Posted inଜାତୀୟ

ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ

ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍‌ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି। ରାଘବ କୁମାର ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିଥିବାରୁ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗରେ ଏତଲା ଦାଏର ସହ ଆଗ୍ରା ଜିଲା ଓ ଦୌରା ଅଦାଲତରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା।

ଏହାକୁ ରାଘବ ଆଲ୍ଲାହବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲାବେଳେ ଜଷ୍ଟିସ୍‌ ଅନିସ୍‌ କୁମାର ଗୁପ୍ତା ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଏତଲାର ଅଭିଯୋଗ ଅନୁଯାୟୀ ଆବେଦନକାରୀ ରାଘବ ପ୍ରଥମେ ମହିଳାଙ୍କୁ ବେହୋସ କରାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ କ୍ରମାଗତ ଭାବେ ଯୌନ ସମ୍ପର୍କ ରଖିଆସୁଥିଲେ। ଉଭୟ ପରସ୍ପରର ଜଣାଶୁଣା ଏବଂ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରେ ସହମତିରେ ଦୀର୍ଘଦିନ ଶାରୀରିକ ସମ୍ପର୍କ ରହିଥିଲା। ତେଣୁ ଏହା ଆଇପିସିର ଦଫା ୩୭୬ ପରିସରଭୁକ୍ତ ନୁହେଁ ବୋଲି ରାଘବଙ୍କ ଓକିଲ କହିଥିଲେ।

ଅନ୍ୟପକ୍ଷରେ ସରକାରୀ ଓକିଲ କହିଥିଲେ, ମହିଳାଙ୍କୁ ପ୍ରତାରିତ କରି ସମ୍ପର୍କ ରଖାଯାଇଥିଲା ଏବଂ ଅଭିଯୁକ୍ତ ବଳପ୍ରୟୋଗ କରିଥିଲେ। ଯୌନ ସମ୍ପର୍କ ପାଇଁ ଏହାକୁ ପ୍ରତିପକ୍ଷଙ୍କ ସହମତି ବୋଲି କୁହାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ହାଇକୋର୍ଟ ସବୁ ତଥ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ପରେ କହିଥିଲେ, ପ୍ରଥମେ ଯେହେତୁ ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପ୍ରତାରିତ କରି ଓ ଧମକ ଦେଇ ଆବେଦନକାରୀ ସମ୍ପର୍କ ରଖିଥିଲେ, ତାଙ୍କୁ ବଳାତ୍କାର ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri