ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାକ୍‌ମୀ ଏକାଡେମୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଏକାଡେମୀ ଦ୍ୱାରା ଏକ ସ୍ବତନ୍ତ୍ର ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଏକାଡେମୀର ଛାତ୍ରୀଙ୍କ ଦ୍ୱାରା ସୁସଜ୍ଜିତ କରାଯାଇଥିବା ମଡେଲମାନେ ର଼୍ୟାମ୍ପରେ ଚାଲିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ୍‌ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଷା ବିଶ୍ୱାଳ, ଲାକ୍‌ମୀର ଜୋନାଲ ହେଡ୍‌ ଶୁଭାଶିଷ ମହାପାତ୍ର, ଆଞ୍ଚଳିକ ଏକାଡେମିକ୍‌ ମୁଖ୍ୟ ଅନନ୍ୟା ବାରୁ, କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ ତାରାଇ, ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହୋଇଥିଲାବେଳେ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍‌ଠାରେ ଖୋଲିଥିବା ଆପ୍‌ଟେକ୍‌ର ଲାକ୍‌ମୀ ଏକାଡେମୀ ଫ୍ୟାଶନ ଟ୍ରେଣ୍ଡ ସହ ହେୟାର ଡିଜାଇନ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ କର୍ପୋରେଟ୍‌ ମେକ୍‌ଅପ୍‌, ବ୍ୟକ୍ତିଗତ ଗ୍ରୁମିଙ୍ଗ୍‌, ବ୍ରାଇଡାଲ୍‌ ମେକ୍‌ଅପ୍‌, କ୍ଲାସିକ୍‌ କଟ୍‌, କ୍ରିଏଟିଭ୍‌ କଟ୍‌, କେଶର ରଙ୍ଗ ଇତ୍ୟାଦି କ୍ଷେତ୍ରରେ କୋଚିଂ ଦିଆଯାଉଛି। ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ସଫଳତାର ସହ ଚଳଚ୍ଚିତ୍ର, ବ୍ୟୁଟି ସେଲୁନ୍‌ ଏବଂ ଟେଲିଭିଜନ୍‌ରେ ନିଜର କ୍ୟାରିୟର ଆରମ୍ଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା...

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ...

ଜେଇଇ ଆଡ୍‌ଭାନ୍ସଡ୍‌ରେ ଆକାଶର ବାଜିମାତ୍‌

ଭୁବନେଶ୍ୱର,୧୫।୬: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମ ବା ଜେଇଇ ଆଡ୍‌ଭାନ୍ସଡ୍‌-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍‌ କରିଛନ୍ତି।...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ...

ଭାରତର ରପ୍ତାନି ପରିମାଣ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୬(ଅନୁରାଧା ମହାରଣା): ୨୦୨୪ ମେ’ରେ ଭାରତର ମୋଟ ରପ୍ତାନି ୧୦.୨୫ ପ୍ରତିଶତ ବୃଦ୍ଧି ପାଇବ। ୨୦୨୪ ଏପ୍ରିଲ-ମେ ମଧ୍ୟରେ ଭାରତର ମୋଟ ରପ୍ତାନି ୧୩୩.୬୧ ବିଲିୟନ ଡଲାର...

ଏଣିକି ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା, ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ଅଧିକ ଚାର୍ଜ

ଭୁବନେଶ୍ୱର,୧୪ା୬: ନଗଦ କାରବାର କରିବା ପାଇଁ ଏଟିଏମ୍ ବ୍ୟବହାରକାରୀଙ୍କୁ ଏଣିକି ଅଧିକ ଚାର୍ଜ ଦେବାକୁ ପଡିବ। କନଫେଡେରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି(CATMI) ରିଜର୍ଭ ବ୍ୟାଙ୍କ ଅଫ୍...

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୪ା୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri