ପରିବେଶ ପ୍ରଦୂଷଣ ସତ୍ତ୍ୱେ ନାହିଁ ପ୍ରତିକାର

ନୟାଗଡ଼ ଅଫିସ,୧୮ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଧାନ ଜମିରେ ଗୋଖାଦ୍ୟ ପାଳ ଓ ନଡ଼ାକୁ ଏବେ କିଛି ବର୍ଷ ହେଲା ପୋଡ଼ା ଚାଲିଛି। ପାଳ ନଡା ପରି ଗୋଖାଦ୍ୟ ବିଲରେ ପୋଡ଼ାଯିବା ଯୋଗୁ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ନଡ଼ା ଓ ପାଳ ପୋଡିର କୁପ୍ରଭାବ ନେଇ ଚାଷୀଙ୍କୁ ସଚେତନତା କରାଯାଉ ନ ଥିବାରୁ ଏହା ଅବାଧରେ ଚାଲିଛି। ଏଭଳିସ୍ଥିତି ଲାଗି ରହିଲେ ଆଉ କିଛି ବର୍ଷ ପରେ ଦିଲ୍ଲୀ ପରି ଅସୁବିଧା ନୟାଗଡ଼ ଜିଲାର ଗାଁ  ଗହଳିର ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି। ତେବେ ଗାଈଗୋରୁ ଓ ଚାଳଘର ହ୍ରାସ କାରଣରୁ ଚାଷୀ ଖର୍ଚ୍ଚାନ୍ତ ହୋଇ ଆଉ ନଡା ଓ ପାଳ ଘରକୁ ନେଉ ନାହିଁ। ବରଂ ବିଲରେ ପାଳ ଓ ନଡା ପୋଡିବାକୁ ପରିସ୍ଥିତି ବାଧ୍ୟ କରୁଛି ବୋଲି ଅଭିଯୋଗ ଉଠିଛି।
ଏନେଇ ନୟାଗଡ ବ୍ଲକ ବାଲୁଗାଁର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଗାଁ ଗହଳିରେ ଗାଈ, ବଳଦ,ପୋଢ଼ ଓ ମଇଁଷ ଦେଖିବାକୁ ମିଳୁନାହାନ୍ତି। ଚାଷରେ ଯନ୍ତ୍ରର ବ୍ୟବହାର ବଢ଼ିବାପରେ ଏମାନଙ୍କର ସଂଖ୍ୟା ହ୍ରାସ ପାଇଲା। ଗାଈଗୋରୁଙ୍କ ପରି ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇବାପରେ ଗୋଖାଦ୍ୟ ନଡା ଓ ପାଳ ଅଦରକାରୀ ହୋଇ ପଡିଛି। କିଛି ଛତୁଚାଷୀ ଯଦିଓ ନଡା କିଣୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ। ଘରେ ଗାଈଗୋରୁ ପରି ଗୃହପାଳିତ ପ୍ରାଣୀ ନ ଥିବାରୁ ଚାଷୀ ଆଉ ଖର୍ଚ୍ଚାନ୍ତ ହୋଇ ଘରକୁ ନଡା ଓପାଳ ଆଣୁନାହିଁ। ବିଲରେ ଧାନ ଅମଳଯନ୍ତ୍ରରେ ଧାନ ସଂଗ୍ରହ କରିବାପରେ ପାଳ ଓ ନଡାକୁ ବିଲରେ ପୋଡି ପକାଉଛି। ପ୍ରଥମତଃ ନଡା ଓ ପାଳ ପୋଡି ଯୋଗୁ ପରିବେଶ ପ୍ରଦୂଷିତ ହେଲା। ୨ୟରେ ଗାଈ ପରି ଗୃହପାଳିତ ପ୍ରାଣୀଙ୍କ ଅଭାବରୁ ଜମିରେ ଗୋବର ପରି ଜୈବିକସାର ଆଉ ପଡୁନି। ପୁଣି ଆଉ ଆଗଭଳି କ୍ଷୀର, ଦହି ଓ ଘିଅ ମିଳୁନି। ଆମେ କେବଳ ରୋଗ କିଣି ଚାଲିଛେ। ଏହାର ପରଣିତି ଆମେ ଭୋଗିଲେଣି। ଆଗକୁ ଆହୁରି ଭୟଙ୍କର ହେବ। ହେଲେ ଏଥି ନେଇ ସଚେତନତା ନାହିଁ। ଏନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି ବୋଲି କହିଛନ୍ତି। ନୂଆଗାଁର ରମାକାନ୍ତ ପ୍ରଧାନ କୁହନ୍ତ, ଗାଁ  ଗହଳିରେ ଗାଈ, ବଳଦ, ପୋଢ଼ଙ୍କ ସଂଖ୍ୟା କମିଚାଲିଛି। କିଛି ଆଦିବାସୀ ଗାଇ, ଗୋରୁ ରଖିଛନ୍ତି। ହେଲେ କିଛି ଅଣଚାଷୀ ନିଜକୁ ଚାଷୀ ଦର୍ଶାଇ ଗୁହାଳ ଯୋଜନାରେ ସହାୟତା ନେଉଛନ୍ତି। ଏପଟେ ସରକାର ଗୁହାଳ ଯୋଜନାରେ ସହାୟତା ଦେଉଛନ୍ତି ସେପଟେ ନଡା ଓପାଳ ପୋଡିର କାରଣ ଖୋଜୁନାହାନ୍ତି। ସରକାର ଏହାକୁ ଅଣଦେଖା କଲେ ପରିସ୍ଥିତି ଭୟାବହ ହେବାର ରହିଛି। ରଣପୁରର କିଶୋର ସ୍ବାଇଁ କୁହନ୍ତି, ଗାଈ, ବଳଦ ଓ ପୋଢ଼ଙ୍କ ସଂଖ୍ୟା କମିଗଲାଣି। ତେବେ ଯେଉଁଚାଷୀମାନେ ଦର୍ସି ଗାଈ, ମଇଁଷୀ ପାଳୁଛନ୍ତି ସେମାନଙ୍କୁ ୧ହଜାରରୁ ଆରମ୍ଭ କରି ସହାୟତା ଦେଲେ କିଛିଟା ସମସ୍ୟା ସମାଧାନ ହୋଇପାରନ୍ତା। ଗୋଡିପଡ଼ାର ଗଣେଶ୍ୱର ମିଶ୍ର କୁହନ୍ତି, ପୂର୍ବରୁ ଗାଁଗହଳିରେ ଚାଳ ଛପର ଘର ଥିଲା। ଏବେ ଚାଳ ଛପର ଘର ସ୍ଥାନରେ ଆଜବେଷ୍ଟସ ଓ ଛାତ ଘର ଦେଖିବାକୁ ମିଳୁଛି। ଚାଷୀ ଗାଈ ଓ ବଳଦ ରଖିଲାନି। ପୁଣି ଘରକୁ ନଡା ଛପର କରିଲାନି। ଏଣୁ ପାଳ ଓ ନଡାକୁ ବିଲରେ ଯଦି ନ ପୋଡିବ ତେବେ କଣ କରିବ। ଚାଷୀ କଣ କଲେ ଭଲ ହେବ ସରକାର ସଚେତନତା କରାଇବା ଦରକାର ବୋଲି କହିଛନ୍ତି। ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, ନଡା ଓ ପାଳ ପୋଡିର କାରଣ ସମସ୍ତେ ଜାଣନ୍ତି। ହେଲେ ଚାଷୀଙ୍କୁ ସଚେତନତା କରାଇଲେ ସେ ପାଳ ଓ ନଡାକୁ ନ ପୋଡି କଣ କରିଲେ ତାର ଲାଭ ହେବ ସେନେଇ ଉପାୟ ବତାଇବା ଦରକାର। ଅନ୍ୟପକ୍ଷେ ଛତୁ ଚାଷକୁ ପ୍ରୋସତ୍ାହନ ଦେବା ଦରକାର। ଏହା ଦ୍ୱାରା ଅଧିକ ସଂଖ୍ୟକ ନଡାର ଆବଶ୍ୟକ ପଡିବ। ପାଳକୁ କଣ କରାଯିବ ସେନେଇ ଉଦ୍ୟମ କରାଯିବା ଦରକାର। ଅନ୍ୟପକ୍ଷେ ନଡା ଓ ପାଳ ପୋଡି ବନ୍ଦ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି॥


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri