ଅମୀରଙ୍କଠାରୁ ଛାଡ଼ପତ୍ର ପରେ ବହୁତ ଖୁସି ଅଛନ୍ତି କିରଣ, କହିଲେ ମୁଁ କେବେ ବି…

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ଥରେ ନୁହେଁ ଦୁଇଥର ବିବାହ କରିଥିଲେ ଏବଂ ପରେ ଦୁଇଜଣଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ୨୦୨୧ରେ ସେ ସୋସିଆଲ ମିଡିଆରେ ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କଠାରୁ ଛାଡ଼ପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଯଦିଓ ଏହି ଷ୍ଟାର୍‌ ଦମ୍ପତି ଅଲଗା ହୋଇଯାଇଛନ୍ତି, ତଥାପି ଉଭୟ ଭଲ ବନ୍ଧୁ। ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ପରସ୍ପରକୁ ସମର୍ଥନ କରନ୍ତି। ବର୍ତ୍ତମାନ ନିର୍ଦ୍ଦେଶକ କିରଣ ପୁଣିଥରେ ଅମୀରଙ୍କ ସହ ଛାଡ଼ପତ୍ର ସମ୍ପର୍କରେ ନିଜର ଏକ ବିବୃତ୍ତି ଦେଇଛନ୍ତି, ଯାହା ବହୁ ଚର୍ଚ୍ଚାରେ ରହିଛି।

ଛାଡ଼ପତ୍ର ପରେ କିରଣ ଏବଂ ଅମୀର ଅନେକ ସମୟରେ ସେମାନଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ଏବେ ପୁଣି ଥରେ ସମାନ ଘଟଣା ଘଟିଛି। ଛାଡପତ୍ର ବିଷୟରେ କିରଣ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ବହୁତ ଖୁସି। ମୁଁ ଭାବୁଛି ସମୟ ସମୟରେ ସମ୍ପର୍କ ପୁନଃ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ କାରଣ। ଆମେ ବଢ଼ିବା ସହିତ ମଣିଷ ଭାବରେ ପରିବର୍ତ୍ତନ ହୋଇଥାଉ। ଆମକୁ ବିଭିନ୍ନ ଜିନିଷ ଦରକାର ଏବଂ ମୁଁ ଅନୁଭବ କଲି ଯେ ଏହି (ଛାଡ଼ପତ୍ର) ଖୁସି କରିବ ଏବଂ ସତ କହିବାକୁ ଗଲେ ଏହା ମୋତେ ବହୁତ ଖୁସି କରିଛି। ଅମୀରଙ୍କ ପୂର୍ବରୁ, ମୁଁ ବହୁତ ଦିନ ପର୍ଯ୍ୟନ୍ତ ଅବିବାହିତ ଥିଲି। ମୁଁ ମୋର ସ୍ବାଧୀନତାକୁ ପ୍ରକୃତରେ ଉପଭୋଗ କଲି। ମୁଁ ଏକୁଟିଆ ଥିଲି, କିନ୍ତୁ ବର୍ତ୍ତମାନ ମୋର ପୁଅ ଆଜାଦ ଅଛି, ତେଣୁ ମୁଁ ଏକୁଟିଆ ଆଉ ନାହିଁ। ମୁଁ ଭାବୁଛି ଏକଲାପଣ ଏମିତି ଏକ ଜିନିଷ ଯାହାକୁ ଲୋକମାନେ ଅଧିକ ଚିନ୍ତା କରୁଛନ୍ତି।
ସେ କହିଛନ୍ତି, ମୁଁ ଏକୁଟିଆ ରହି ଆଦୌ ବ୍ୟସ୍ତ ବିବ୍ରତ ନୁହେଁ। ବାସ୍ତବରେ, ମୋର ଉଭୟ ପରିବାରର ସମର୍ଥନ ଅଛି। ତାଙ୍କ ପରିବାର ଏବଂ ମୋ ପରିବାର। ଏହା ଏକ ଅତ୍ୟନ୍ତ ଖୁସି ଛାଡ଼ପତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri