Posted inଖେଳ

ଓଡ଼ିଶା ବିପକ୍ଷରେ ହାଇଦ୍ରାବାଦ ୪୯/୧

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାର ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିର ଏଲିଟ୍‌ ଗ୍ରୁପ-ଇ ଲିଗ୍‌ ମ୍ୟାଚ ଆରମ୍ଭ ହୋଇଛି। ଓଡ଼ିଶା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ଷା କାରଣରୁ କେବଳ ୧୭ ଓଭର ଖେଳ ସମ୍ଭବ ହୋଇଥିଲା। ହାଇଦ୍ରାବାଦ ଏକ ଉଇକେଟ ବିନିମୟରେ ୪୯ରନ୍‌ ସଂଗ୍ରହ କରିଛି। ଭ୍ରମଣକାରୀ ଦଳ ପକ୍ଷରୁ ୱାଫି କାଚ୍‌ଛି ଡାଇମଣ୍ଡ୍‌ ଓ ସି. ସିଦ୍ଧାର୍ଥ ରାଓ ଚେପ୍ୟାଲା ବ୍ୟାଟିଂ ଆରମ୍ଭ କରିଥିଲେ। ସିଦ୍ଧାର୍ଥ ୧୪ରନ କରି ଓଡ଼ିଶା ବୋଲର ଶ୍ରୀରାଜ ପଟ୍ଟନାୟକଙ୍କ ଦ୍ୱାରା ସେ ଆଉଟ୍‌ ହୋଇଯାଇଛନ୍ତି। ପ୍ରଥମ ଦିବସର ଖେଳ ଶେଷବେଳକୁ ୱାଫି କାଚ୍‌ଛି ୧୬ ଏବଂ ଆର୍‌. ଅଲଙ୍କ୍ରିଡ୍‌ ୧୩ରନ କରି ଅପରାଜିତ ରହିଛନ୍ତି। ଓଡ଼ିଶା ପକ୍ଷରୁ ଶ୍ରୀରାଜ ପଟ୍ଟନାୟକ ୭ ଓଭରରେ ୧୫ରନ ଦେଇ ଗୋଟିଏ ଉଇକେଟ ନେଇଛନ୍ତି।
ବିସିସିଆଇର ଅମ୍ପାୟର ପ୍ରେମଦୀପ ଚାଟାର୍ଜୀ ଓ ରବିଶଙ୍କର ଖେଳ ପରିଚାଳନା କରିଥିଲେ। ଅମିତ ଶର୍ମା ମ୍ୟାଚ ରେଫରି ଥିବାବେଳେ ପରମବୀର ସିଂ ଅନ୍‌ଲାଇନ ସ୍କୋରର ଅଛନ୍ତି। ସଞ୍ଜୟ କୁମାର ଏବଂ ଅମିତ କୁମାର ଭିଡ଼ିଓ ଆନାଲିଷ୍ଟ ଅଛନ୍ତି। ଉଦ୍‌ଘାଟନୀ ସମାରୋହରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଭେନ୍ୟୁ ମ୍ୟାନେଜର ଡି. ମୁରଲୀ କ୍ରିଷ୍ଣା, ଜିଲା କ୍ରିକେଟ ଆସୋସିଏଶନ ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri