Odisha Elections 2024

ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା!

ଭୁବନେଶ୍ୱର,୧୦।୪: ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବିଦୁସ୍ମିତା ଦାଶ ମନ୍ତ୍ରୀ। ପଦ୍ମ ଛାଡ଼ି ଶଙ୍ଖ ଫୁଙ୍ଖିବେ ଅଭିନେତ୍ରୀ। ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହେଲାଣି । ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ କୁମାର ଦାସଙ୍କୁ ୨୦୧୯ରେ ବିଧାୟକ ପ୍ରାର୍ଥୀ କରିଥିଲା ଭାଜପା। ସ୍ବାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ବିଦୁସ୍ମିତା । କିଛି ଦିନ ତଳେ ତାଙ୍କୁ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।

ବିଜେପି ପାଇଁ ଅନେକ ସମୟରେ ବିଦୁସ୍ମିତାଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳୁଥିଲା । କିଛି ଦିନ ପୂର୍ବେ ଭାଜପା ଦଳୀୟ କାର୍ଯ୍ୟାଳୟରେ ବିଦୁସ୍ମିତା ପହଞ୍ଚିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଭଳି କାମ କରିବେ ବୋଲି କହିଥିଲେ । ଏପରିକି ଦଳ ଯାହା ଦାୟିତ୍ୱ ଦେବ ତାହାକୁ ତୁଲାଇବି ବୋଲି ମଧ୍ୟ କହିଥିଲେ ବିଦୁସ୍ମିତା । କିନ୍ତୁ ଭାଜପା ଟିକେଟ ନ ମିଳିବା କାରଣରୁ ବିଦୁସ୍ମିତା ଦଳ ଛାଡୁଥିବା ଚର୍ଚ୍ଚା ହେଉଛି । ସୂଚନାଥାଉ କି, ସ୍ବାମୀ ଭାଜପାରେ ଥିବାବେଳେ ୨୦୧୯ରେ ଭାଜପାରେ ଯୋଗ ଦେଇଥିଲେ ବିଦୁସ୍ମିତା ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା

ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି।...

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ...

୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ...

ଭାଜପାରେ ମିଶୁ ମିଶୁ ଅପରାଜିତାଙ୍କ ପାଇଁ ପ୍ରଚାର କଲେ ଜିତୁ, କହିଦେଲେ ଏମିତି କଥା…

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି।...

ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ…

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେଡି ଆଉଥରେ ସରକାରକୁ...

ଖୋର୍ଦ୍ଧା ରାଜନୀତିରେ ରୋଚକ: ଭାଜପାରେ ସାମିଲ ହେଲେ ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଜିତୁ ଭାଜପାରେ ମିଶୁମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ...

କେମିତି ଅଛନ୍ତି ଶାହରୁଖ ଖାନ୍‌:ଆସିଲା ଅପ୍‌ଡେଟ୍‌

ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍‌ଲାନି କହିଛନ୍ତି।...

୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ

ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri