Posted inଜାତୀୟ

ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ ହାତେଇ ପାରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍‌ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଏପରି ହୋଇନାହିଁ। ପୂର୍ବରୁ ୧୦ବର୍ଷ ଧରି କ୍ଷମତାସୀନ ଦଳ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି।

ତେବେ କଂଗ୍ରେସ ହାରିବାର କାରଣ ଜାଟ୍‌ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ। କାରଣ କଂଗ୍ରେସ ଭୋଟ ଏଏପିକୁ ଯାଇଛି।

ଯଦିଓ AAP ହରିୟାଣାରେ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇନାହିଁ, ଦଳ ଜମ୍ମୁ କଶ୍ମୀରରେ ଗୋଟିଏ ଆସନ ଜିତିଛି। ଏନେଇ ଗତକାଲି କେଜରିଓ୍ବାଲ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ପଞ୍ଚମ ରାଜ୍ୟ, ଯେଉଁଠାରେ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ବିଜୟୀ ହୋଇଛନ୍ତି। ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମେହେରାଜ ମଲିକ ଦୋଡା ଠାରୁ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ସୂଚନାଥାଉ କି, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। ତେବେ ଭୋଟ ଗଣିତକୁ ଦେଖିଲେ ଜାଣି ପାରିବା ଯେ, ମେଣ୍ଟ ଆଲୋଚନା ବିଫଳ ହେବାରୁ ଏଏପି କଂଗ୍ରେସ ସିଟ୍‌ରେ ମଧ୍ୟ ପ୍ରାର୍ଥୀ ଦେଇଥିଲା। ଯେଉଁ କାରଣରୁ ଭୋଟ ବ୍ୟାଙ୍କ୍‌ ବାଣ୍ଟି ହୋଇ ଯାଇଥିଲା। ଏମିତି କିଛି ଆସନ ଅଛି ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି।

ଯଦି ଆମେ ଭୋଟ ପ୍ରତିଶତକୁ ଦେଖିବା ତେବେ ଭାଜପାର ଭୋଟ ପ୍ରତିଶତ ୩୯.୯୪ ହୋଇଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୯.୩୧ ଓ AAP ର ଭୋଟ ପ୍ରତିଶତ- ୧.୭୯। ଏଭଳି ପରିସ୍ଥିତିରେ ଯଦି ଆମେ କଂଗ୍ରେସ ଏବଂ AAP ର ଭୋଟ ପ୍ରତିଶତକୁ ଏକାଠି କରିବା, ତେବେ ଏହା ଭାଜପାର ଭୋଟ ପ୍ରତିଶତ ଠାରୁ ପ୍ରାୟ ୧ ପ୍ରତିଶତ ଅଧିକ।

ଗତକାଲି ହରିୟାଣା ରେଜଲ୍ଟ ପରେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କମେଣ୍ଟ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ ସେ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri