Odisha Elections 2024

ଯୁବଶକ୍ତି ଶତପ୍ରତିଶତ ଆତ୍ମନିର୍ଭର ହେବେ: ଧର୍ମେନ୍ଦ୍ର

ଅନୁଗୋଳ,୫ା୩(ଅମିତ କୁମାର ସାମଲ):ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପ୍ରତିଷ୍ଠା ହୋଇଥିବା ସ୍କିଲ ଇଣ୍ଡିଆ ସେଣ୍ଟର(ଏସ୍‌ଆଇସି) ଜିଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ। ସୋମବାର ଏହି ସେଣ୍ଟରର ଲୋକାର୍ପଣ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଭକ୍ତି ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ, ଯୁବପିଢ଼ିଙ୍କୁ କୁଶଳୀ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ଏବଂ ଏନ୍‌ଏସ୍‌ଡିସିର ମିଳିତ ଆନୁକୂଲ୍ୟରେ ଅତ୍ୟାଧୁନିକ ସ୍କିଲ ଇଣ୍ଡିଆ ସେଣ୍ଟର ଅମଲାପଡାଠାରେ ସ୍ଥାପିତ ହୋଇଛି। ଆଇଟିଆଇ, ଡିପ୍ଲୋମା, ସ୍ନାତକ ଡିଗ୍ରୀ ପାଇଥିବା ଜିଲାର ଯୁବଶକ୍ତିଙ୍କ ଦକ୍ଷତା ବଢ଼ାଇବା ଦିଗରେ ଏହା ସହାୟକ ହେବ। ଏହି ସେଣ୍ଟରରେ ସ୍ବଳ୍ପ ମୂଲ୍ୟରେ ଆଧୁନିକ ଦୁନିଆର କାର୍ଯ୍ୟ ପାଇଁ ତାଲିମ ଦିଆଯିବ। ପ୍ରତିବର୍ଷ ୧୨ଶହରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ପ୍ରଶିକ୍ଷଣ ନେଇ ଭବିଷ୍ୟତରେ ଶତପ୍ରତିଶତ ରୋଜଗାର ପାଇବେ। ସମ୍ବଲପୁର, ଢେଙ୍କାନାଳ ଓ ଦେବଗଡ଼ ପରେ ଅନୁଗୋଳରେ କ୍ରମାଗତ ଭାବରେ ପ୍ରତିଷ୍ଠିତ ଏହି ସ୍କିଲ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ଏବଂ ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ ଅଛି। ସ୍ବଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ ଆଣ୍ଡ ବେଭରେଜ ସର୍ଭିସେସ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବତୀ ଯୁବକଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ।
ଏହି ଗସ୍ତକାଳରେ ପ୍ରଧାନ ଅନୁଗୋଳର ରାଣିଗୋଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସହ ଶିମିଳିପଡାଠାରେ ଜନ ଶିକ୍ଷଣ ସଂସ୍ଥାନ (ଜେଏସ୍‌ଏସ୍‌)ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ଅନୁଗୋଳରେ ଉଦ୍‌ଘାଟିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ସହ ଶିକ୍ଷାର ନୂଆ ପରିଭାଷା ତିଆରି କରିବ। ସେହିପରି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କର ଦକ୍ଷତା ବଢ଼ାଇବା ପାଇଁ ଜନ ଶିକ୍ଷଣ ସଂସ୍ଥାନ ସ୍ଥାପନା ହୋଇଛି। ଶିମିଳିପଡା ଠାରେ ନବକଳେବର ହୋଇଥିବା ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇବ। ସେମାନେ ତାଲିମ ପାଇ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ଲକ୍ଷପତି ଦିଦି ହେବାର ସପ୍ନ ପୂରଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri