Posted inଖେଳ

ଡେଭିଡ୍‌ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍‌

ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ ସାଉଥୀଙ୍କ ଚତୁର୍ଥ ବଲରେ ଟିମ ଡେଭିଡ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲୀୟ ଖେଳାଳି ଏବଂ ପ୍ରଶଂସକମାନେ ଆନନ୍ଦରେ ଡେଇଁଲେ। କିନ୍ତୁ ତଥାପି ୨ଟି ବଲରୁ ୬ ରନ ସ୍କୋର କରିବାକୁ ପଡୁଥିଲା, ଅର୍ଥାତ୍‌ କିୱି ଦଳ ମ୍ୟାଚ୍‌ରେ ଥିଲା। ଓଭରର ପଞ୍ଚମ ବଲରେ ଟିମ ଡେଭିଡ ୨ ରନ ପୂରଣ କରିଥିଲେ।
ଶେଷ ବଲରେ ଅଷ୍ଟ୍ରେଲିଆ ୪ ରନ ଆବଶ୍ୟକ କରିଥିଲା। ଟିମ ଡେଭିଡ ବ୍ୟାଟିଂ କରୁଥିଲେ। ଶେଷ ବଲରେ ଚୌକା ମାରି ଟିମ ଡେଭିଡ କଙ୍ଗାରୁକୁ ବିଜୟ ଆଡକୁ ନେଇଥିଲେ। ନ୍ୟୁଜିଲାଣ୍ଡଠାରୁ ଟିମ ଡେଭିଡ ମ୍ୟାଚ ଛଡ଼ାଇ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ଉଇକେଟ ହରାଇ ୨୧୫ ରନ ସ୍କୋର କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ରାଚିନ ରବିନ୍ଦ୍ର ୩୫ ବଲରେ ୬୮ ରନ ସଂଗ୍ରହ କରିଥିଲେ। ଡ୍ବେନ କନୱେ ୪୬ ବଲରେ ୬୩ ରନ ସଂଗ୍ରହ କରିଥିଲେ। ଫିନ ଆଲେନ ୧୭ଟି ବଲରେ ୩୨ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଟାର୍ଗେଟ ସହଜ ନ ଥିଲା। କିନ୍ତୁ ମିଚେଲ ମାର୍ଶ ଅଷ୍ଟ୍ରେଲିଆର ଆଶାକୁ ବଞ୍ଚାଇ ରଖିଥିଲେ। ମିଚେଲ ମାର୍ଶ ୪୪ ବଲରେ ୭୨ ରନ ସ୍କୋର କରିଥିଲେ। ଶେଷ ଓଭରରେ ଟିମ ଡେଭିଡ ବାକି କାମ ସମାପ୍ତ କରିଥିଲେ। ୧୦ଟି ବଲରେ ୩୧ ରନ ସ୍କୋର କରି ଟିମ ଡେଭିଡ ଅଷ୍ଟ୍ରେଲିଆକୁ ବିଜୟ ଆଡକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri