ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ନିଆଁକୁ ରୋକିବାକୁ ବନବିଭାଗର ପଦକ୍ଷେପ କାଟୁ କରୁନି । ଚଳିତ ବର୍ଷ ପଞ୍ଚରିଡା ରେଞ୍ଜର ଖତିଆ, ଦଶପଲ୍ଲା ରେଞ୍ଜର ଚଢ଼େୟାପଲ୍ଲୀ, ପୋଖରୀଗୋଛା, ପୋଲରା, ବାଣିଗୋଛା, ନସହର, ମହିପୁର ରେଞ୍ଜର ରତାଦେଇ, ପାଲଭା, ରଗଡିମଡା, ଖଣ୍ଡପଡା ରେଞ୍ଜର ସାପୁଆ, ମଇଁଷୀବିନ୍ଧା, ଓଡ଼ଗାଁ ରେଞ୍ଜର ଗୋଛା, ଗୟଳିସିଂହ ଆଦି ଜଙ୍ଗଲରେ ନିଆଁ ଲାଗିସାରିଲାଣିି । ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ କରୁଛି କାଳବୈଶାଖୀ ବର୍ଷା । ବର୍ଷ ନ ଥିଲେ ନୟାଗଡ଼ ବନଖଣ୍ଡର ଅଧିକାଂଶ ଜଙ୍ଗଲ ପୋଡି ପାଉଁଶ ହୋଇ ସାରନ୍ତାଣି । ଅନ୍ୟପକ୍ଷେ ଜଙ୍ଗଲରେ ନିଆଁ ଲାଗିଲେ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଉଛନ୍ତି। ହେଲେ ଅଧିକାଂଶ ସ୍ଥାନରେ ଅଭିଯୋଗ ଆସୁଛି ବିଳମ୍ବରେ ବନବିଭାଗର କର୍ମଚାରୀ ପହଞ୍ଚୁଛନ୍ତି । ବନବିଭାଗର ଅବହେଳା ଯୋଗୁ ବନାଗ୍ନି ଜଙ୍ଗଲର କ୍ଷୟକ୍ଷତି ବଢ଼ାଇ ଚାଲିଛି। ବନବିଭାଗର କର୍ମଚାରୀ ଓ ଅମାନିଆ ନିଆଁ ଲଗାଳି ମାନସିକତାରେ ପରିବର୍ତ୍ତନ ନ ଆଣିଲେ ଭାଷଣବାଜିରେ ସଚେତନତା ରହିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲା, ରେଞ୍ଜ, ସେକ୍ସନ, ବିଟ୍‌ସ୍ତରରେ ସଭା କରାଯାଇ ଅଗ୍ନି ନିୟନ୍ତ୍ରଣ ପରିଚାଳକ ଖସଡା ପ୍ରସ୍ତୁତ କରାଯିବ। ଫଳରେ ନିଆଁର ଭୟାବହତା ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଯିବ। ପ୍ରତି ରେଞ୍ଜର ଜଙ୍ଗଲିଆ ଅଞ୍ଚଳରେ ୮୦ କିମି ଫାୟାର ଲାଇନ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଅଧିକାଂଶ ଜଙ୍ଗଲରେ ଫାୟାର ଲାଇନ ଠିକ୍‌ ଭାବେ କଟା ଯାଉ ନ ଥିବାର ଅଭିଯୋଗ ଉଠିଛି । ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ସାରିବା ପରେ ଫାୟାର ଲାଇନ କଟାଯାଉଥିବା ଅଭିଯୋଗ ରହିଛି । ପୁଣି ଜଙ୍ଗଲରେ ନିଆଁ ଲିଭାଇବାରେ ସହଯୋଗ କରିବାକୁ ଗୋଟିଏ ରେଞ୍ଜ ପିଛା ୫ଟି ସ୍ବୟଂ ସହାୟିକା ଗୋଷ୍ଠୀ ଓ ୧୦ଟି ବନ ସଂରକ୍ଷଣ ସମିତି(ଭିଏସଏସ)କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଅନୁଦାନ ଆସିଛି । ହେଲେ ଅନୁଦାନର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ପ୍ରତି ରେଞ୍ଜରେ ଏକ ୧୦ ଜଣିଆ ନିଆଁ ଲିଭାଳି ଦଳ ନିୟୋଜିତ ହୋଇଛନ୍ତି। ଏମାନଙ୍କ ପାଇଁ ବୋଲେରୋ ନିଆଁ ଲିଭା ଉପକରଣ ଯୋଗାଇ ଦିଆଯାଇଛି। ହେଲେ ନିଆଁ ଲାଗିଲେ ଲିଭାଳି ଦଳ ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି । ସେହିପରି ଜଙ୍ଗଲ ନିଆଁର ସଚେତନତା ପାଇଁ ପ୍ରତି ରେଞ୍ଜରେ ୨୦ ହଜାର ଟଙ୍କା ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ପାଇଁ ଆସିଛି ।
ପାଟ୍ରୋଲିଂ ଲୋକ ଦେଖାଣିଆ
ଜଙ୍ଗଲରେ ନିଆଁ ଲାଗିଲେ ଗାଁ ମୁହାଁ ହୁଅନ୍ତି ବନ୍ୟ ପ୍ରାଣୀ । ଏଣୁ ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଶିକାର ଅପେକ୍ଷାରେ ଲୁଚି ରହି ଶିକାର କରେ । ସେହିପରି ଅଙ୍ଗାର ପାଇଁ ଜଙ୍ଗଲରେ ନିଆଁ ଲାଗୁଛି। ମହୁଲ ସଂଗ୍ରହ ଓ କେନ୍ଦୁପୁତ୍ର ସଂଗ୍ରହ ବେଳେ ନିଆଁ ଲଗା ଯାଇଥାଏ । ପୁଣି ଜଙ୍ଗଲରେ ଭୋଜି କରିବା ସମୟରେ ନିଆଁ ଲିଭା ଯାଇ ନ ଥାଏ । ଅନ୍ୟପକ୍ଷେ ବିଡି, ସିଗାରେଟରୁ ନିଆଁ ନ ଲିଭାଇ ଜଙ୍ଗଲ ଭିତରକୁ ଫୋପାଡି ଦେବା ଦ୍ୱାରା ନିଆଁ ଲାଗେ।  ଆଉ କେତେଜଣ ଲୋକ ମଜା ଦେଖିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି । ତେବେ ମନୁଷ୍ୟକୃତ ନିଆଁର ବିଭିନ୍ନ ରୂପ ଥିବାବେଳେ ଏହାକୁ ଧରପଗଡ଼ ପାଇଁ ବନବିଭାଗର ପଦକ୍ଷେପ ଓ ପାଟ୍ରୋଲିଂ ଉପରେ ଉଠିଛି ପ୍ରଶ୍ନ। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କ୍ଷେତ୍ର ବନ କର୍ମଚାରୀମାନେ ୨ ଚକିଆ ଯାନରେ ଓ ପାଦରେ ଚାଲି ଚାଲି ଜଙ୍ଗଲରେ ତଦାରଖ କରୁଥିବା କହୁଛନ୍ତି । ହେଲେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଧରି ପାରୁ ନାହାନ୍ତି । ଏନେଇ ପରିବେଶବିତ୍‌ ଗଛ ସାର ଅନ୍ତର୍ଯ୍ୟାମୀ ସାହୁ ଓ ବିଭୂ ପ୍ରସାଦ ଦାଶ ସାହୁ କୁହନ୍ତି, ମନୁଷ୍ୟକୃତ ନିଆଁକୁ ଧରପଗଡ଼ କରିବାକୁ ସ୍ଥାନୀୟ ଲୋକଙ୍କ ସହଯୋଗ ନେବା ସହ ପୁରସ୍କାର ରାଶି ଘୋଷଣା କରାଯିବା ଦରକାର । ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କୁହନ୍ତି, ମନୁଷ୍ୟକୃତ ନିଆଁକୁ ରୋକିବା ପାଇଁ ବନବିଭାଗ ସଚେନତନା ସୃଷ୍ଟି କରିବା ସହ ଏହାର ଭୟାବହତା ନେଇ ବାରମ୍ବାର ସଚେତନତା, ପ୍ରଚାର ପ୍ରସାର କରାଯାଉଛି। ଜଙ୍ଗଲରେ ନିଆଁ ଲାଗିବାର ଦେଖିଲେ କଣ୍ଟ୍ରୋଲ ରୁମକୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ବନବିଭାଗକୁ ଖବର ଦିଅନ୍ତୁ ବୋଲି କହିଛନ୍ତି। ନିଆଁ ଲାଗିଥିବା ସ୍ଥାନକୁ ପରିଦର୍ଶନ କରି ତା’ର କାରଣ, ଉତ୍ସ ଓ ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri