ବିନା ଟିକେଟ୍‌ରେ ଏରୋବ୍ରିଜ୍‌ରେ ପହଞ୍ଚି ବିମାନ ଯାତ୍ରା କରିବାକୁ ଯାଉଥିଲେ ବ୍ୟକ୍ତି, ଏମିତି ପଡ଼ିଲେ ଧରା

ମୁମ୍ବାଇ,୨୫ା୨: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣେ ବ୍ୟକ୍ତି ଖାଲି ଯେ, ବିନା ଟିକେଟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିନାହାନ୍ତି ବରଂ ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟକୁ ମଧ୍ୟ ଚାଲିଯାଇଥିଲେ। ତାଙ୍କ ପାଖରେ ବୈଧ କାଗଜପତ୍ର ମଧ୍ୟ ନ ଥିଲା। ତେବେ ଶେଷ ମୁହୂର୍ତ୍ତରେ ସୁରକ୍ଷା ଏଜେନ୍ସି ଉକ୍ତ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ତୁରନ୍ତ ଗିରଫ କରିଥିଲେ। ତାଙ୍କୁ ପଚରାଉଚରା କରି ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉଛି।

ସୂଚନାନୁସାରେ, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଅଭାବ ରହିଛି। କାରଣ ଜଣେ ବ୍ୟକ୍ତି ବିନା ଟିକେଟ ଏବଂ ଡକ୍ୟୁମେଣ୍ଟରେ ଇଣ୍ଡିଗୋ ଏରୋବ୍ରିଜରେ ନିକଟକୁ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଳେ ହଠାତ୍‌ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ତାଙ୍କୁ ଦେଖିଲେ, ସେ ସଙ୍ଗେ ସଙ୍ଗେ ଧରା ପଡ଼ିଗଲେ। କୁହାଯାଉଛି, ଏହି ଘଟଣା ଶୁକ୍ରବାର ଘଟିଛି। ଯିଏ କି ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ ସୁରକ୍ଷା କର୍ଡନକୁ ଅବମାନନା କରି ଭିତରକୁ ପ୍ରବେଶ କରିଛନ୍ତି। ତାଙ୍କ ନାମ ମହମ୍ମଦ ଇଶା ବୋଲି ଜଣାପଡ଼ିଛି। ମହମ୍ମଦ ବିମାନବନ୍ଦରରେ ପ୍ରବେଶ କରି ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟରେ ପହଞ୍ଚିଥିଲେ।

ବିମାନବନ୍ଦରରେ ପ୍ରବେଶ କରିଥିବା ବ୍ୟକ୍ତି ମହମ୍ମଦ ଇଶାଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସମସ୍ତ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ। ଏଟିଏସ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମହମ୍ମଦ ଇଶାଙ୍କୁ ପଚରାଉଚରା କରିଛନ୍ତି। ପଚରାଉଚରା ପରେ ମହମ୍ମଦ ଇଶାଙ୍କୁ ସ୍ଥାନୀୟ ପୋଲିସ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପୋଲିସ ଅଧିକ ଅନୁସନ୍ଧାନ କରିବ ଏବଂ ଏସମ୍ପର୍କରେ ଜାଣିବ। ପୋଲିସ କହିଛି ଯେ, ଅଭିଯୁକ୍ତ ମାନସିକ ସ୍ତରରେ ଦୁର୍ବଳ, କିନ୍ତୁ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି।

କିଛି ସପ୍ତାହ ପୂର୍ବରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦର (ଦିଲ୍ଲୀ)ର ସୁରକ୍ଷା ଉଲ୍ଲଂଘନ ହେବାର ଖବର ଆସିଥିଲା। ଜଣେ ବ୍ୟକ୍ତି ରନ୍‌ଓ୍ବେରେ ଆସିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍‌ଏଫ) ଏହି ମାମଲାରେ ଡ୍ୟୁଟି ଅବହେଳା ପାଇଁ ଜଣେ ହେଡ କନଷ୍ଟେବଳଙ୍କୁ ନିଲମ୍ବିତ କରିଛି। ସୀମା ଅତିକ୍ରମ କରି ରନ୍‌ଓ୍ବେକୁ ଆସିଥିବା ବ୍ୟକ୍ତି ମଦ୍ୟପାନ କରିଥିଲେ। ଏୟାର ଇଣ୍ଡିଆର ବିମାନର ଜଣେ ପାଇଲଟ ତାଙ୍କୁ ଶନିବାର ରାତିରେ ତାଙ୍କୁ ରନ୍‌ଓ୍ବେରେ ଦେଖିଥିଲେ। ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)୍‌କୁ ସୂଚନା ଦେଇଥିଲେ, ଜଣେ ବ୍ୟକ୍ତି ବିମାନ ଆଗକୁ ଯାଇଥିଲେ। ତୁରନ୍ତ ସିଏସ୍‌ଏଫକୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri