ହ୍ୟାଟ୍ରିକ୍‌ ଅପେକ୍ଷାରେ ଦେବରାଜ

ନବାଗତ ନାୟକ ଦେବରାଜ। ଗତବର୍ଷ ତାଙ୍କର ଡେବ୍ୟୁ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ରିଲିଜ୍‌ ହୋଇଥିଲା। ଆରମ୍ଭରୁ ହିଁ ସେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ସଫଳତା। ଆଉ ଏବେ ବ୍ୟାକ୍‌-ଟୁ-ବ୍ୟାକ୍‌ ତିନୋଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ସେଗୁଡ଼ିକ ହେଲା-ସରୋଜକାନ୍ତଙ୍କ ନିର୍ଦ୍ଦେଶିତ ‘ଚାଲ୍‌ ଟିକେ ପ୍ରେମ କରିବା, ଏସ୍‌. ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ ଲୈଲା ମୁଁ ମଜ୍‌ନୁ’ ଏବଂ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ବାବାଜୀକା ଠୁଲୁ’। ଏ ସମ୍ପର୍କରେ ଦେବରାଜ କହନ୍ତି, ‘ଏହି ତିନୋଟି ଫିଲ୍ମର କାହାଣୀ ଭିନ୍ନ ଧରଣର ଏବଂ ମୋତେ ମିଳିଥିବା ଭୂମିକାଗୁଡିକରେ ନୂତନତ୍ୱ ରହିଛି। ‘ବାବାଜୀକା ଠୁଲୁ’ରେ ମୋତେ ଝିଅ ଗେଟ୍‌ଅପରେ ଦର୍ଶକ ଦେଖିବାକୁ ପାଇବେ। ଅନ୍ୟ ଦୁଇଟି ସିନେମାରେ ମୋତେ ମିଳିଛି ଭିନ୍ନ ଧରଣର ରୋମାଣ୍ଟିକ୍‌ ଭୂମିକା। କେବଳ ଏହି ତିନୋଟି ଫିଲ୍ମ ନୁହେଁ, ମୋ ଭୂମିକାଗୁଡିକ ମଧ୍ୟ ଦର୍ଶକଙ୍କୁ ଡିଫରେଣ୍ଟ ଟେଷ୍ଟ ଦେବ ବୋଲି ବିଶ୍ୱାସ ରହିଛି।’ ‘ବାବାଜୀକା ଠୁଲୁ’ରେ ତାଙ୍କ ଅପୋଜିଟ୍‌ରେ ସ୍ବାତୀ ନାୟିକା ସାଜିଥିବା ବେଳେ ଦ୍ୱିଭାଷୀ (ଓଡ଼ିଆ-ଛତିଶଗଡି) ‘ତୁ ଲୈଲା ମୁଁ ମଜନୁ’ରେ ଛତିଶଗଡି ଫିଲ୍ମ ଇଣ୍ଡଷ୍ଟ୍ରିର ରୋମାଣ୍ଟିକ୍‌ ନାୟିକା ଆନିକେତ ଚୌହାନ ଓ ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ‘ଚାଲ୍‌ ଟିକେ ପ୍ରେମ କରିବା’ରେ ଚିନ୍ମୟୀ ପ୍ରିୟଦର୍ଶିନୀ ଫିମେଲ୍‌ ଲିଡ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri