Odisha Elections 2024

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି। ଏହା ପରେ ଅଖିଳଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ତେବେ ଅନ୍ୟ ଏକ ଗୋଷ୍ଠୀ ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ଯଦିଓ ସବୁ ଦଳରେ କନ୍ଦଳ ଲାଗିରହିଛି ହେଲେ ଭାଜପାର ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ପରିଲକ୍ଷିତ ହେଉଛି। ଏହାର ସମାଧାନ ନ ହେଲେ ଏହା ଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।
ସୂଚନା ମୁତାବକ, ଅତୀତରେ ପାଟଣା ନିର୍ବାଚନ ମଣ୍ଡଳୀକୁ ଭାଜପାର ଗଡ଼ କୁହାଯାଉଥିଲା। ମାତ୍ର ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଓ ଗୋଷ୍ଠୀ କନ୍ଦଳ ଭାଜପାର ବିଜୟ ପଥରେ ଅନ୍ତରାୟ ସୃଷ୍ଟି କରୁଛି। ଏଠାରେ ୨୦୧୯ ନିର୍ବାଚନ ସମୟରେ ଭାଜପା ୨ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଯାହା ସେଥର ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଚଳିତ ନିର୍ବାଚନରେ ପୁଣି ଅଖିଳଙ୍କ ବିରୋଧୀ ଗୋଷ୍ଠୀ ପ୍ରତିବାଦ ଆରମ୍ଭ କରିସାରିଲେଣି। ତାଙ୍କ ପ୍ରାର୍ଥିତ୍ୱ ପରିବର୍ତ୍ତନ ଦାବିରେ ଜିଲା କାର୍ଯ୍ୟାଳୟରେ ହୋ ହଲ୍ଲା କରିଛନ୍ତି। ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ କନ୍ଦଳକୁ ପ୍ରଶମିତ ନ କଲେ ୨୦୧୯ ପରି ଦଶା ଭୋଗିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେଡି ପକ୍ଷରୁ ବିଧାୟକ ଜଗନ୍ନାଥ ନାଏକଙ୍କୁ ଦଳ ପୁଣି ଭରସା କରିଛି। ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ଥିଲେ ବି ଦଳର ସୁପ୍ରିମୋଙ୍କ ଭୟରେ ତାହା ପଦାକୁ ଆସୁ ନ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ପକ୍ଷରୁ ଦଳର ହାଇକମାଣ୍ଡ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥିତ୍ୱରେ ମୋହର ମାରିଛନ୍ତି। ହୃଷୀକେଶଙ୍କୁ କଂଗ୍ରେସର ଏକ ଗୋଷ୍ଠୀ ଟିକେଟ ପାଇବା ପୂର୍ବରୁ ବିରୋଧ କରି ଆସୁଥିଲେ ହେଁ ଏବେ ଉକ୍ତ ଗୋଷ୍ଠୀ ସୁପ୍ତ ଆଗ୍ନେୟଗିରି ଭଳି ରହିଛି। କେଉଁ ସମୟରେ ବିସ୍ଫୋରକ ରୂପ ନେବ ତାହା କହିହେବ ନାହିଁ। ୩ ପ୍ରମୁଖ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଊଣା ଅଧିକେ ରହିଥିଲେ ହେଁ ମ୍ୟାନେଜମେଣ୍ଟ ଉପରେ ସବୁ କିଛି ନିର୍ଭର କରୁଛି। ଏଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ଇଂ. ଦୀପକ ନାୟକଙ୍କ ନାମ ଘୋଷଣା କରାଯାଇଛି। ତେବେ ବିଜେଡି ସହ ପ୍ରମୁଖ ବିରୋଧୀ ଦଳ ଭାଜପା ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଛି। ଅପରପକ୍ଷେ ୫ ଥର ବିଧାୟକ ହୋଇଥିବା ଅନୁଭବୀ ନେତା ହୃଷୀକେଶଙ୍କୁ କଂଗ୍ରେସ ଟିକେଟ ଦେଇ ବାଜିମାତ ଲକ୍ଷ୍ୟ ମଧ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍‌ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ...

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ

କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍...

ଛେନାପଦୀରେ ବଦ୍ରି, ଧନୁର୍ଜୟ, ଅଭିମନ୍ୟୁଙ୍କ ଶକ୍ତି ପ୍ରଦର୍ଶନ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀଠାରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡିର ବରିଷ୍ଠ କର୍ମୀ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ବୁଧବାର ସନ୍ଧ୍ୟାର...

ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସମଣା ପଞ୍ଚାୟତ ବରାଙ୍ଗଠାରେ ମହିଳା ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ପ୍ରଥମେ ମହିଳାମାନେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ...

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ...

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri