ଫୋନ୍ ନେଇ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଛନ୍ତି ଭକ୍ତ, ହାତ ଟେକି ଦେଇଛି ଶ୍ରୀମନ୍ଦିର ପୋଲିସ

ପୁରୀ,୧୧।୭: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ଢିଲା ହୋଇଛି ସୁରକ୍ଷା ବ୍ୟବସ୍ଥା। ଏକସଙ୍ଗେ ଚାରିପଟ ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷା ତ୍ରୁଟି ପାଇଁ ସାଙ୍ଗରେ ମୋବାଇଲ ନେଇ ଫଟୋ ଉଠାଉଛନ୍ତି। ଯାହା ଶ୍ରୀମନ୍ଦିର ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୁବକ ଏବଂ ମହିଳାମାନେ ଅନ୍ତବସ୍ତ୍ରରେ ମୋବାଇଲ ଲୁଚାଇ ମନ୍ଦିର ଭିତରକୁ ନେଉଛନ୍ତି, ସେଠାରେ ଫଟୋ ଉଠାଉଛନ୍ତି। ଯାହାକୁ ନେଇ ଅସହାୟ ପ୍ରକାଶ କରିଛି ଜଗନ୍ନାଥ ଟେମ୍ପଲ ପୋଲିସ(ଜେଟିପି)।

ଘଟଣା ବିଷୟରେ ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, ”ଚାରିଦ୍ୱାର ଖୋଲିବା ପୂର୍ବରୁ ଗୋଟିଏ ବାଟ ଦେଇ ସମସ୍ତେ ପ୍ରବେଶ କରୁଥିଲାବେଳେ କଡ଼ାକଡ଼ି ଭାବେ ସବୁ ଭକ୍ତଙ୍କୁ ଯାଞ୍ଚ କରାଯାଉଥିଲା। ତେବେ ରାଜ୍ୟରେ ନୂତନ ସରକାର ଆସିବା ପରେ ଚାରିଦ୍ୱାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚାରିଦ୍ୱାରରେ ସୁରକ୍ଷା କଡ଼ାକଡ଼ି କରାଯାଇ ନ ଥିଲା। ଏକା ସଙ୍ଗେ ଅନେକ ଭକ୍ତ ପ୍ରବେଶ କରୁଥିଲେ ମଧ୍ୟ ଇଲେକ୍ଟ୍ରୋନିକ ମେଶିନ ମାଧ୍ୟମରେ ମଧ୍ୟ ଯାଞ୍ଚ କରାଯାଉନାହିଁ। ଏମିତିକି ମହିଳାମାନେ ଅନ୍ତବସ୍ତ୍ରରେ ମୋବାଇଲ ଲୁଚାଇ ନେଉଛନ୍ତି, ମହିଳା ପୋଲିସ ଅଭାବରୁ ତାହା ମଧ୍ୟ ଯାଞ୍ଚ କରାଯାଇପାରୁ ନାହିଁ। ମହିଳାମାନେ ସେମାନଙ୍କ ବ୍ୟାଗରେ ମଧ୍ୟ ମୋବାଇଲ ଫୋନ ଲୁଚାଇ ନେଉଛନ୍ତି। ଏହାପରେ ଏବେ ରଥଯାତ୍ରା ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମରୁ ସମସ୍ତ ଭକ୍ତଙ୍କ ମୋବାଇଲ ଯାଞ୍ଚ କରିବା ସମ୍ଭବପର ହେଉନାହିଁ। ଯେଉଁ କାରଣରୁ ଶ୍ରୀମନ୍ଦିର ଭିତରେ ଭକ୍ତମାନେ ମୋବାଇଲ ନେଇ ଫଟୋ ଉଠାଉଛନ୍ତି।”

ତେବେ ଭିତର ମନ୍ଦିର ନିକଟରେ ସୁରକ୍ଷାରେ ମୁତୟନ ହୋଇଥିବା ପୋଲିସମାନେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। ସେମାନଙ୍କ ଆଖପାଖରେ ଫଟୋ ଉଠାଇବା ଭଳି ଘଟଣାରେ ଘଟୁଥିଲେ ମଧ୍ୟ ସେମାନେ ଏବିଷୟରେ ଅବଗତ ହୋଇପାରୁ ନାହାନ୍ତି। ଏହା ପଛରେ ମଧ୍ୟ ମୋବାଇଲ କାରଣ ସାଜିଛି। ଶ୍ରୀମନ୍ଦିର ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିଥିବାରୁ ସେମାନେ ଅଧିକାଂଶ ସମୟ ମୋବାଇଲ ଚଳାଇବାରେ ବ୍ୟସ୍ତ ରହୁଛନ୍ତି। ଯାହା ଶ୍ରୀମନ୍ଦିର ସୁରକ୍ଷା ଦିଗରେ ଏକ ବଡ଼ ଅବହେଳାକୁ ଦର୍ଶାଉଛି।

ସୂଚନା ମୁତାବକ କିଛି ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିର ଭିତରଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଦେଖିବାକୁ ମିଳିଛି। ଉକ୍ତ ଫଟୋ ଭାଇରାଲ କରିଥିବା ଯୁବକ ଜଣଙ୍କ ହେଲେ ନିଖିଲ ଗିରି। ସେ ଶ୍ରୀମନ୍ଦିର ଭିତରଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଆନନ୍ଦ ବଜାରର ପ୍ରବେଶ ପଥରେ ଏହା ଉଠାଯାଇଛି ବୋଲି ଫଟୋରେ ଦେଖାଯାଉଛି। ଏଥିସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଫଟୋ ରହିଛି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ ଥିବାବେଳେ ଯୁବକ ଜଣକ କିଭଳି ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ରଥଯାତ୍ରା ଦିନ ଫଟୋ ଉଠିଥିବା ଅନୁମାନ କରାଯାଉଛି, ତେବେ ସଠିକ୍‌ ସୂଚନା ଜଣାପଡ଼ିନାହିଁ। ଶ୍ରୀମନ୍ଦିର ଚାରିଦ୍ୱାରରେ ୨୪ ଘଣ୍ଟା ପୋଲିସ ରହୁଥିବା ବେଳେ ଭକ୍ତଙ୍କୁ ଯାଞ୍ଚ କରିବାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଶ୍ରୀମନ୍ଦିର ଭିତର ଫଟୋ ଅନେକ ଥର ଭାଇରାଲ୍‌ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନେକ ଜଗନ୍ନାଥପ୍ରେମୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri