ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ରମେଶ ମେହେର(୫୫)। ଗୌର ମେହେର(୩୨) ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଉଭୟେ ସ୍ଥାନୀୟ ଭେଡ଼େନ ଗ୍ରାମର ଏବଂ ସମ୍ପର୍କରେ ଶ୍ୱଶୁର, ଜ୍ୱାଇଁ ଅଟନ୍ତି ।
ମିଳିଥିବା ସୂଚନା ମୁତାବକ, ଶ୍ୱଶୁର, ଜ୍ୱାଇଁ କୌଣସି ଏକ ଘରୋଇ କାର୍ଯ୍ୟରେ ବାଇକ୍‌ ଯୋଗେ ବକଟୀ ପଞ୍ଚାୟତ ଅନ୍ତର୍ଗତ ବୁରଦା ଗ୍ରାମକୁ ଯାଇ ଘରକୁ ଫେରୁଥିଲେ। ହେଲେ ହଠାତ୍‌ ଏକ ଗାଈ ରାସ୍ତା ଉପରକୁ ଉଠି ବାଇକ୍‌ ସାମ୍‌ନାକୁ ଚାଲି ଆସିବାରୁ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭେଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଶ୍ୱଶୁର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଭେଡ଼େନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri