ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହି ସଫଳତା ଭାରତୀୟ ବଜାର ପ୍ରତି କମ୍ପାନୀର ଉପସ୍ଥିତି ଓ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ରେ କମ୍ପାନୀ ତା’ର ପ୍ରଥମ ଦୁଇଚକିଆ ଯାନ ଆକ୍ଟିଭା ସହ ଭାରତୀୟ ବଜାରକୁ ପ୍ରବେଶ କରିଥିଲା। ଏପରିକି ବର୍ଷ ବର୍ଷ ଧରି କମ୍ପାନୀ ଅନେକ ନୂତନ ମାଇଲଖୁଣ୍ଟ ହାସଲ ସହ ଭାରତର ଲୋକପ୍ରିୟ ଦୁଇଚକିଆ ବ୍ରାଣ୍ଡ୍‌ ମଧ୍ୟରୁ ଅନ୍ୟତମ ହୋଇଯାଇଥିଲା। ଘରୋଇ ବଜାରେ ବ୍ରାଣ୍ଡ୍‌ର ପ୍ରତିଷ୍ଠା ପରଠାରୁ ଏଚ୍‌ଏମ୍‌ଏସ୍‌ଆଇ ଅଭିନବତା, ଗୁଣବତ୍ତା ଏବଂ ଗ୍ରାହକ ସନ୍ତୋଷରେ ଅଗ୍ରଣୀ ରହିଛି। ଭାରତୀୟ ଉପଭୋକ୍ତାଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକର ଏକ ବିଶାଳ ଉପତ୍ାଦ ବର୍ଗମାଳା କ୍ରମାଗତ ଭାବେ ପ୍ରଦାନ କରୁଛି। ୨୦୦୧ ଜୁନ୍‌ରେ ବ୍ରାଣ୍ଡ୍‌ ଖୁଚୁରା କାରବାର ଆରମ୍ଭ କରିଥିବାବେଳେ ଗତ ୨ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ ଭାରତୀୟ ଗ୍ରାହକମାନଙ୍କ ସମର୍ଥନ ପାଇଆସୁଛି। ଏପରିକି ପ୍ରଥମ ୧କୋଟି ଗ୍ରାହକ ହାସଲ କରିବା ପାଇଁ କମ୍ପାନୀକୁ ୧୧ ବର୍ଷ ସମୟ ଲାଗିଥିବାବେଳେ ବର୍ତ୍ତମାନ ଏହାର ଗତି ୩ଗୁଣ ବୃଦ୍ଧି ପାଇଛି ଏବଂ ପରବର୍ତ୍ତୀ ୩ ବର୍ଷରେ ଏହା ୨କୋଟି ଛୁଇଁଛି। ୨୦୧୭ ଏପ୍ରିଲରେ ବ୍ରାଣ୍ଡ୍‌ ୩ କୋଟିର ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। କିନ୍ତୁ ପରବର୍ତ୍ତୀ ୩ କୋଟି ଗ୍ରାହକ ମାତ୍ର ୭ ବର୍ଷ ମଧ୍ୟରେ ହୋଣ୍ଡା ପରିବାରରେ ଯୋଗଦେଇଥିଲେ ଏବଂ ୨୦୨୪ ମାର୍ଚ୍ଚରେ ବ୍ରାଣ୍ଡ୍‌ର ୬କୋଟି ଘରୋଇ ବିକ୍ରି ସହ ନୂତନ ରେକର୍ଡ ଓ ମାଇଲଖୁଣ୍ଟ ହାସଲ କରିଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ଏମ୍‌ଡି, ସଭାପତି ଓ ସିଇଓ ସୁତ୍ସୁମୁ ଓଟାନି କହିଛନ୍ତି, କମ୍ପାନୀ ବର୍ତ୍ତମାନ ୬କୋଟିରୁ ଅଧିକ ଉଲ୍ଲସିତ ଗ୍ରାହକଙ୍କ ଏକ ପରିବାର ବୋଲି ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ବିକ୍ରୟ ମାଇଲଖୁଣ୍ଟ ହାସଲ କରିବା ସହ ଭାରତୀୟ ଗ୍ରାହକମାନେ ବ୍ରାଣ୍ଡ୍‌ ହୋଣ୍ଡା ଉପରେ ରଖିଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri