Posted inଜାତୀୟ

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍‌ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବୁଧବାର କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି।

୩୦ ବର୍ଷୀୟା ପୂର୍ବତନ ଅଲିମ୍ପିଆନ୍‌ ରେସ୍‌ଲର ଭିନେଶ ପ୍ରାର୍ଥତ୍ପତ୍ର ଦାଖଲ କରିବାବେଳେ ତାଙ୍କ ସହ ରୋହତକ୍‌ ଏମ୍‌ପି ଦୀପେନ୍ଦର ସିଂ ହୁଡ଼ା ଓ ସୋନିପତ ଏମ୍‌ପି ସତପାଲ ବ୍ରହ୍ମଚାରୀ ଉପସ୍ଥିତ ଥିଲେ। ଭିନେଶ ଏହି ଆସନରେ ବଡ଼ ବିଜୟ ହାସଲ କରିବେ। କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ାଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା ଦଖଲ କରିବ ଏବଂ ଭାଜପାକୁ ଭୋଟର ଗାଦିଚ୍ୟୁତ କରିବେ ବୋଲି ତାଙ୍କ ପୁଅ ଦୀପେନ୍ଦର କହିଛନ୍ତି। ଚରଖି ଦାଦ୍ରି ଜିଲା ବଲାଲିରେ ଜନ୍ମିତ ଭିନେଶଙ୍କ ଶାଶୁଘର ଜୁଲାନା ସହରରେ। ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚତ୍ବାରେ ଭିନେଶ ହେଉଛନ୍ତି ପ୍ରଥମ ମହିଳା ରେସ୍‌ଲର ବା କୁସ୍ତିଯୋଦ୍ଧା। ତେବେ ୫୦ କେ.ଜି. ବର୍ଗରେ ଭାଗନେବା ବେଳେ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ କରି ସେ ଚର୍ଚ୍ଚିତ ହୋଇଛନ୍ତି।

ସେହିପରି ଆପ୍‌ ପକ୍ଷରୁ ବୁଧବାର ଚତୁର୍ଥ ପର୍ଯ୍ୟାୟରେ ଜାରି ୨୧ ଜଣିଆ ପ୍ରାର୍ଥୀ ତାଲିକାରେ କବିତା ଦଲାଲଙ୍କ ନାମ ରହିଛି। ଭିନେଶ ଓ ଯୋଗେଶଙ୍କ ସହ ସେ ଏହି ଆସନରୁ ଲଢ଼ିବେ। ୩୭ ବର୍ଷୀୟା କବିତା ଜଣେ ଅନ୍ତର୍ଜାତୀୟ ରେସ୍‌ଲର। ଡବ୍ଲ୍ୟୁଡବ୍ଲ୍ୟୁଇରେ ଭାଗନେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଫେସନାଲ ମହିଳା ରେସ୍‌ଲର। ୨୦୧୬ ସାଉଥ୍‌ ଏସିଆନ୍‌ ଗେମ୍ସରେ ୭୫ କେ.ଜି. ବର୍ଗରେ ସ୍ବର୍ଣ୍ଣପଦକ ବିଜେତା କବିତାଙ୍କ ଘର ଜିନ୍ଦ୍‌ ଜିଲା ମାଲଭି ଗ୍ରାମରେ। ବିବାହ ପରେ ସ୍ବାମୀଙ୍କ ସମର୍ଥନ ତାଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣିତ କରିବା ପାଇଁ ସୁଯୋଗ ଦେଇଥିଲା। ଜୁଲାନା ଆସନରେ ସେ ପ୍ରାର୍ଥୀ ହେବା ପରେ ହରିୟାଣା ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ କଂଗ୍ରେସ ସହ ଆସନ ବୁଝାମଣା ନ ଛିଣ୍ଡିବାରୁ ସୋମବାରଠାରୁ ଅଦ୍ୟାବଧି ହରିୟାଣା ବିଧାନସଭା ଆସନ ପାଇଁ ୬୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri