ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ ଟାମ୍ପରିଂ କରି ବ୍ୟାପକ ଅନିୟମିତତା କରିଛନ୍ତି। ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ ପ୍ରତିଶତ ପୌର ପରିଷଦରେ ଜମା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କାର୍ଯ୍ୟରତ ୨ କର୍ମଚାରୀ (ସାନିଟାରୀ) ଏକ୍ସପର୍ଟ ସୁଶାନ୍ତ ପ୍ରଧାନ ଏବଂ ପାର୍ଥସାରଥୀ ସେଠୀଙ୍କୁ ପୌର ପରିଷଦରୁ ବାହାର (ଡିସ୍‌ଏନ୍‌ଗେଜମେଣ୍ଟ) କରି ଦିଆଯାଇଛି। ସେହିପରି ପୌର ପରିଷଦର କ୍ୟାଶିୟର ଦେବାନନ୍ଦ ରଣାଙ୍କୁ ଜିଲାପାଳ ଆଦିତ୍ୟ ଗୋୟଲ ନିଲମ୍ବନ କରିଛନ୍ତି। ଏହା ସହିତ ପୌର ପରିଷଦର କାର୍ଯ୍ୟନର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ଏହି କେଳେଙ୍କାରୀ ନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଦଫା ୪୦୯, ୩୪ ବିଏନଏସ୍‌ରେ ଏକ ମାମଲା (ନଂ.୫୩୬/୨୪) ରୁଜୁ କରିଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଛି। ଅନ୍ୟପଟେ ଉକ୍ତ କେଳେଙ୍କାରୀରେ ଆହୁରି ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ୟୁଜର୍ସ ଫି’ରେ ଏଭଳି ଅନିୟମିତତା ବର୍ଷେ କିମ୍ବା ୨ ବର୍ଷରୁ ନୁହେଁ, ଦୀର୍ଘବର୍ଷରୁ ଏହା ଚାଲି ଆସୁଥିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ତେବେ କେଳେଙ୍କାରୀ ଧରାପଡ଼ିବା ପରେ ତଥାକଥିତ କିଛି ବଡ଼ବଡ଼ିଆ ଲୋକେ ଏଥିରେ ପ୍ୟାଚଅପ୍‌ ମାରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଖୋଦ୍‌ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝିଙ୍କ ସମେତ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ଏବଂ ଅନ୍ୟ କାଉନସିଲରବୃନ୍ଦ ଗତ ୧୮ତାରିଖ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲାପାଳ ଗୋୟଲଙ୍କୁ ଫେରାଦ ହେବା ପରେ କେଳେଙ୍କାରୀକୁ ଚାପିଦେବା ଘଟଣା ଫସର ଫାଟି ଯାଇଥିଲା। କିନ୍ତୁ ଏବେ ମଧ୍ୟ ଏଭଳି ଏକ ବଡ଼ କେଳେଙ୍କାରୀରେ ସମ୍ପୃକ୍ତ କର୍ମଚାରୀଙ୍କୁ ଖସାଇ ଦେବା ପାଇଁ କିଛି ଲୋକ ପ୍ରୟାସ ଜାରି କରୁଥିବା ଯୋଗୁ କେଉଁ ସ୍ବାର୍ଥରେ ସେମାନେ ସେଭଳି ହୀନ ଉଦ୍ୟମ କରୁଛନ୍ତି, ତାକୁ ନେଇ ସହରରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବରଗଡ଼ ପୌର ପରିଷଦ ଅଞ୍ଚଳରେ ରହିଥିବା ଘର, ଦୋକାନ, ମଲ୍‌ ଆଦିରୁ ପ୍ରତିମାସ ୟୁଜର୍ସ ଫି’ ସଂଗ୍ରହ କରି ଆସୁଛି। ପୌର ପରିଷଦର ସାନିଟାରୀ ଏକ୍ସପର୍ଟଙ୍କ ତତ୍ତ୍ୱାବଧାନରେ ତାହା ସଂଗ୍ରହ ହେଉଥିବାବେଳେ କ୍ୟାଶିୟରଙ୍କ ପାଖରେ ସଂଗୃହୀତ ରାଶି ଜମା ହୋଇଥାଏ। କିନ୍ତୁ ଉପରୋକ୍ତ କର୍ମଚାରୀମାନେ ସେଥିରେ ୍ଯଯାପକ ଅନିୟମିତତା କରିଛନ୍ତି। ଲୋକେ ୟୁଜର୍ସ ଫି’ ଦେବାବେଳେ ସେମାନଙ୍କୁ ଦିଆଯାଉଥିବା ରସିଦ୍‌ରେ ସଂଗୃହୀତ ରାଶିର ଠିକ୍‌ ପରିମାଣ ଲେଖାଯାଉ ଥିବାବେଳେ ପୌର ପରିଷଦର ଟଙ୍କା ଜମା କରିବା ସମୟରେ ରସିଦ କପିରେ ଟାମ୍ପରିଂ କରାଯାଇ ୯୦ ପ୍ରତିଶତ ସଂଗୃହୀତ ୟୁଜର୍ସ ଫି’ ଆତ୍ମସାତ୍‌ କରାଯାଉଥିଲା। ଦୃଷ୍ଟାନ୍ତ ସ୍ବରୂପ ୟୁଜର୍ସ ଫି’ ରସିଦ ବୁକ୍‌-୨୩, ରସିଦ କ୍ରମାଙ୍କ-୧୭ରେ ୨୦୨୩ ଜୁନ ୯ରେ ୨ ହଜାର ଟଙ୍କା ୟୁଜର୍ସ ଫି’ ଅସୁଲି ହୋଇଛି। ୟୁଜର୍ସ ଫି’ ଦେଇଥିବା ଲୋକଙ୍କୁ ସେହି ପରିମାଣର ଠିକ୍‌ ରସିଦ ମଧ୍ୟ ଦିଆଯାଇଛି। କିନ୍ତୁ ପୌର ପରିଷଦରେ ଜମା ହୋଇଥିବା ୟୁଜର୍ସ ଫି’ ଖାତାର ସେହି ରସିଦ୍‌ କପିରେ ତାକୁ ୨ ଶହ ଟଙ୍କା ଭାବେ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ୨୦୦୦ ଟଙ୍କାରୁ ଗୋଟିଏ ଶୂନକୁ ଚତୁରତାର ସହିତ ନିଭାଇ ଦିଆଯାଇଛି। ୨୦୨୩-୨୪ ଆର୍ଥତ୍କ ବର୍ଷରେ ଇସ୍ୟୁ ହୋଇଥିବା ୭୮ ରସିଦ ବହି ମଧ୍ୟରୁ ୫୦ଟି ରସିଦ୍‌ ବହିରେ ସେଭଳି ଟାମ୍ପରିଂ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୦ଟି ରସିଦ୍‌ ବହିର ଥଳକୂଳ ମିଳୁନାହିଁ। ତେବେ ଅନ୍ୟ ୧୮ଟି ରସିଦ୍‌ ବୁକ୍‌ ଠିକ୍‌ ରହିଥିବା ଜଣାପଡ଼ିଛି। ତେବେ ଗୋଟିଏ ଆର୍ଥତ୍କ ବର୍ଷର ରସିଦ ବୁକ୍‌କୁ ନେଇ ଏହି ତଦନ୍ତ ଚାଲୁଛି। କିନ୍ତୁ ଦୀର୍ଘ ବର୍ଷତଳୁ ପୌର ପରିଷଦରେ ଏଭଳି ଅନିୟମିତତା ଚାଲି ଆସୁଥିଲା ଏବଂ ବ୍ୟାପକ ୟୁଜର୍ସ ଫି’ ଆତ୍ମସାତ୍‌ ହୋଇଥିବା ଚର୍ଚ୍ଚା ଚାଲିଛି। ଫଳରେ ଅନିୟମିତତା ଧରାପଡ଼ିବା ପରେ କିଛିଲୋକ ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ଏଭଳି ଏକ ବଡ଼ କେଳେଙ୍କାରୀରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ସାଧାରଣରେ ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri