ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ରିହାତି ଓ ବିଭିନ୍ନ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ବୈଧ। ସେହିଭଳି ଏହି ଅଫର ଜରିଆରେ ଗ୍ରାହକ ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ମୂଲ୍ୟର ହୀରା,ଅନକଟ୍‌ ହୀରା ଏବଂ ମୂଲ୍ୟବାନ୍‌ ଅଳଙ୍କାର କ୍ରୟକଲେ ୨,୦୦୦ ଟଙ୍କା ମୂଲ୍ୟର ମାଗଣା ଉପହାର ଭାଉଚର ଦିଆଯାଉଥିବା ବେଳେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର କ୍ରୟ ଉପରେ ୧,୦୦୦ ଟଙ୍କା ମୂଲ୍ୟର ଏକ ଉପହାର ଭାଉଚର ଏବଂ ୧୦,୦୦୦ ଟଙ୍କା ମୂଲ୍ୟର ରୁପା ଅଳଙ୍କାର କ୍ରୟ ଉପରେ ଗ୍ରାହକଙ୍କୁ ୫୦୦ ଟଙ୍କା ମୂଲ୍ୟର ଏକ ଉପହାର ଭାଉଚର ଦିଆଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଉତ୍ସବକାଳୀନ ଏହି ସ୍ବତନ୍ତ୍ର ଅଫର ଅକ୍ଷୟ ତୃତୀୟାର ପବିତ୍ର ଉତ୍ସବକୁ ପାଳନ କରିବା ପାଇଁ ଜୟଆଲୁକ୍କାସ୍‌ ପକ୍ଷରୁ ଗ୍ରାହକମାନଙ୍କୁ ଏକ ଅତିରକ୍ତ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଳଙ୍କାର କିଣୁଥିବା ଗ୍ରାହକମାନେ ଏହି ଉତ୍ସବକାଳୀନ ଅଫରର ଲାଭ ୨୦୨୪ ମେ ୩ରୁ ୧୨ ମଧ୍ୟରେ ଭାରତର ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରୁ ଉଠାଇପାରିବେ।
ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ସମୂହର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଅକ୍ଷୟ ତୃତୀୟାର ଏହି ପବିତ୍ର ଏବଂ ଶୁଭ ଅବସରରେ ଆମେ ବିଶ୍ବାସକରୁ ଯେ ଉକ୍ତ ଅଫରଗୁଡିକ ଆମ ଗ୍ରାହକମାନଙ୍କ ପାଇଁ ବହୁ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri