Posted inଖେଳ

ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ଭଲ ବୋଲିଂ କରିଥିଲେ। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମରା ପ୍ରଥମ ଇନିଂସରେ ୬ ଟି ୱିକେଟ ନେଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ମଧ୍ୟ ୩ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ। ତାଙ୍କର ଶ୍ରେଷ୍ଠ ବୋଲିଂ ପାଇଁ ବୁମରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ସେ ବିଶ୍ୱର ପ୍ରଥମ ବୋଲର ଯିଏ ତିନୋଟି ଫର୍ମାଟରେ ଶୀର୍ଷରେ ରହିଛନ୍ତି ।

ଭାରତୀୟ ଦଳର ଷ୍ଟାର ବୋଲର ତଥା ଟେଷ୍ଟ ଉପ-ଅଧିନାୟକ ବୁମରା ତାଙ୍କ ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି। ବୁମରାଙ୍କ ପୂର୍ବରୁ ଅଶ୍ୱିନ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଥିଲେ କିନ୍ତୁ ବର୍ତ୍ତମାନ ୮୮୧ ପଏଣ୍ଟ ସହ ସେ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଛନ୍ତି। ନୂତନ ର଼୍ୟାଙ୍କିଙ୍ଗ ଅନୁଯାୟୀ ଅଶ୍ୱିନ ବର୍ତ୍ତମାନ ୮୪୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮୫୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ବୋଲର ତାଲିକାରେ ତାଙ୍କ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ।

 

ଆହୁରି ପଢ଼ନ୍ତୁ:  ଟିମ୍‌ ଇଣ୍ଡିଆରେ ରୋହିତ-ବିରାଟଙ୍କ ସ୍ଥାନ ନେବେ ଏହି ଦୁଇ କ୍ରିକେଟର: ଜଣେ ଗଲେ ଆଉ ଜଣେ ଆସିବେ…

 

ଅଶ୍ୱିନଙ୍କ ସହିତ ତାଙ୍କ ସ୍ପିନ ବୋଲିଂ ପାର୍ଟନର ରବିନ୍ଦ୍ର ଜାଡେଜା ମଧ୍ୟ ନୂତନ ଟେଷ୍ଟ ମାନ୍ୟତାରେ ତଳକୁ ଆସିଛନ୍ତି। ଏହି ସର୍ବଶେଷ ର଼୍ୟାଙ୍କିଙ୍ଗ ପୂର୍ବରୁ ଜାଡେଜା ଅଷ୍ଟମ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନ ଏହା ପରେ ସେ ଦଶମ ସ୍ଥାନକୁ ଖସି ଆସିଛନ୍ତି। ଏଥିସହିତ ୪୧ ବର୍ଷୀୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଗୋଟିଏ ସ୍ଥାନ ହାସଲ କରି ଅଷ୍ଟମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ବ୍ୟତୀତ ନାଥନ ଲିଆନ ଦଶମ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri