ଅଭିଜ୍ଞତାରୁ ସଫଳ ଉଦ୍ୟୋଗୀ

ଯାଜପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଉଦ୍ୟମ ଓ ଅଭିଜ୍ଞତାରୁ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏପରିକି ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଏବଂ ଇଗ୍ନୁରୁ ସାମ୍ବାଦିକତା ଶେଷ କରିଛନ୍ତି। ସେହିଭଳି ସାମ୍ବାଦିକତାରୁ ବୃତ୍ତି ଆରମ୍ଭ କରିଥିବା ଜଣେ ଉତ୍ସାହୀ ଯୁବକ ପାରିବାରିକ ବ୍ରତ ପ୍ରତି ବେଶ୍‌ ସତର୍କ ଏବଂ ସ୍ବାଭିମାନୀ ଥିଲେ। ଫଳରେ ବୃତ୍ତି ସହିତ ବ୍ରତକୁ ମଧ୍ୟ ସମତୁଲ ଭାବେ ଅନୁପାଳନ କରି ଚାଲୁଥିଲାବେଳେ ଏକ ସୁଯୋଗ ପରିଶେଷରେ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀରେ ପରିଣତ କରାଇଛି। ସେହି ସଫଳ ଉଦ୍ୟୋଗୀ ତଥା ବରିଷ୍ଠ ସାମ୍ବାଦିକ ଏବଂ ଫାଷ୍ଟ୍‌ କମ୍ୟୁନିକେଶନର ସ୍ବତ୍ୱାଧିକାରୀ(ପ୍ରୋପ୍ରାଇଟର) ତ୍ରିନୟନ ରଥଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର- ଓଡ଼ିଶା ବଜାରରେ ବିଜ୍ଞାପନ ସଂସ୍ଥାର ଭୂମିକା କିଭଳି ରହିଛି?
ଉ- ଓଡ଼ିଶା ବଜାରରେ ବିଜ୍ଞାପନ ସଂସ୍ଥାର ଯଥେଷ୍ଟ ଭୂମିକା ରହିଛି। ଏପରିକି ଦିନକୁ ଦିନ ବିଜ୍ଞାପନ ସଂଖ୍ୟା ବଢୁଥିବାରୁ ବଜାରରେ ପ୍ରତିଷ୍ଠିତ ବିଜ୍ଞାପନ ସଂସ୍ଥାର ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଗୁଣାତ୍ମକ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଥିତ୍ବାରୁ ସଂସ୍ଥା (ବ୍ରାଣ୍ଡ୍‌)ର ସ୍ଥିତିକୁ ସୁଦୃଢ଼ ବା ଉପସ୍ଥିତିକୁ ପ୍ରାଧାନ୍ୟ (ବ୍ରାଣ୍ଡ୍‌ ଏଷ୍ଟାବ୍ଲିଶ) ଦେବାକୁ ପଡିଥାଏ।
ପ୍ର- ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ- ବଜାରରେ ଅନେକ ବିଜ୍ଞାପନଭିତ୍ତିକ ସଂସ୍ଥା ରହିଥିବାବେଳେ ଗ୍ରାହକ ଆମକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଭାବିବା ଅପେକ୍ଷା କାର୍ଯ୍ୟରେ କରି ଦେଖାଇବାକୁ ଆମେ ଅଧିକ ପସନ୍ଦ କରିଥାଉ। କାରଣ ଆମେ କେବେ ବି ଗ୍ରାହକଙ୍କୁ ଅସନ୍ତୁଷ୍ଟ ବା କରିପାରିବୁ ନାହିଁ (ନେଭର ସେ ଟୁ ନୋ) ବୋଲି କହି ନ ଥାଉ। ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହିତ ଗୁଣାତ୍ମକ ସେବା ପ୍ରଦାନକୁ ଆମେ ସର୍ବଦା ପ୍ରାଧାନ୍ୟ ଦେଇଥାଉ।
ପ୍ର- ମିଡିଆ କ୍ଷେତ୍ରରୁ ମିଡିଆ ମ୍ୟାନେଜମେଣ୍ଟର ଯାତ୍ରା କିଭଳି ରହିଛି?
ଉ- ୯୦ଦଶକରେ ଓଡ଼ିଶାର ମିଡିଆ ସେହି ଅନୁସାରେ ବିକଶିତ ହୋଇ ନ ଥିଲା। ସେହି ସମୟରେ ଇଗ୍ନୁରୁ ସାମ୍ବାଦିକତାରେ ଉଚ୍ଚତର ଶିକ୍ଷା ଶେଷ କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟ ଆରମ୍ଭ କରିଥିଲି। ଦୀର୍ଘ ୧୫ବର୍ଷ ପର୍ଯ୍ୟନ୍ତ ଉଭୟ ଖବରକାଗଜ ଓ ଟେଲିଭିଜନ ଦୁନିଆରେ କାମ କରିବା ମଧ୍ୟରେ ଏକ ସୁଯୋଗ ଓ ଉତ୍ସାହରୁ ମିଡିଆ ମ୍ୟାନେଜମେଣ୍ଟ (ବିଜ୍ଞାପନଭିତ୍ତିକ କାର୍ଯ୍ୟ) କାର୍ଯ୍ୟ ୨୦୦୯ରୁ ଆରମ୍ଭ କରିଥିଲି।
ପ୍ର-ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା କିଛି ରହିଛି କି?
ଉ- ବ୍ୟବସାୟରେ ପ୍ରତିଷ୍ଠିତ ଓ ଉପସ୍ଥିତି ମୁଦ୍ରାର ଦୁଇଟି ପାର୍ଶ୍ୱଭଳି କାର୍ଯ୍ୟ କରିଥାଏ। ସେହି ଅନୁସାରେ ବ୍ୟବସାୟ ସମ୍ପ୍ରସାରଣର ଆବଶ୍ୟକତା ମଧ୍ୟ ରହିଛି। ବର୍ତ୍ତମାନ ସମୟରେ ଆମେ ଓଡ଼ିଶା ସମେତ କୋଲକାତା, ଦିଲ୍ଲୀ, ଗୁଆହାଟୀ, ଜୟପୁର, ଚେନ୍ନାଇ ଏବଂ ହାଇଦ୍ରାବାଦ ଭଳି ପ୍ରମୁଖ ସହରରେ ବ୍ରାଣ୍ଡ୍‌ର ଉପସ୍ଥିତି ରହିଥିଲାବେଳେ ଆଗାମୀ ଦିନରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ସହରରେ ଶାଖା ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି।
ପ୍ର-ଆଶାୟୀ ଯୁବୋଦ୍ୟୋଗୀଙ୍କ ସମ୍ପର୍କରେ କ’ଣ କହିବେ?
ଉ- ବର୍ତ୍ତମାନ ସମୟର ଯୁବଗୋଷ୍ଠୀଙ୍କ ନିକଟରେ ସହନଶୀଳତା ଓ ଧୈର୍ଯ୍ୟର ଯଥେଷ୍ଟ ଅଭାବ ରହିଛି। ଯେହେତୁ ଏହି କ୍ଷେତ୍ର ଏକ ଦାୟିତ୍ୱବାନ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପରିଚାଳନା କରିଥାଏ। ସେଥିପାଇଁ ଆମକୁ ସେହି ଅନୁସାରେ ପ୍ରସ୍ତୁତ ହେବା ସହିତ ଦକ୍ଷ ଓ ଅଭିଜ୍ଞ ମାନବ ସମ୍ବଳର ଆବଶ୍ୟକତା ରହିଛି।
ପ୍ର- ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ- ବ୍ୟବସାୟରେ ଗ୍ରାହକ ସର୍ବେସର୍ବା (ଗରାଖ ଈଶ୍ୱର) ହୋଇଥିଲାବେଳେ ଆମେ ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦା ପୂରଣକୁ ପ୍ରାଥମିକତା ଦେଇଥାଉ।
ପ୍ର-ପ୍ରତିଯୋଗିତାମୂଳକ ବ୍ୟବସାୟ ଓ ଶିଳ୍ପକୁ ଆପଣ କିଭଳି ଦେଖୁଛନ୍ତି?
ଉ-ପ୍ରତିଯୋଗିତା ସବୁ ସ୍ତର ଓ ବ୍ୟବସାୟରେ ଥାଏ, ହେଲେ ବିଜ୍ଞାପନଭିତ୍ତିକ ସଂସ୍ଥାର ପ୍ରତିଯୋଗିତା ଭିନ୍ନ ଏକ ପ୍ରକାରର ହୋଇଥାଏ। ପ୍ରତିଯୋଗିତାକୁ ପଛରେ ପକାଇ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri