ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ ଚାରି ଥର ବର୍ଷା ବି ହୋଇସାରିଛି। ସେହି ସମୟରେ ଜମି ରହିଥିବା ପାଣିରେ ମଶା ବଂଶ ବଢ଼ିବା ଆଶଙ୍କା ଦେଖାଦେଇଥିଲା। ଗତବର୍ଷ ଏହି ସମୟରେ ୪୪ ଡେଙ୍ଗୁ ରୋଗୀ ସହରରେ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ବି ଡେଙ୍ଗୁ ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଯାଏଁ ତପତ୍ରତା ପ୍ରକାଶ ପାଇନାହିଁ। କେବଳ ସଚେତନତାରେ ଡେଙ୍ଗୁ ନିୟନ୍ତ୍ରଣକୁ ସୀମିତ ରଖାଯାଇଥିବା ନିଗମର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସହରରେ ବିଇଏମ୍‌ସିର ୮ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୭ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ରହିଛି। ଡେଙ୍ଗୁ ପାଇଁ ସମସ୍ତେ ସଜାଗ ରହିଛୁ ବୋଲି ବିଇଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ର ଯାଞ୍ଚ ପାଇଁ ଦୁଇଟି ଟିମ ରହିଛି। ଆଭ୍ୟନ୍ତରିଣ ଯାଞ୍ଚ କ୍ଷେତ୍ରକୁ ତନଖି କରୁଥିବା ଅଧିକାରୀ କହିଛନ୍ତି ଯେ, ସମସ୍ତ କେନ୍ଦ୍ର ପକ୍ଷରୁ ଗତ ୫ ଓ ୬ ତାରିଖରେ ସଚେତନତା ରାଲି ବାହାରିଥିଲା। ଉକ୍ତ ରାଲି ସହରରେ ଥିବା ୪୨ ୱାର୍ଡ ବୁଲିଥିଲା। ଏଥି ସହିତ ଏଲ୍‌ଇଡି ଦ୍ୱାରା ମୁଖ୍ୟ ସ୍ଥାନରେ ଡେଙ୍ଗୁକୁ କିଭଳି ଦମନ କରାଯାଇପାରିବ ତା’ର ବାର୍ତ୍ତା ବି ଦିଆଯାଇଥିଲା। ଖାଲି ସେତିକି ନୁହେଁ ଭ୍ରାମ୍ୟମାଣ ଗାଡି ଦ୍ୱାରା ପ୍ରଚାର ବି ହୋଇଛି। ଏଥିସହିତ ସହରରେ ଥିବା ୧୮୦ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବି ସଚେତନତା କାର୍ଯ୍ୟ କରାଯାଉଛି। ଏହି ଟିମରେ ଚଳିତବର୍ଷ ଜଣେ ମହିଳା ଏଏନଏମ, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ଆଶାକର୍ମୀ ଓ ଜଣେ ମହିଳା ଆରୋଗ୍ୟ ସମିତିର ସ୍ବେଚ୍ଛାସେବୀ ରହିଛନ୍ତି। ଏମ୍‌କେସିଜି ନଚେତ ସିଟି ହସ୍‌ପିଟାଲରେ ପରୀକ୍ଷାରୁ ଡେଙ୍ଗୁ ବାହାରିଲେ ତାକୁ ହିଁ ପ୍ରାମାଣିକ ବୋଲି ଧରି ନିଆଯାଉଛି। ଯଦି ଡେଙ୍ଗୁ ଜଣାପଡେ ଏହି ଟିମ ଯାଇ ସେଠାକାର ପରିବେଶକୁ ଯାଞ୍ଚ କରି ଏଡିସ ମଶା କେଉଁଠି ଅଣ୍ଡା ଦେଇଛି, ଲାର୍ଭା କେଉଁଠି ରହିଛି ତାକୁ ନିପାତ କରିବାର ପଦକ୍ଷେପ ନେବା ବ୍ୟବସ୍ଥା କରାଯିବ। ଏଥିପାଇଁ ଏଭଳି ୪୨ ଟିମ ଗଠନ କରାଯାଇଛି। ଗତ ବର୍ଷ ସ୍ବଚ୍ଛ ସାଥୀମାନଙ୍କୁ ଏହି ଟିମରେ ନିଆଯାଇଥିଲା। ସେମାନଙ୍କୁ ଏବାବଦ ୩ଲକ୍ଷ ୧୦ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି। ଯଦି ସେହି ପରିବେଶରେ କେଉଁଠି ଟାୟାର ଦୋକାନ ରହିଛି କିମ୍ବା କୌଣସି ସ୍ଥାନରେ ପାଣି ଜମି ରହିଛି ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ସହାୟତା ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁରରେ ଡେଙ୍ଗୁର ପ୍ରାଦୁର୍ଭାବ କମ ରହିଛି। କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। କେବଳ ସଚେତନତାରେ ଡେଙ୍ଗୁ ନିୟନ୍ତ୍ରଣ କରାଯାଉଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ ବୋଲି ବିଇଏମସି ସ୍ବାସ୍ଥ୍ୟ ବିଭାଗର ସହରାଞ୍ଚଳ ପବ୍ଲିକ ହେଲ୍‌ଥ ଅଫିସର ଡା. ମନୋଜ କୁମାର ପଣ୍ଡା କହିଛନ୍ତି। ସେହିପରି ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ବାହ୍ୟ ପରିବେଶରେ ମଶା ବଂଶ ନ ବଢ଼ିବା ପାଇଁ ପ୍ରତ୍ୟହ ପଦକ୍ଷେପ ନିଆଯାଉଛି। ୨୩ଜଣ କ୍ଷେତ୍ର କର୍ମଚାରୀଙ୍କୁ ନେଇ ବିଭିନ୍ନ ୱାର୍ଡରେ ସପ୍ତାହକୁ ଦୁଇଥର ଲେଖାଏଁ ମଶା ତେଲ ସିଞ୍ଚନ କରାଯାଉଛି। ବିଭିନ୍ନ ନର୍ଦ୍ଦମାରେ ମଶାଙ୍କ ଲାର୍ଭାକୁ ନଷ୍ଟ କରିବା ପାଇଁ ଗମ୍ବୁଶିଆ, ଗଫି ଆଦି ମାଛ ବି ଛଡାଯାଉଛି। ତେବେ ପାଣି ଜମି ରହିବା ସ୍ଥାନକୁ ନଜର ଦିଆଯାଇ ମଶାଙ୍କ ପ୍ରଦୁର୍ଭାବ ଯେଭଳି ନ ବଢ଼ିବ ସେଥିପାଇଁ ବିଭାଗ ତପତ୍ର ରହିଛି ବୋଲି ସେ କହିଛନ୍ତି। ତେବେ ଆଗୁଆ ପଦକ୍ଷେପ ନ ନେଲେ ଗତବର୍ଷର ପରିସ୍ଥିତି ଉପୁଜିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri