କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି ତ ଆଉ କେଉଁଠି ପାଣି ମିଳିନାହିଁ। ଗାଁରେ ଥିବା ଟ୍ୟାପ୍‌ରୁ ଗୋଟିଏ ବାଲ୍‌ଟି ପାଣି ଭରିବା ପାଇଁ ୨ଘଣ୍ଟା ସମୟ ଲାଗୁଛି। ଗାଁକୁ ପାଣି ଯୋଗାଣ ବ୍ୟବସ୍ଥା ନ ହେଲେ ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନୟାଗଡ଼ ଜିଲା ଓଡ଼ଗା ବ୍ଲକ ସାକେରି ପଞ୍ଚାୟତ କୁଶଢିପି ଗ୍ରାମରେ ପାନୀୟଜଳ ସମସ୍ୟାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ, କୁଶଢିପି ଗ୍ରାମରେ ସାଢେ ୩ଶହ ଲୋକ ବସବାସ କରନ୍ତି। ଗାଁରେ ୩ଟି ନଳକୂପ ଥିଲେ ମଧ୍ୟ ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ା ସେଥିରୁ ଫ୍ଲୋରାଇ ଯୁକ୍ତ ପାଣି ବାହାରୁଥିବାରୁ ସେହି ପାଣି ବ୍ୟବହାର ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା ା ହେଲେ ପାଣି ସମସ୍ୟା ଉତ୍କଟ ହେବାରୁ ଲୋକେ ବାଧ୍ୟ ହୋଇ ସେହି ପାଣି ବ୍ୟବହାର କରୁଛନ୍ତି। ଏହାର କୁପ୍ରଭାବରେ ଶତାଧିକ ପିଲାଙ୍କ ଦାନ୍ତ ହଳଦିଆ ପଡିଛି ା କେହି କେହି ପେଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ା ଗାଁକୁ ପାଣିର ସୁବିଧା ନ ଥିବାରୁ ଲୋକମାନେ ବାରମ୍ଭାର ପ୍ରଶାସନ ପାଖରେ ଗୁହାରି କରିଥିଲେ। ମହିଳାମାନେ ଏକତ୍ରିତ ହୋଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି। କୁଶଢିପି ଗ୍ରାମରେ ଦେଢବର୍ଷ ତଳେ ଏକ ବୋରିଂ ଖୋଳାଯାଇ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି କାମ ଶେଷ ହୋଇନାହିଁ ା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି ା ଏବେ ଖରା ପ୍ରକୋପରେ ନଦୀ, କୂଅ, ପୋଖରୀ ଶୁଖିଲା ପଡ଼ିଛି। ଫଳରେ ସେହି ଫ୍ଲୋରାଇଡ଼ ଯୁକ୍ତ ପାଣି ବାହାରୁ ଥିବା ନଳକୂପ ଉପରେ ଗ୍ରାମବାସୀ ଭରସା କରିଛନ୍ତି । ଏଥିରେ ସୁଧାର ନ ଆସିଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହିତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସଂକ୍ରାନ୍ତରେ ଜଳ ଓ ପରିମଳ ଯନ୍ତ୍ରୀ ସୁବାସ ସ୍ବାଇଁଙ୍କ ସହିତ ଯୋଗଯୋଗ କରାଯାଇଥିଲା। ସବୁଠି ଜଳ ସଙ୍କଟ ସମସ୍ୟା ରହିଛି। ପର୍ଯ୍ୟାୟ କ୍ରମେ ଉପରୋକ୍ତ ସମସ୍ୟାର ସମାଧାନ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri