Posted inଜାତୀୟ

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର ୧ରୁ ୨ ମିନିଟ୍‌ର ଇନ୍ଧନ ଥିଲା ବୋଲି ଦିଲ୍ଲୀର ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ଏୟାରଲାଇନ୍ସ ଉକ୍ତ ଖବରକୁ ଖଣ୍ଡନ କରି ବିମାନରେ ଯଥେଷ୍ଟ ତେଲ ଥିଲା ବୋଲି କହିଛି। ଦିଲ୍ଲୀ ପୋଲିସ ଡିସିପି ସତୀଶ କୁମାର ଏକ୍ସ’ରେ କରିଥିବା ଏକ ପୋଷ୍ଟରେ ଅଯୋଧ୍ୟାରୁ ଦିଲ୍ଲୀ ଯାତ୍ରାର ଦୁଃଖଦ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ୬ଇ ୨୭୦୨ ବିମାନଟି ଅପରାହ୍ନ ୩.୨୫ରେ ଅଯୋଧ୍ୟା ଛାଡ଼ି ୪ଟା ୩୦ରେ ଦିଲ୍ଲୀରେ ପହଞ୍ଚତ୍ବାର ଥିଲା। ତେବେ ଦିଲ୍ଲୀ ବିମାନବନ୍ଦରଠାରେ ପାଗ ଖରାପ ଏବଂ ବିମାନରେ ୪୫ ମିନିଟ୍‌ ପାଇଁ ଇନ୍ଧନ ଥିବା ପାଇଲଟ୍‌ ୪ଟା ୧୫ ସମୟରେ ଘୋଷଣା କରିଥିଲେ। ଇତିମଧ୍ୟରେ ସେ ଦୁଇଥର ଅବତରଣ ଉଦ୍ୟମ କରି ବିଫଳ ହୋଇଥିଲେ। ଘୋଷଣାର ୭୫ ମିନିଟ ପରେ ଅପରାହ୍ନ ୫ଟା ୩୦ରେ ବିମାନକୁ ଚଣ୍ଡିଗଡ଼ରେ ଅବତରଣ ଉଦ୍ୟମ କରାଯାଉଥିବା କୁହାଯାଇଥିଲା। ଶେଷରେ ୬ଟା ୧୦ ମିନିଟରେ ଏହା ଚଣ୍ଡିଗଡ଼ରେ ଅବତରଣ କରିଥିଲା। ସେତେବେଳକୁ ବିମାନରେ ମାତ୍ର ୧ ବା ୨ ମିନିଟ୍‌ର ଇନ୍ଧନ ଥିଲା ବୋଲି ଜଣେ କ୍ରିଉ ସଦସ୍ୟଙ୍କଠାରୁ ଜାଣିବାକୁ ପାଇଥିବା କୁମାର କହିଛନ୍ତି। ଉକ୍ତ ପୋଷ୍ଟରେ ଡିଜିସିଏ, ବିମାନ ଚଳାଚଳ ମନ୍ତ୍ରଣାଳୟ, ଦିଲ୍ଲୀ ଏୟାରପୋର୍ଟ ଏବଂ ଇଣ୍ଡିଗୋକୁ ଟ୍ୟାଗ୍‌ କରାଯାଇଛି। ସବୁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁପାଳନ ହୋଇଥିଲା ନା ଏହା ଅଳ୍ପକେ ବର୍ତ୍ତିଗଲା, ତଦନ୍ତ କରାଯାଉ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri