ଟି-୨୦ ବିଶ଼୍ବକପ୍‌: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍‌ର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ରେ ଆମେରିକାକୁ ୯ ୱିକେଟ୍‌ରେ ହରାଇଛି ୱେଷ୍ଟ ଇଣ୍ଡିଜ୍‌ । ଏହି ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍‌ ଟି-୨୦ ଇଣ୍ଟରନ୍ୟାଶନାଲ୍‌ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି । ନିକୋଲସ ପୁରନ୍‌ଙ୍କ ଭାଗିଦାରୀ ସହିତ ସେ ଜବରଦସ୍ତ ପାଳି ଖେଳିଥିଲେ ହୋପ୍‌ । ଆମେରିକାର ଷ୍ଟାର୍‌ ବୋଲର ସୌରଭ ନେତ୍ରବଲକର ମଧ୍ୟ ସେମାନଙ୍କ ଆଗରେ ଫେଲ୍‌ ମାରିଥିଲେ । ୱେଷ୍ଟ୍‌ ଇଣ୍ଡିଜ୍‌ର ବିଜୟ ପରେ ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ ଏବେ ଆହୁରି ରୋମାଞ୍ଚକର ହୋଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ଆମେରିକା ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଆମେରିକାର କୌଣସି ବ୍ୟଟ୍ସମ୍ୟାନ୍‌ ୩୦ ରନ୍‌ ଉପରକୁ ମଧ୍ୟ କରିପାରିନଥିଲେ । ୱେଷ୍ଟ ଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ୍‌ ଏବଂ ରାଷ୍ଟନ ଚେଜ୍‌ ୩ ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ତେବେ ୱେଷ୍ଟ୍‌ ଇଣ୍ଡିଜ୍‌ ଆଗରେ ୧୨୯ ରନ୍‌ର ଲକ୍ଷ୍ୟ ରହିଥିଲା । ଏହାର ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ହୋପ୍‌ ଏବଂ ଜନସନ ଚାଲର୍‌ସ । ପ୍ରଥମ ୱିକେଟ୍‌ ସହ ୭ ଓଭରରେ ଦୁହେଁ ୬୭ ରନ୍‌ ଯୋଡ଼ିଥିଲେ । ଚାଲର୍‌ସ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ତାଙ୍କ ସ୍ଥାନରେ ଆସିଥିଲେ ନେକୋଲସ । ଦୁହେଁ ଆକ୍ରମଣାତ୍ମ ଢଙ୍ଗରେ ଖେଳିଥିଲେ । ଫଳରେ ଆମେରିକାର ବୋଲର ତିଷ୍ଠି ପାରିନଥିଲେ । ଶେଷରେ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା ୱେଷ୍ଟ ଇଣ୍ଡିଜ୍‌ ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri