ସିସିଟିଭି: ଥାଇ ନ ଥିବା ଭଳି

ଖୋର୍ଦ୍ଧା,୩ା୧୦(ପ୍ରଭାତ ପାଣିଗ୍ରାହୀ):ଥାନାରେ ସ୍ବଚ୍ଛତା ଆଣିବା ନିମନ୍ତେ ସିସିଟିିଭି ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସିିସିଟିଭି ଲାଗିଲେ ଲୋକମାନଙ୍କ ପ୍ରତି ପୋଲିସର ବ୍ୟବହାର ଜଣାପଡ଼ିବ। ହେଲେ ଏବେ ବି ରାଜ୍ୟର ବିଭିନ୍ନ ଥାନାରେ ସିସିଟିଭି ଲାଗି ନ ଥିବା ଜଣାପଡ଼ିଛି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ପରେ ଏହି ସତ୍ୟ ସାମ୍‌ନାକୁ ଆସିଛି। ଗତ ୨୩ ତାରିଖରେ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟ ଅନୁସାରେ ଏବେ ବି ରାଜ୍ୟର ୬୫୦ ଥାନା ମଧ୍ୟରୁ ୫୭ଟି ଥାନାରେ ସିସିଟିଭି ଲାଗିନାହିଁ। ଆଉ ଯେଉଁଠି ବି ଅଛି ସେଠି ଥାଇ ନ ଥିବାଭଳି। କାରଣ ଅନେକ ଥାନାରେ ଆବଶ୍ୟକ ସଂଖ୍ୟାରେ ସିସିଟିଭି ଲାଗି ନାହିଁ। ଏପରି କି ଲାଗିଥିବା ସିସିଟିଭିର କାର୍ଯ୍ୟକାରିତାକୁ ନେଇ ଅନେକ ସ୍ଥାନରେ ପ୍ରଶ୍ନ ଉଠିଛି। ସାମ୍ପ୍ରତିକ ବିଶୃଙ୍ଖଳାକୁ ଦେଖି ପ୍ରତ୍ୟେକ ଥାନାରେ ସିସିଟିଭି ଲଗାଇବାକୁ ପୋଲିସ ବିଭାଗ ତତ୍ପର ହୋଇଉଠିଛି। ଯେଉଁଠି ଖରାପ ଅଛି ବୋଲି ଆଗରୁ ଜଣାଥିଲା, ସେସବୁ ସ୍ଥାନରେ ଏବେ ତରବରିଆ ଭାବେ ମରାମତି କାର୍ଯ୍ୟ ଚାଲିଛି।
ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନାରେ ସିସିଟିଭି ଲାଗିବା ନେଇ ଧରିତ୍ରୀ ତରଫରୁ ଏକ ଅନୁଧ୍ୟାନ କରାଯାଇଥିଲା। ମିଳିଥିବା ରିପୋର୍ଟ ଅନୁସାରେ ଏହି ପୋଲିସ ଜିଲାରେ ୧୧ଟି ଥାନା ରହିଛି। ସଦର ଉପଖଣ୍ଡ ଅଧୀନରେ ଜଙ୍କିଆ,
ଖୋର୍ଦ୍ଧା ଆଦର୍ଶ ଥାନା, ଶିଳ୍ପାଞ୍ଚଳ ଥାନା, ବାଘମାରୀ, ବେଗୁନିଆ ଓ ବୋଲଗଡ଼ ଥାନା ରହିଥିବାବେଳେ ବାଲୁଗାଁ ଏସଡିପିଓ ଅଧୀନରେ ନିରାକାରପୁର, ଟାଙ୍ଗୀ, ବାଲୁଗାଁ, ବାଣପୁର ଓ ନାଚୁଣୀ ଥାନା ରହିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଆବଶ୍ୟକ ପରିମାଣର ସିସିଟିଭି ନ ଥିବା ଜଣାପଡ଼ିଛି। ଶିଳ୍ପାଞ୍ଚଳ ଥାନା ପୂର୍ବରୁ ଫାଣ୍ଡି ଥିଲା। ଗତବର୍ଷ ତାହା ଥାନାରେ ପରିବର୍ତ୍ତନ ହୋଇଛି। ସେଠାରେ ପୂର୍ବରୁ ମାତ୍ର ୨ଟି ସିସିଟିଭି ଲାଗିଥିଲା। ହେଲେ କିଛିଦିନ ପରେ ତାହା ଅଚଳ ହୋଇଯାଇଥିଲା। ଏବେ ଭରତପୁର ଥାନା ଘଟଣା ପରେ ଉକ୍ତ ସିସିଟିଭିକୁ ମରାମତି କରାଯାଇଛି ବୋଲି ଥାନା ଅଧିକାରିଣୀ ଗାୟତ୍ରୀ ମିଶ୍ର କହିଛନ୍ତି। ତେବେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଶିଳ୍ପାଞ୍ଚଳ ଥାନାର ଜଣେ ଥାନାବାବୁଙ୍କ କହିବା ହେଲା ଏଠାରେ ୬ଟି ସିସିଟିଭି ଲାଗିବା କଥା। ହେଲେ ମାତ୍ର ୨ଟି ସିସିଟିଭିରେ କାମ ଚଳାଇବାକୁ ପଡ଼ୁଛି। ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ଗୋଟିଏ ସିସିଟିଭି ଲାଗିଥିବାବେଳେ ବାହାର ପାର୍ଶ୍ୱକୁ ଆଉ ଗୋଟେ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀଙ୍କ ପ୍ରକୋଷ୍ଠରେ କିମ୍ବା ପୋଲିସ ହାଜତ ନିକଟରେ ସିସିଟିଭି ନାହିଁ। ଯଦି ଏହି ସବୁ ସ୍ଥାନରେ କୌଣସି ଅଘଟଣ ଘଟେ କିମ୍ବା ପୋଲିସ କୌଣସି ପ୍ରମାଣ ନଷ୍ଟ କରିବାକୁ ଚାହେଁ, ତେବେ ସେଥିପାଇଁ କିଏ ଉତ୍ତରଦାୟୀ ରହିବେ, ତାକୁ ନେଇ ନାନା ଚର୍ଚ୍ଚା। ସେହିପରି ଏବେ ନାଚୁଣୀ ଥାନା ନୂତନ କୋଠାରେ ଚାଲିଛି। ଓଡ଼ିଶା ପୋଲିସ ପକ୍ଷରୁ ନୂତନ ଭାବେ ନିର୍ମିତ କୋଠାରେ ସିସିଟିଭି ଖଞ୍ଜିବା ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ସିସିଟିଭି ଖଞ୍ଜି ନ ଥିଲା। ପରବର୍ତ୍ତୀ ସମୟରେ ଏଠାରେ ସିସିଟିଭି ଖଞ୍ଜାଯାଇଥିବା ନାଚୁଣୀ ଥାନାଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି। ଥାନାର ୩ କୋଠରି ଏବଂ ପରିସରରେ ସିସିଟିଭି କାର୍ଯ୍ୟକ୍ଷମ ରହିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ଡିଆଇଜି ତଥା ଏସ୍‌ପି ଅବିନାଶ କୁମାର ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଜିଲାର ସମସ୍ତ ଥାନାରେ ସିସିଟିଭି ଲାଗିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ଏକ ଟିମ୍‌ ସମସ୍ତ ଥାନାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି। କେତେକ ଥାନାରେ ଟେକ୍‌ନିକାଲ, ଇଣ୍ଟରନେଟ ସମସ୍ୟା ଯୋଗୁ ସିସିଟିଭି ଅଚଳ ରହିଥିବା ଜଣାପଡ଼ିବା ପରେ ଏହାକୁ ପୁନଃ ଯାଞ୍ଚ କରି କାର୍ଯ୍ୟକ୍ଷମ କରିବାକୁ ସଦର ଏବଂ ବାଲୁଗାଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସଦର ଏସଡିପିଓ ଅନିଲ ମିଶ୍ର କୁହନ୍ତି ଜଙ୍କିଆ, ଖୋର୍ଦ୍ଧା, ବାଘମାରୀ, ବେଗୁନିଆ ଓ ବୋଲଗଡ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ରହିଥିବା ବେଳେ ଶିଳ୍ପାଞ୍ଚଳ ଥାନାରେ ସିସିଟିଭି ଅଚଳ ରହିଥିଲା। ଏହାକୁ ଆବଶ୍ୟକ ମରାମତି କରାଯାଇଛି। ଏନେଇ ବରିଷ୍ଠ ଆଇନଜୀବୀ ଅଜିତ ପଟ୍ଟନାୟକ କୁହନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ସମସ୍ତ ଥାନାରେ ସିିସିଟିଭି ଲଗାଇବା ବାଧ୍ୟତାମୂଳକ ରହିଛି। ତେବେ କେତେକ ଥାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦୀର୍ଘ ଦିନ ଧରି ଅଚଳ ହୋଇ ରହୁଥିବା ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ସେହିପରି ପୂର୍ବତନ ବାର୍‌ ସଭାପତି ଶିଶିର ପରିଡ଼ା କୁହନ୍ତି, ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ଅଛି କି ନାହିଁ, ଏହା ସ୍ବତନ୍ତ୍ର ଭାବେ ଯାଞ୍ଚ ହେବା ଦରକାର। ଅନେକ ସମୟରେ ଥାନାରେ ଅଭିଯୋଗକାରୀଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବା ଘଟଣା ବଢ଼ିଚାଲିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଇଲେକ୍ଟ୍ରୋନିକ୍ସ ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ତେବେ ପୋଲିସ ଜାଣିଶୁଣି ଥାନା ଆଗରେ ରହିଥିବା କ୍ୟାମେରାକୁ ଉପରମୁହଁା ରଖିବା, ଅଭିଯୋଗକାରୀଙ୍କ ସହ ଆଲୋଚନାବେଳେ ସିସିଟିଭିରେ ତାହା କଏଦ ନ ହେବା ପୋଲିସର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି। କଂଗ୍ରେସ ମୁଖପାତ୍ର ଅମିତ ମହାନ୍ତି ପ୍ରତ୍ୟେକ ଥାନାରେ ଅଭିଯୋଗକାରୀଙ୍କୁ କିଭଳି ବ୍ୟବହାର କରାଯାଉଛି, ତାହାର ଫୁଟେଜ ପଦାକୁ ଆସିବା ଦରକାର ବୋଲି କହିଛନ୍ତି। ଥାନା ଭିତରେ ପୋଲିସର କିଭଳି ବ୍ୟବହାର, ଆଚରଣ ରହୁଛି, ତାହା ସିସିଟିଭିରୁ ଜଣାପଡ଼ିଥାଏ। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ ବୋଲି ଅମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri