ନିଷିଦ୍ଧାଞ୍ଚଳରେ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ

କେନ୍ଦ୍ରାପଡ଼ା, ୨୦।୩(ଜଗନ୍ନାଥ ଧଳ): ବିଶ୍ୱପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସୁରକ୍ଷିତ ନାହାନ୍ତି। ସୁରକ୍ଷା ପାଇଁ ନିକଟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ପର୍ଯ୍ୟଟକଙ୍କ ଅନୁମତିକୁ ବାରଣ ହୋଇଛି। ୨୦୨୩ ନଭେମ୍ବର ପହିଲାରୁ ସାମୁଦ୍ରିକ ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ନିଷିଦ୍ଧ କରାଯାଇଛି। ଏହାସତ୍ତ୍ୱେ ନିଷିଦ୍ଧାଞ୍ଚଳକୁ ବୋଟ୍‌, ଟ୍ରଲର ଅବାଧରେ ପଶି ଆସୁଛନ୍ତି। ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଲେ ବେଆଇନ ଭାବେ ମତ୍ସ୍ୟଜୀବୀମାନେ ପାଟ୍ରୋଲିଂ ଟିମ୍‌କୁ ସମୁଦ୍ର ମଧ୍ୟରେ ଘେରିଯାଉଛନ୍ତି। ସୋମବାର ଏପରି ଘଟଣା ୨ଟି ସ୍ଥାନରେ ଦେଖିବାକୁ ମିଳିଛି। ମାଦଳି ଅଞ୍ଚଳରେ ଗୋଟିଏ ପାଟ୍ରୋଲିଂ ଟିମ୍‌କୁ ମତ୍ସ୍ୟଜୀବୀ ବୋଟ୍‌, ଟ୍ରଲର ମାଧ୍ୟମରେ ଘେରିଯାଇଥିବା ବେଳେ ବାବୁବାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା କନିକା-୩ ବୋଟ୍‌କୁ ମତ୍ସ୍ୟଜୀବୀ ଘେରିଥିଲେ। ତେବେ କନିକା-୩ର ଟିମ୍‌ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିବାରୁ ଅବାଧ ପ୍ରବେଶ ହୋଇପାରିନାହିଁ। ଏ ସମ୍ପର୍କରେ ଧାମରା ଥାନାରେ ଏକ ଅଭିଯୋଗ ବନ ବିଭାଗ ପକ୍ଷରୁ ହୋଇଛି। ଅପରପକ୍ଷରେ ନିଷିଦ୍ଧ କଟକଣାର ସାଢ଼େ ୪ ମାସରେ ମୋଟ୍‌ ୩୬ ବୋଟ୍‌, ଟ୍ରଲର ଜବତ ହୋଇଛି। ୩୫୯ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଗିରଫ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଜାମିନ ମିଳିଯାଉଥିବାରୁ କଟକଣାର ସୁଫଳ ମିଳୁନାହିଁ। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ୨୦୨୩ ନଭେମ୍ବରରୁ ୨୦୨୪ ମେ’ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ କଟକଣା ହୋଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ତେବେ ଏହି ୩ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସମନ୍ବୟ ଆଦୌ ନାହିଁ। ଅବାଧ ଭାବେ ବୋଟ୍‌, ଟ୍ରଲର ଚଳାଚଳ ଫଳରେ ଜାଲରେ ପଡ଼ି କଇଁଛଙ୍କ ମୃତ୍ୟୁ ହେଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ) ବ୍ୟବହାର ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ସମ୍ପ୍ରତି କଇଁଛଗୁଡ଼ିକ ଅଣ୍ଡାଦେବା ପାଇଁ ତଟାଞ୍ଚଳରେ ଠୁଳ ହେଲେଣି। ଆସନ୍ତା ସପ୍ତାହ ମଧ୍ୟରେ ସାମୂହିକ ଅଣ୍ଡାଦେବା ସମ୍ଭାବନା ରହିଛି। ଏହି ସମୟରେ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିବା ଏହି ବିରଳ ଜୀବ ପ୍ରତି ବିପଦ ହୋଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ୍‌ ଅଫିସର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ମଧ୍ୟରେ ୩ଟି ପାଟ୍ରୋଲିଂ ବୋଟ୍‌ ନିୟୋଜିତ ହୋଇଛି। ୧୪୩୫ ବର୍ଗ କିଲୋମିଟର ମଧ୍ୟରେ ଏହି ବୋଟ୍‌ ଘୂରୁଥିବା ବେଳେ କେତେକ ସ୍ଥାନରେ ମତ୍ସ୍ୟଜୀବୀ ପଶି ଆସୁଛନ୍ତି। ପାଟ୍ରୋଲିଂ ଟିମ୍‌ ନଜରକୁ ଆସିଲେ ସେହି ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳର ବାହାରକୁ ଯାଇ ଭିଏଚ୍‌ଏଫ୍‌ ମାଧ୍ୟମରେ ଅନ୍ୟ ସାଥୀ ମତ୍ସ୍ୟଜୀବୀଙ୍କୁ ଏକାଠି କରୁଛନ୍ତି। ପାଟ୍ରୋଲିଂ ଟିମ୍‌ ଓ ଅବାଧ ପ୍ରବେଶକାରୀଙ୍କ ମଧ୍ୟରେ ପ୍ରତ୍ୟହ ଏପରି ଘଟଣା ଦେଖିବାକୁ ମିଳୁଛି। ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାରୁ ସହଯୋଗ ମିଳୁନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସସ୍ମିତା ସାହୁଙ୍କୁ ପଚାରିବାରେ ସାମୁଦ୍ରିକ ଅଞ୍ଚଳରେ ଅବାଧ ପ୍ରବେଶ ରୋକିବା ପାଇଁ ବୋଟ୍‌, ଡ୍ରାଇଭର ଅଛନ୍ତି। ତେବେ ବୋଟ୍‌ ଚଳାଇବା ପାଇଁ ଆବଶ୍ୟକ ଇନ୍ଧନ ମିଳୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri