ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି ବୁଲିବା ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି। କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଛୁଆହାତୀ ପୋତା ଯାଇଥିବା ସ୍ଥାନରେ ମା’ହାତୀ ପହଞ୍ଚତ୍ବା ଫଟୋ କେନ୍ଦୁଝର ବନ ବିଭାଗ ଜାରି କରିବା ପରେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଛି। ମା’ ଓ ହାତୀ ଛୁଆ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ପ୍ରାଣୀପ୍ରେମୀମାନଙ୍କୁ ଆନ୍ଦୋଳିତ କରିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ-ବି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀପଲ ଶନିବାରଠାରୁ ଡେରା ପକାଇଛନ୍ତି। ଉକ୍ତ ଦଳର ଏକ ମାଈ ହାତୀ ରବିବାର ରାତି ପ୍ରାୟ ୮ଟା ବେଳେ ଡଡୁଆଁ ଗ୍ରାମ ନିକଟ ବିଲ ମଧ୍ୟରେ ରବିବାର ରାତିରେ ଛୁଆ ଜନ୍ମ ଦେଇଥିଲା। ପରେ ଉକ୍ତ ହାତୀ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଦଳର ଅନ୍ୟ ହାତୀ ବୈତରଣୀ ନଦୀ ଅପରପାଶର୍‌ବ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ଓ ଅନ୍ୟ ଏକ ଛୁଆହାତୀ ମୃତ ହାତୀଛୁଆର ଚାରି ପାଖରେ ରାତିସାରା ଜଗି ରହିଥିଲେ। ଖବର ପାଇ କେନ୍ଦୁଝର ଆଇଏଫ୍‌ଏସ୍‌ ଅଜିତ୍‌ ଖାନ, କେନ୍ଦୁଝର ଏସିଏଫ୍‌ ଅଶୋକ କୁମାର ଦାସ, ଚମ୍ପୁଆ ଏସିଏଫ୍‌ ଅକ୍ଷୟ କୁମାର ଛତ୍ରିଆ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କେନ୍ଦୁଝରରୁ ଆସିଥିବା ଡାକ୍ତରୀ ଟିମ୍‌ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ଉକ୍ତ ସ୍ଥାନରେ ମୃତଦେହ ପୋତି ଦେବା ସହ ଫୁଲ ଓ ଧୂପ ଜାଳିଥିଲେ। କିଛି ସମୟ ପରେ ସେହି ସ୍ଥାନରେ ମା’ ହାତୀ ପହଞ୍ଚତ୍ ଲୁହ ଛଳ ଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା। ଅନେକ ସମୟ ଧରି ସେଠାରେ ଛିଡ଼ା ହୋଇ ରହିଥିଲା। ସତେ ଯେପରି ସନ୍ତାନର ବିଚ୍ଛେଦକୁ ଭୁଲି ପାରୁନାହିଁ ଏବଂ ଅପେକ୍ଷା କରି ଲୋତକ ଚକ୍ଷୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାଭଳି ମନେ ହେଉଥିଲା। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ଏସି୍‌ଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri