ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ ଏହି ବ୍ୟବସାୟ ବଢ଼ିବାରେ ଲାଗିଛି। ଫଳରେ କିଛି ଖଳ ପ୍ରକୃତିର ଲୋକ ଏହାର ସୁଯୋଗ ନେଇ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ। ରାୟଗଡ଼ା ସହରର ଜଣେ ମହିଳା ଚିଟ୍‌ଫଣ୍ଡ ନାଁରେ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ହୋଇଯାଇଥିବା ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ଠକାମିର ଶିକାର ହୋଇଥିବା ମହିଳାମାନେ ଶୁକ୍ରବାର ସନ୍ଧ୍ୟାରେ ଜିଲା ପୋଲିସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି। ରାୟଗଡ଼ା ଟାଉନ ଥାନା ଅଧିକାରୀ କେକେବିକେ କହଁର ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ସହର ରିଂରୋଡ୍‌ ନିବାସୀ ତୃପ୍ତିରାଣୀ କର ପ୍ରାୟ ୩ ବର୍ଷ ହେବ ରାୟଗଡ଼ାରେ ରିଂରୋଡ୍‌, କୋଅପରେଟିଭ କଲୋନି ଓ ଏହାର ଆଖପାଖ ଅଞ୍ଚଳର ମହିଳାଙ୍କ ସହ ସମ୍ପର୍କ ସ୍ଥାପନକରି ଚିଟ୍‌ଫଣ୍ଡ ଆରମ୍ଭ କରିଥିଲେ। ପରେ ଉକ୍ତ ମହିଳାମାନଙ୍କଠାରୁ ସେ ଟଙ୍କା ସୁଧରେ ନେଇଥିଲେ। ପ୍ରଥମେ କମ୍‌ ରକମର ଚିଟ୍‌ଫଣ୍ଡ ଆରମ୍ଭକରି ମହିଳାମାନଙ୍କ ବିଶ୍ୱାସ ଜମାଇ ପରବର୍ତ୍ତୀ ସମୟରେ ବଡ଼ କାରବାର ଆରମ୍ଭ କରିଥିଲେ। ଏଥିସହ ସୁଧ ଦେବା ନାଁରେ ସେମାନଙ୍କଠାରୁ ନଗଦ ଟଙ୍କା ଋଣ ମଧ୍ୟ ନେଇଥିଲେ। ଏବେ ସେ ରହୁଥିବା ଘର ବିକ୍ରିକରି ସମସ୍ତଙ୍କ ଟଙ୍କା ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶାନ୍ତି ବାରିକଙ୍କର ୭ଲକ୍ଷ ୫୦ହଜାର, ସୁଚିଶ୍ରୀ ବାରିକଙ୍କ ୧୩ଲକ୍ଷ ୫୦ହଜାର, ସଞ୍ଜୁଦୁବି ଜୈନଙ୍କର ୧୫ଲକ୍ଷ, ଜେ.କଳାବତୀଙ୍କର ୪ଲକ୍ଷ, ରୁବିନା ମହାରଣାଙ୍କ ୨ଲକ୍ଷ, ଲିଲି ଦାସଙ୍କ ୭ଲକ୍ଷ, ଲକ୍ଷ୍ମୀପ୍ରିୟା ସିଂଙ୍କ ୧୦ଲକ୍ଷ ଏବଂ ରୀତାଞ୍ଜଳି ସାମନ୍ତରାୟଙ୍କର ୧୩ଗ୍ରାମ ସୁନା ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କର ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ତୃପ୍ତିରାଣୀ। ଅଭିଯୋଗକାରୀ ମହିଳାଙ୍କ କହିବାନୁସାରେ, ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ତୃପ୍ତିରାଣୀ ଫେରାର ହୋଇଯାଇଛନ୍ତି। ତାଙ୍କ ମୋବାଇଲକୁ ଫୋନ୍‌ କଲେ ମଧ୍ୟ ଫୋନ୍‌ ଉଠାଉ ନ ଥିବା ଏବଂ ପରେ ବନ୍ଦ କରିଦେଇଥିବା ଠକେଇର ଶିକାର ହୋଇଥିବା ମହିଳାମାନେ କହିଛନ୍ତି। ତେବେ ଏହି ଘଟଣାରେ ପୋଲିସ କିଭଳି ପଦକ୍ଷେପ ନେଉଛି ଏବଂ ତୃପ୍ତିରାଣୀଙ୍କୁ ଖୋଜି ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri