Odisha Elections 2024

ପୁରୀ, ଭୁବନେଶ୍ୱର, କଟକ ଲୋକ ସଭା ପ୍ରାର୍ଥୀ ବଦଳାଇପାରେ ବିଜେଡି

ଭୁବନେଶ୍ୱର,୨୯।୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଆଦର୍ଶ ଆଚରଣ  ବିଧି ଲାଗୁ ହୋଇଯାଇପାରେ।  ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟିକେଟବଣ୍ଟା ଓ ଦଳବଦଳ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଷଷ୍ଠଥର ଲାଗି ସରକାର ଗଢ଼ିବା ପାଇଁ ଏଥର ବିଜେଡି ଅଣ୍ଟା ଭିଡ଼ିଛି। ଦୀର୍ଘବର୍ଷ ସରକାରରେ ରହିସାରିଥିବା କାରଣରୁ ଶାସକ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି। ସେହି କ୍ରମରେ ଦେଖିଲେ ପୁରୀ, ଭୁବନେଶ୍ୱର ଓ କଟକ ଲୋକ ସଭା ଆସନରେ ବିଜେଡି କେଉଁମାନଙ୍କୁ ପ୍ରାର୍ଥୀ କରୁଛି ଏବଂ ସେନେଇ ନାମ କେବେ ଘୋଷଣା ହେବ, ତା’ ଉପରେ ସମସ୍ତଙ୍କ ନଜର। ଉପକୂଳ ଓଡ଼ିଶାର ଏହି ଚର୍ଚ୍ଚିତ ଲୋକ ସଭା ଆସନରେ ବିଜେଡି ନୂଆ ମୁହଁ ଦେଇପାରେ ବୋଲି ଆଲୋଚନା ହେଉଛି। ଏନେଇ ଶାସକ ଦଳର ଦ୍ୱିତୀୟ, ତୃତୀୟ ଧାଡ଼ିର ନେତା ଓ କର୍ମୀମାନେ ଜାଣିସାରିଥିବା ବେଳେ କେବଳ ବିଧିବଦ୍ଧ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା।
ପୁରୀରୁ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଭୁବନେଶ୍ୱରରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ କଟକରୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏଚ୍‌ଆର୍‌ ହେଡ୍‌ ଭାବେ କାର୍ଯ୍ୟ କରିଥିବା ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ଲୋକ ସଭା ଟିକେଟ ଦେବ ବୋଲି ଦଳ ଭିତରେ ଆଲୋଚନା ହେବା ଆରମ୍ଭ ହୋଇଗଲାଣି। ଏହିସବୁ ଲୋକ ସଭା ଅଧୀନ ବିଧାୟକମାନେ ଦଳରୁ କେଉଁମାନେ ଏମ୍‌ପି ହେବେ ସେନେଇ ଖୁଲମଖୁଲା ଗପିବା ଆରମ୍ଭ କରିଦେଲେଣି। ପୁରୀରୁ ପିନାକୀ ମିଶ୍ର ଏବେ ଏମ୍‌ପି ଅଛନ୍ତି। ଏଥର ତାଙ୍କ ସ୍ଥାନରେ ଶାସକ ଦଳ ପକ୍ଷରୁ ଅରୂପ ପଟ୍ଟନାୟକଙ୍କୁ ଟିକେଟ ମିଳିପାରେ। ପିନାକୀ ପୁରୀ ଲୋକ ସଭା ଆସନରୁ ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରେ ଜିତିଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କଠାରୁ ୧୧,୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ତେବେ ଅରୂପଙ୍କ ନିଜ ଗାଁ ପୁରୀ ଜିଲା ପିପିଲି ନିର୍ବାଚନମଣ୍ଡଳୀରେ। ଅନ୍ୟପଟେ ଅରୂପ ଗତଥର ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ଭାଜପା ଏହି ଆସନରୁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା। ଅପରାଜିତା ୨୩,୮୩୯ ଖଣ୍ଡ ଭୋଟ ବ୍ୟବଧାନରେ ଅରୂପଙ୍କୁ ହରାଇଥିଲେ।  ଗତଥର ଅରୂପ ଏବଂ ଅପରାଜିତା ସେମାନଙ୍କ ରାଜନୈତିକ କ୍ୟାରିୟରର ପ୍ରଥମ ଇଂନିସ୍‌ ଆରମ୍ଭ କରିଥିଲେ। ଏବେ ଏହି ଆସନରୁ ଦଳ ଅରୂପଙ୍କ ସ୍ଥାନରେ ଶ୍ରୀମୟୀ ମିଶ୍ରଙ୍କୁ ଟିକେଟ ଦେବ ବୋଲି ଯୋଜନା କରିଥିବା କୁହାଯାଉଛି।  ଶ୍ରୀମୟୀ ମଧ୍ୟ ଦୁଇ ମାସରୁ ଅଧିକ  ହେଲା ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଲେଣି। ଅନୁରୂପ ଭାବେ କଟକ ଲୋକ ସଭା ଆସନରୁ ଭର୍ତ୍ତୃହରି ମହତାବ ୬ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ଲଗାତର ୨୬ ବର୍ଷ ହେଲା ସେ ଏହି ଆସନରୁ ଏମ୍‌ପି ଭାବେ ଅଛନ୍ତି। ଏଥର କିନ୍ତୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ଟିକେଟ ପାଇବା ନେଇ ଆଲୋଚନା ପ୍ରବଳ ମାତ୍ରାରେ ଚାଲିଛି। ଯଦି ଏଭଳି ଘଟେ, ତେବେ ଭର୍ତ୍ତୃହରିଙ୍କୁ ଦଳ ଟିକେଟ ଦେବ ନା ନାହିଁ ସେକଥା ମଧ୍ୟ ସ୍ପଷ୍ଟ ହୋଇଯିବ ।

Enter your email to get our daily news in your inbox.

All Right Reserved By Dharitri.Com

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ଓଡିଶା ବିକାଶ କରିବାରେ ବିଜେଡି ବିଫଳ ହୋଇଛି: ହେମା ମାଳିନୀ

ଭୁବନେଶ୍ୱର,୧୭।୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri