ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ କଳାହାଣ୍ଡି ଜିଲା ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ କାଞ୍ଚନ ବାଗଙ୍କ ନାମ ରହିଛି। ଯାହାକୁ ନେଇ ଜିଲାର ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହା ପୂର୍ବରୁ କାଞ୍ଚନ ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟା, ଜିଲା ସମ୍ପାଦିକା ଓ ଜୁନାଗଡ଼ ବ୍ଲକ ନାନ୍ଦୋଳ ଯୋନର ଜିଲା ପରିଷଦ ସଭ୍ୟା ଭଳି ପଦବୀରେ ରହି ନିଜ ଦାୟିତ୍‌ତ୍ୱକୁ ସୁଚାରୁ ରୁପେ ସମ୍ପାଦନା କରିଥିଲେ। ଏହାସହ ବର୍ତ୍ତମାନ ସେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ପଞ୍ଚାୟତର ସମିତିସଭ୍ୟା ମଧ୍ୟ ରହିଛନ୍ତି। ଆଗାମୀ ଦିନରେ ଜିଲାର ମହିଳା ସଂଗଠନକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବା ସହ ମହିଳାଙ୍କ ପାଇଁ ଭାଜପା ସରକାର କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକ ଲୋଚନକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ନିଜ ପ୍ରତିକ୍ରିୟାରେ ଜିଲା ସଭାନେତ୍ରୀ କାଞ୍ଚନ ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri