ଅସନ୍ତୋଷ ଜାହିର କଲେ ଛାତ୍ରୀଛାତ୍ର

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଦେଶର ସୁରକ୍ଷା ପାଇଁ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଏକ ପ୍ରମୁଖ ଅଙ୍ଗ। ବାହ୍ୟଶତୃକୁ ପ୍ରତିହତ କରିବା ପାଇଁ ଏଠାରୁ ଶିକ୍ଷାର୍ଥୀଙ୍କ ମୂଳଦୁଆ ପଢ଼େ। ତେବେ ପଶ୍ଚିମ ଓନିଶାର ଐତିହ୍ୟ ସମ୍ପନ୍ନ ୧୯୬୦ରୁ ପ୍ରତିଷ୍ଠିତ ବରଗଡ଼ ପଞ୍ଚାୟତ କଲେଜରୁ ଏନ୍‌ସିସି ପ୍ରତ୍ୟାହାର କରି ନିଆଯାଇଛି। ଶୃଙ୍ଖଳାର ଅଭାବ, କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିହୀନତା ତଥା ଅବହେଳା ଯୋଗୁ କଲେଜରେ ଏନ୍‌ସିସି ପ୍ରବେଶିକା ବନ୍ଦ ରହିିଛି। ୧୯୬୨-୬୩ ଶିକ୍ଷାବର୍ଷରୁ ଉକ୍ତ କଲେଜରେ ଏନ୍‌ସିସି ସ୍ଥାପିତ ହୋଇଥିଲା। ଏହି କଲେଜର ଏନସିସି କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରତିବର୍ଷ ଉକ୍ତ କଲେଜର ଏନ୍‌ସିସି କ୍ୟାଡ଼େଡ୍‌ ନୂଆଦିଲ୍ଲୀର ରିପବ୍ଲିକ ଡେ କ୍ୟାମ୍ପ (ଆରଡ଼ିସି) ଥେଲା ସୈନିକ କ୍ୟାମ୍ପ(ଟିଏଲସି), ୟୁଥ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମ(ୱାଇଇପି), ନ୍ୟାଶନାଲ ଇଣ୍ଟ୍ରିଗେଶନ କ୍ୟମ୍ପ(ଏନଆଇସି)ରେ ଭାଗ ନେଇ ଆସୁଥିଲେ। କେବଳ ସେତିକି ନୁହେଁ, ୨୦୦୮ରେ ଉକ୍ତ କଲେଜ ଏନ୍‌ସିସିର ତତ୍କାଳୀନ ଏନସିସି ତତ୍କାଳୀନ ସିନିୟର ଅଣ୍ଡର୍‌ ଅଫିସର ଦୁଷ୍ମନ୍ତ ସାହୁ ସିଙ୍ଗାପୁରରେ ଅନୁଷ୍ଠିତ ୱାଇଇପିରେ ସାମିଲ ହୋଇଥିବାବେଳେ ୧୨ଜଣିଆ ଟିମ୍‌ ରାଜସ୍ଥାନରେ ଅନୁଷ୍ଠିତ ଏଭଳି କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଦେଶରେ ପ୍ରଥମ ହୋଇଥିଲା। ସେହିପରି ଉକ୍ତ କଲେଜର ଏନ୍‌ସିସି ରାଜପଥକୁ ପହଞ୍ଚତ୍ ସେଠାରେ ପହଞ୍ଚତ୍ ଗାର୍ଡ଼ ଅଫ୍‌ ଅନର୍‌ ଦେଇଥିଲା। ଏହାସତ୍ତ୍ୱେ ଉକ୍ତ କଲେଜରୁ ଏନ୍‌ସିସି ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା, କଲେଜରୁ ଏନ୍‌ସିସି ପ୍ରତ୍ୟାହାର ହେବା ପରେ ସେଥିପ୍ରତି ଉଭୟ ଶାସକ, ପ୍ରଶାସକ ନୀରବ ରହିଛନ୍ତି। ଏହାକୁ ନେଇ କଲେଜର ବର୍ତ୍ତମାନ ଏବଂ ପୂର୍ବତନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର କଲେଜର ଛାତ୍ରୀଛାତ୍ର ଏନସିସି ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କଲେଜରୁ ଏନ୍‌ସିସି ପ୍ରତ୍ୟାହାର ସେମାନଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି।

 

ଦାବି ପୂରଣ ନ ହେଲେ ହର୍‌ତାଲ୍‌
ଏନ୍‌ସିସିରେ ସାମିଲ ହେବା ସହିତ ଦେଶ ସେବା ଲକ୍ଷ୍ୟ ରଖି ପଞ୍ଚାୟତ କଲେଜରେ ବହୁ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ୨ ବର୍ଷରୁ ଅଧିକ ହେଲା, ଆମ କଲେଜରେ ଏନ୍‌ସିସି ବନ୍ଦ ରହିଛି। କଲେଜ ଅଧ୍ୟକ୍ଷଙ୍କୁ ଏନ୍‌ସିସି ପୁନଃସ୍ଥାପନ ଦିଗରେ ପଦକ୍ଷେପ ନେବା ପାଇଁ ବାରମ୍ବାର ଅବଗତ କରି ଆସିଛୁ। କିଛି ସୁଫଳ ନ ମିଳିବାରୁ ଜିଲାପାଳଙ୍କ ପାଖକୁ ଆସିଛୁ। ଜିଲାପାଳ ସେ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧିଛୁ। ଏହାସତ୍ତ୍ୱେ କଲେଜରେ ଏନସିସି ପୁନଃସ୍ଥାପନ ନ ହେଲେ, ଆମେ ଆଗକୁ ହରତାଲ୍‌ କରିବୁ। ଏନ୍‌ସିସି ପୁନଃସ୍ଥାପନ ଦାବିରେ କଲେଜ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହେବୁ।
-ସୁପ୍ରିୟା କୁଅଁର, କଲେଜ ଛାତ୍ରୀ
ପୁନଃ ସ୍ଥାପନ ହେଉ ଏନ୍‌ସିସି
ବରଗଡ଼ ପଞ୍ଚାୟତ କଲେଜ ଏନ୍‌ସିସି ଛାତ୍ରୀଛାତ୍ରଙ୍କୁ କେବଳ ସାମରିକ ଶିକ୍ଷା ପ୍ରଦାନ କରୁଥିଲା, ତାହା ନୁହେଁ। ଛାତ୍ର ଜୀବନରୁ ସୁନାଗରିକ ଗଢ଼ିବା ସହିତ ଦେଶସେବା ପାଇଁ ସମସ୍ତଙ୍କୁ ଜାଗ୍ରତ କରି ଆସୁଥିଲା। ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେହି ସୁଯୋଗ ମିଳୁଥିଲା। ଏଠାରେ ଦିନେ ପ୍ରଶିକ୍ଷଣ ନେଇଥିବା ପୂର୍ବତନ ଏନସିସି ଛାତ୍ରୀଛାତ୍ର ଏବେ ତଥା ରାଜ୍ୟ ବାହାରେ ସାମରିକ, ବେସାମରିକ ବାହିନୀରେ କର୍ତ୍ତବ୍ୟରତ ରହି ସେମାନଙ୍କ ଦକ୍ଷତା, ପରାକାଷ୍ଠା ପ୍ରଦର୍ଶନ କରି ସାରିଛନ୍ତି। ଉକ୍ତ କଲେଜରୁ ଏନସିସି ପ୍ରତ୍ୟାହାର କରି ନେବା ପରିତାପର ବିଷୟ। କଲେଜରେ ଏନସିସି ପୁନଃସ୍ଥାପନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। -ବିକାଶ ଅଗ୍ରୱାଲ, ପୂର୍ବତନ ଏନ୍‌ସିସି ଛାତ୍ର
ଏନ୍‌ସିସି ପ୍ରତ୍ୟାହାର ଦୁଃଖଦ ଖବର
ମୁଁ ବରଗଡ଼ ପଞ୍ଚାୟତ କଲେଜରେ ପଢ଼ୁଥିଲି। ଏନ୍‌ସିସି ଛାତ୍ର ଥିଲି। ୨୦୦୮ ବ୍ୟାଚ୍‌ରେ କଲେଜ ଏନ୍‌ସିସିର ଜୁନିୟର ଅଣ୍ଡର୍‌ ଅଫିସର୍‌ ଥିଲି। ବି ଏବଂ ସି ସାର୍ଟିଫିକେଟ୍‌ ମଧ୍ୟ ପାଇଥିଲି। ଏହି କଲେଜର ଏନ୍‌ସିସିରେ ସାମିଲ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାର ଅନେକ କ୍ୟାମ୍ପରେ ଯୋଗଦାନ କରିଛି। ଦେଶସେବା, ଶୃଙ୍ଖଳା, ଦେଶ ପ୍ରତି ଦାୟିତ୍ୱବୋଧ ଆଦି ଉପରେ ଜ୍ଞାନ ଆହରଣ କରିଛି। ନିଜକୁ ବହୁତ ଗର୍ବିତ ଅନୁଭବ କରିଥିଲି। ହେଲେ ଯେଉଁ କଲେଜ ପାଇଁ ମୁଁ ଗର୍ବ ଅନୁଭବ କରୁଥିଲି, ସେହି କଲେଜରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ଏନ୍‌ସିସି ଖାଲି ପଡ଼ିଥିବା ଖବର ପାଇଁ ବହୁତ ଦୁଃଖ ଅନୁଭବ କରୁଛି।
-ସଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri