ଲୋକ ସଭାରେ ଉଠିଲା ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ

ସୋନପୁର,୨।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲୋକ ସଭାରେ ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ। ଜିଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ ଏବଂ ସୁକତେଲ ନଦୀର ବିସ୍ତୀର୍ଣ୍ଣ ଜଳରାଶି ସହ ଏକାଧିକ ଛୋଟ ବଡ ନାଳ, ହରିହରଯୋର ଡ୍ୟାମ୍‌, ଶତାଧିକ ବନ୍ଧ ଓ ପଞ୍ଚାୟତ ପୋଖରୀ ରହିଛି। ଏଠାରେ ବିଭିନ୍ନ ପ୍ରଜାତିର ମଧୁର ଜଳ ମାଛ ଓ ଚିଙ୍ଗୁଡି ମିଳିଥାଏ। ମତ୍ସ୍ୟ ଉତ୍ପାଦନ ସହ ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିନିକାର ରହିଲାରେ ୫୫ ଏକର ପରିମିତ ଅଞ୍ଚଳରେ ଓଡିଶା ମତ୍ସ୍ୟ ଉନ୍ନୟନ ନିଗମର ଫାର୍ମ ରହିଛି। ସୁବର୍ଣ୍ଣପୁର ସହରରେ ୭୫ ଏକର ପରିମିତ ଅଞ୍ଚଳରେ ମତ୍ସ୍ୟ ବିଭାଗର ସରକାରୀ ଫାର୍ମ ଅଛି। ଜିଲାରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର ଅଛନ୍ତି। ସେମାନେ ପାରମ୍ପରିକ ପଦ୍ଧତିରେ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ ଜିଲାରେ ଏକ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏମ୍‌ପି ମଙ୍ଗଳବାର ଲୋକ ସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁବର୍ଣ୍ଣପୁର ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନ ଥିବାରୁ ଏକ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ବର୍ଷ ଉଦ୍ୟମ ହୋଇଥିଲା। ଜୁନ୍‌ ମାସରେ ଅନୁଷ୍ଠିତ ଜିଲା ପରିଷଦ ବୈଠକରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏକ ଡିପିଆର(ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଥିଲା। ଜୁଲାଇ ମାସରେ ଜିଲା ଗସ୍ତରେ ଆସିଥିବା ତତ୍କାଳୀନ ୫-ଟି ସଚିବଙ୍କୁ ଜିଲାବାସୀ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଲିଖିତଭାବେ ଅନୁରୋଧ କରିଥିଲେ। ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖାନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାପାଳଙ୍କ ଜରିଆରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ଅନୁରୋଧ ପତ୍ର ଜୁଲାଇ ୨୧ରେ ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ଲେଖା ଯାଇଥିଲା। ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବ ଭିତ୍ତିଭୂମି ସମୀକ୍ଷା ସହିତ ଆନୁସଙ୍ଗିକ ଖର୍ଚ୍ଚ, ଜମି ଆଦିର ରିପୋର୍ଟ ମାଗିବା ସହ ଏକ କମିଟି ଗଠନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ଏକ କମିଟି ଗଠନ ହୋଇଥିଲା। ପରେ ଜିଲାପାଳ ଏଥିପାଇଁ ଏକ ସବ୍‌ କମିଟି ମଧ୍ୟ ଗଠନ କରିଥିଲେ। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧିନରେ ଥିବା ସମ୍ବଲପୁର ଜିଲା ଚିପିଲିମା ସ୍ଥିତ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ମତ୍ସ୍ୟ ମହାବିଦ୍ୟାଳୟ ସକାଶେ ଡିପିଆର ପ୍ରସ୍ତୁତ କରିଥିଲେ। ଭୁବନେଶ୍ୱରରୁ ଏକ ଟିମ୍‌ ପଠାଇ ସ୍ଥାନ ନିରୂପଣ କରି ନିଷ୍ପତ୍ତି ନେବା ପାଇଁ ଜିଲା ପ୍ରଶାସନ ଚିଠି ଲେଖିଥିଲା। ମତ୍ସ୍ୟ ମହାବିଦ୍ୟାଳୟ ପାଇଁ ୫୦ ରୁ ୬୦ ଏକ ଜମି ଆବଶ୍ୟକ। ଏହି କ୍ୟାମ୍ପସ୍‌ରେ ଛୋଟରୁ ବଡ ପୋଖରୀ, ଖେଳ ପଡିଆ, ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ, ହଷ୍ଟେଲ ଆଦି ନିର୍ମାଣ କରାଯିବାର ପ୍ରସ୍ତାବ ଥିଲା। ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ବେସରକାରୀ ସ୍ତରରେ ମତ୍ସ୍ୟ ମହାବିଦ୍ୟାଳୟ ଖୋଲିବା ଉପେର ଗୁରୁତ୍ୱ ଦେଇଥିଲେ। ତେଣୁ ଏହା ଆଉ ଆଗକୁ ବଢି ପାରିନଥିଲା। ନୂଆ ସରକାର ଆସିବା ପରେ ଏଥିନେଇ ଉଦ୍ୟମ ଆରମ୍ଭ ହୋଇଛି। ଏମ୍‌ପି ସିଂହଦେଓଙ୍କ ପରାମର୍ଶ କ୍ରମେ ଜିଲାରେ ସରକାରୀ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ରାଜ୍ୟ ସରକାରଙ୍କୁ ପୁଣି ଅନୁରୋଧ କରାଯାଇଛି। ଏମ୍‌ପି ମଧ୍ୟ ଏହି ଦାବିକୁ ତଥ୍ୟ ସହ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ତେଣୁ ଡବଲ ଇଞ୍ଜିନ୍‌ ସରକାରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri