”ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି; ଆମେ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିଦେବୁ”: ସୁଲୋଚନା

ଭୁବନେଶ୍ୱର,୩୧।୭: ବେଆଇନ ନିର୍ମାଣ, ବିଶେଷକରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟଗୁଡିକ ନିର୍ମାଣ ଉପରେ ଚିନ୍ତା ପ୍ରକଟ ପାଇଛି। ରାଜ୍ୟ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଧାନସଭାକୁ ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱରରେ ପ୍ରାୟ ୭୦୦ ରୁ ଅଧିକ ବେଆଇନ ଆପାର୍ଟମେଣ୍ଟ ରହିଛି ଏବଂ ସର୍ବାଧିକ ଉଲ୍ଲଂଘନ ହୋଇଛି। ମନ୍ତ୍ରୀଙ୍କ ଏହି ବୟାନ ପରେ ମେୟର ସୁଲୋଚାନା ଦାସ ବୁଧବାର କହିଛନ୍ତି, ଏହି ବେଆଇନ ନିର୍ମାଣଗୁଡିକ ଭାଙ୍ଗି ଦିଆଯିବ।

ଖବରଦାତାଙ୍କ ସହ ଆଲୋଚନା ବେଳେ ମେୟର କହିଛନ୍ତି ଯେ ବିଏମସି ଓଡ଼ିଶା ସରକାରଙ୍କ ତରଫରୁ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶ ପାଇବା ପରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ସେ କହିଛନ୍ତି ଯେ, ଅନେକ ଗୃହ ନିର୍ମାଣ ପ୍ରକଳ୍ପ ଅଛି ଯାହା କୃଷି ଜମି ଉପରେ ଆସିଛି। ଅନେକ ସ୍ଥାନରେ ବିଲଡରମାନେ ସମ୍ପତ୍ତି ବିକ୍ରୟ କରିଛନ୍ତି ଏବଂ ଡ୍ରେନେଜ ଚ୍ୟାନେଲଗୁଡ଼ିକରେ ଜବରଦଖଲ ସହିତ ଅନେକ ଦିଗ ଉପରେ କୌଣସି ନିୟନ୍ତ୍ରଣ ନାହିଁ ଯାହା ପୂର୍ବରୁ ପଞ୍ଚାୟତର ଅଂଶ ଥିଲା।

“ପଞ୍ଚାୟତରେ ବିଏମସି କୌଣସି ଅନୁମତି ପ୍ରଦାନ କରୁ ନଥିଲା। ତେବେ ଓଡ଼ିଶା ସରକାର ଯାହା ନିଷ୍ପତ୍ତି ନିଅନ୍ତି, ଆମେ ଉଚିତ ପଦକ୍ଷେପ ଗ୍ରହଣ କରିବୁ। ଯଦି ସରକାର ଏଭଳି ନିର୍ମାଣକୁ ଭାଙ୍ଗିବାକୁ ଚାହାଁନ୍ତି, ତେବେ ଆମେ ତାହା କରିବୁ। କୌଣସି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ କିଛି ଅସୁବିଧା ନାହିଁ ବୋଲି ଦାସ କହିଛନ୍ତି।

“କେବଳ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଚିଠି ପାଇବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ କାରଣ ଆମେ ଚାହୁଁ ଯେ ସରକାରୀ ଜମି ଉପରେ କେହି ଜବରଦଖଲ କରନ୍ତୁ ନାହିଁ ଏବଂ କୌଣସି ବେଆଇନ ନିର୍ମାଣ କାର୍ଯ୍ୟ ନାହିଁ। ତେବେ ଯଦି ଏକ ଆପାର୍ଟମେଣ୍ଟ ଭାଙ୍ଗିଯାଏ, କ୍ଷତିପୂରଣ ଦେବାକୁ ପଡିବ। ବିଏମସି’ର ପର୍ଯ୍ୟାପ୍ତ ଅର୍ଥ ନାହିଁ, କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଏମସି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri