରେ ଅସନ୍ତୋଷ ଏବଂ ଉତ୍ତେଜନା ଦେଖାଯାଇଛି। ଅଡ଼ିଓକୁ ନେଇ ଅଞ୍ଚଳରେ ଏବେ ରାଜନୈତିକ ଛକାପଞ୍ଝା ପରିସ୍ଥିତି ଉପୁଜିଛି।
ଅଡ଼ିଓରେ ଜଣାପଡ଼ିଛି, ହାଟଡ଼ିହୀ ବ୍ଲକ୍‌ ବିଜେଡି ଉପାଧ୍ୟକ୍ଷ ରତିକାନ୍ତ ରାଉତ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଭାଜପା ଦଳକୁ ତାତ୍ସଲ୍ୟ କରି ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି। ଅଡ଼ିଓକୁ ନେଇ ଆନନ୍ଦପୁର ଭାଜପା ବିଧାନସଭା ନେତା ଆଲୋକ ସେଠୀ, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ହରମୋହନ ଶାସିନୀ, ଏମ୍‌ପିଙ୍କ ବ୍ଲକ୍‌ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର କହିଛନ୍ତି, ବିନା କାରଣରେ ହାଟଡ଼ିହୀ ବ୍ଲକ୍‌ ବିଜେଡି ଉପାଧ୍ୟକ୍ଷ ରତିକାନ୍ତ ରାଉତ ଭାଜପା ଦଳକୁ ଗାଳି ଦେଉଥିବା ଅଡ଼ିଓ ଆମ ପାଖରେ ଅଛି। ସେ ନିଜ ସୀମା ଉଲ୍ଲଂଘନ କରିଛନ୍ତି l ଏପରି ଘଟଣାକୁ କଦାପି ବରଦାସ୍ତ କରାଯିବନି। ଏହାର ଜବାବ ଦିଆଯିବ। ବ୍ଲକ୍‌ ଉପାଧ୍ୟକ୍ଷ ରତିକାନ୍ତ ରାଉତ କହିଛନ୍ତି, ବଞ୍ଚୋ ସରପଞ୍ଚ ଅମର ରାଉତଙ୍କ ସହ ଫୋନ୍‌ରେ କଥା ହେଉଥିବା ବେଳେ ତାଙ୍କୁ ଅଗ୍ରହଣୀୟ କଥା କହିଥିଲେ। ଫଳରେ ସେ ତାଙ୍କୁ ଅସନ୍ତୋଷ ପ୍ରକାଶ କରି କିଛି କଥା କହିଥିଲେ। କୌଣସି ଦଳକୁ ସେ ଖରାପ ଭାଷାରେ ଗାଳି ଦେଇନାହାନ୍ତି। ସରପଞ୍ଚ ସବୁ ନାଟ ଲଗାଇଛନ୍ତି। ଭାଜପାର ପୂର୍ବତନ ଜିଲା ପରିଷଦ ପ୍ରାର୍ଥିନୀ ତୃପ୍ତିମୟୀ ଜେନା, ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ନାୟକ ଏବଂ ସୁଶାନ୍ତ ଜେନା କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ସରକାର ରହିଛି। ଭାଜପା ଦଳକୁ ଅଶ୍ଳୀଳ ଭାଷାରେ ଗାଳି ଦେବାର ଅର୍ଥ ହେଉଛି ସରକାର ଏବଂ ସର୍ବୋଚ୍ଚ ନେତାଙ୍କୁ ଗାଳି କରିବା। ଏପରି ଆଚରଣ ଅନୁଚିତ, ଏହାର ପ୍ରତି ଜବାବ ଦିଆଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri