ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରୁଥିବା ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ର ଶେଷରେ ଜେଲ ଯାଇଛନ୍ତି। ଉଭୟେ ଗତ ବୁଧବାର ଯାଜପୁରରୋଡ୍‌ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସପର୍ମଣ କରିଥିଲେ। ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦମ୍ପତିଙ୍କୁ ଯାଜପୁର ଟାଉନ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଭଦ୍ର ଦମ୍ପତିଙ୍କ ଜାମିନ ନାମଞ୍ଜୁର କରି ଶୁକ୍ରବାର ପୁନଶ୍ଚ ଜାମିନ ଆବେଦନର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ତେଣୁ ମୋନାଲିସା ଏବଂ ବଦ୍ରିନାରାୟଣଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ଯାଜପୁର ଜିଲା କାରାଗାରକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତ ଜହଳ ଗ୍ରାମର ୟୁଟ୍ୟୁବର ମୋନାଲିସା ବନ୍ୟ ଆଇନ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହେବାପରେ ବନ ବିଭାଗ ଟିମ୍‌ ଗତ ୨୪ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ମୋନାଲିସା ଓ ବଦ୍ରିନାରାୟଣ ଫେରାର ହୋଇଯାଇଥିଲେ। ଏହି ଭଦ୍ର ଦମ୍ପତି ଫେରାର ହେବା ପରେ ପୁନଶ୍ଚ ଗତ ସୋମବାର ବନ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁରରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଥିସହିତ ମୋନାଲିସା ଓ ତାଙ୍କ ସ୍ବାମୀଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ୨ ଟିମ୍‌ ଗଠନ କରାଯାଇଥିଲା। ସେମାନଙ୍କ ବିରୋଧରେ ଏକ ମାମଲା (ନଂ.୨୭୫ା୨୪)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଙ୍କିତ

ଭୁବନେଶ୍ୱର,୧୪।୫: ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ...

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର

ବ୍ରହ୍ମପୁର,୧୪।୫: ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ହତ୍ୟା ଉଦ୍ୟମ ମାମଲା ରୁଜୁ...

ବାଇକ-ସ୍କୁଟି ମୁହାମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ପାଟଣା,୧୪।୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ କପାସପଡ଼ା ବାଙ୍କ ନିକଟରେ ମଙ୍ଗଳବାର ପୂର୍ବାହ୍ନ ଏକ...

ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ନୂଆପଡ଼ା/କୋରୁକୋଣ୍ଡା(ମକାରୁ ବେମାଲ/ଅଭିନାଶ ବେହେରା):୧୪।୫: ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ...

ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା ,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ସେକ୍ସନ ବେଲସରେଇ ଗ୍ରାମର ସୁଶୀଲ ମହାନ୍ତଙ୍କ ପରିବା ବଗିଚାରୁ ମଙ୍ଗଳବାର ସକାଳୁ ଏକ ଆହତ ହରିଣକୁ ବନ...

ସୋର ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କଲା ଭାଜପା, ରାଜୁ ଦାସଙ୍କ ବଦଳରେ ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୪।୫: ଭାଜପା ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ନିକଟରେ ବିଜେଡି...

ମେ ୧୫ରେ କଟକରେ ଅମିତ ଶାହାଙ୍କ ମେଗା ରୋଡ ଶୋ’

କଟକ,୧୪।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମେ ୧୫ରେ କଟକରେ ଏକ ମେଗା ରୋଡ ଶୋ’ କରିବେ। ଏହି ରୋଡ ଶୋ’ ଅପରାହ୍ନ ୪ଟାରୁ...

ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୪ା୫ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri