ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ। ଏହି ଫେରି ଘାଟ ୭୦ଲକ୍ଷ ଟଙ୍କାରୁ ଅଧିକ ନିଲାମ ହୋଇଥାଏ। ବିଗତଦିନରେ ଏହି ଫେରି ଘାଟରେ ସାମୁଦ୍ରିକ ବଡ଼ ଜୁଆର, ମହାନଦୀରେ ବଡ଼ ବନ୍ୟା ସ୍ରୋତରେ ଫେରି ଘାଟ ଯାତ୍ରୀବାହୀ ଡଙ୍ଗା ଅଚଳ ହେବାରୁ ସମୁଦ୍ର ମୁହାଣ ମୁହଁରେ ଡଙ୍ଗା ଫସିବା ଓ ବିଳମ୍ବିତ ରାତିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଅସୁବିଧା ହେଉଥିଲା। ଫଳରେ ଯାତ୍ରୀ, ଶ୍ରମିକମାନେ ଜୀବନ ପ୍ରତି ବିପଦ ରହିଥିଲା। ମହାନଦୀରେ ଶ୍ରମିକମାନଙ୍କ ସୁରକ୍ଷିତ ଭାବେ ଯାତାୟାତ ସୁବିଧା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ଏକ ଭାସମାନ ଜେଟି ସହ ପାୱାର ବୋଟ ବ୍ଲକ ପ୍ରଶାସନକୁ ସପ୍ତାହେ ପୂର୍ବରୁ ଯୋଗାଇ ଦିଆଯାଇଛି। ଏହି ପାୱାର ବୋଟ ରାମନଗର ପଞ୍ଚାୟତ ଦ୍ୱାରା ବାହାକୁଦ ଫେରି ଘାଟରେ ପହଞ୍ଚିଛି । ଏହାକୁ ପଞ୍ଚାୟତ ପରିଚାଳନା କରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏଠାରେ ପ୍ରଶ୍ନ ଉଠେ ପାୱାର ବୋଟ ଚଳାଇବାକୁ ଦକ୍ଷ ତାଲିମପ୍ରାପ୍ତ ଚାଳକଙ୍କ ଆବଶ୍ୟକତା ରହିଛି। ଯେଉଁ ଚାଳକ ଦୁର୍ବିପାକ ସମୟରେ ସମୁଦ୍ରର ବଡ଼ ବଡ଼ ସ୍ରୋତ, ଲହଡ଼ିକୁ ଅତିକ୍ରମ କରି ଦୁର୍ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିବ। ଅପରପକ୍ଷରେ ଦୈନନ୍ଦିନ ପାରାଦୀପ ଶିଳ୍ପାଞ୍ଚଳକୁ ଯାଉଥିବା ଶତାଧିକ ଶ୍ରମିକଙ୍କ ପାଇଁ ଏହି ଯାତ୍ରୀବାହୀ ଏକ ବଡ଼ ପାୱାର ବୋଟ ଷ୍ଟିଲ କର୍ତ୍ତୃପକ୍ଷ ଯୋଗାଇ ଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହି ପାୱାର ବୋଟ ଶ୍ରମିକମାନଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ସ୍ଥାନୀୟ ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯାଇ ଚାଳକ ନିଯୁକ୍ତି ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସାଗର ରଞ୍ଜନ ନନ୍ଦଙ୍କୁ ପଚାରବାରେ ପାଓ୍ବାର ବୋଟ ଶ୍ରମିକମାନଙ୍କ ପାରାଦୀପ ଶିଳ୍ପାଞ୍ଚଳକୁ ଯାତାୟାତରେ ସୁରକ୍ଷା ଦେଇପାରିବ। ଖୁବ୍‌ଶୀଘ୍ର ଜନସଧାରଣଙ୍କ ସେବାରେ ଉତ୍ସର୍ଗୀକୃତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri