Odisha Elections 2024

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି ଡ୍ରୋନ ୟୁକ୍ରେନ ଋଷିଆ ବିରୋଧରେ ବ୍ୟବହାର କରୁଥିବାବେଳେ ପାକିସ୍ତାନ ମଧ୍ୟ ଏହାକୁ ବ୍ୟବହାର କରୁଛି।

ମାଳଦ୍ୱୀପ, ନିଜର ବିଶାଳ ଉପକୂଳ ଓ ସମୁଦ୍ର ସୀମା ଉପରେ ନଜର ରଖିବାକୁ ଏହି ଡ୍ରେନ କିଣୁଥିବା କହିଛି। ମାଳଦ୍ୱୀପ ଏବେ ଭାରତ ବିରୋଧୀ ଦେଶ ସହ ନିଜର ସମ୍ପର୍କ ବଢାଇଛି। ନିକଟରେ ମୋଇଜୁ ପ୍ରଥମ ଥର ତୁର୍କୀ ଗସ୍ତ କରିବା ସହ ତୁର୍କୀ କମ୍ପାନୀ ବାୟକର ସହ ୩୭ମିଲିୟନ ଡଲାରର ଚୁକ୍ତି କରିଛନ୍ତି।

ସୂଚନାଥାଉ କି, କ୍ଷମତାକୁ ଆସିବା ପରେ ମୋଇଜୁ ଚାଇନା ଆଡକୁ ଢଳିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। କହିରଖୁଛୁ କି, ମାଳଦ୍ୱୀପର ଅନେକ ରାଷ୍ଟ୍ରପତି ଭାରତ ସପକ୍ଷବାଦୀ ରହିବା ସହ କ୍ଷମତାସୀନ ପାଇବା ପରେ ଭାରତକୁ ପ୍ରଥମ ଗସ୍ତ କରିଥାନ୍ତି। କିନ୍ତୁ ପ୍ରଥମ ଥର ମୋଇଜୁ କ୍ଷମତାସୀନ ପରେ ଚାଇନା ଗସ୍ତ କରିଛନ୍ତି। ଏଥିସହ ମାର୍ଚ୍ଚ ୧୫ସୁଦ୍ଧା ମାଳଦ୍ୱୀପରୁ ସେନା ପ୍ରତ୍ୟାହାର କରିବା ନେଇ ଭାରତକୁ ସମୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

୩ ଦିନ ପରେ ହୋର୍ଡିଂ ତଳୁ ମିଳିଲା ୨ ମୃତଦେହ, ବଲିଉଡରେ ଶୋକର ଛାୟା

ମୁମ୍ବାଇ,୧୭।୫: ମହାରାଷ୍ଟ୍ରର ଘାଟକୋପରରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ପେଟ୍ରୋଲ ପମ୍ପ ଉପରେ ପଡିଥିବା ଏହି ହୋର୍ଡିଂ ହଟାଯିବା ମାତ୍ରେ ଏଥିରୁ...

ହେମନ୍ତ ସୋରେନଙ୍କ ନିର୍ବାଚନ ପ୍ରଚାର ପାଇଁ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ମନି ଲଣ୍ଡରିଂ ମାମଲାରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶୁଣାଣି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ...

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri