ଡଙ୍କାରୀ ପାହାଡ଼ରେ କଳାପଥର ଲୁଟ୍‌

ଯାଜପୁର,୧ା୧୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର, ବାଲି, ମୋରମ ଓ ମାଙ୍କଡ଼ା ପଥର ବହୁ ପରିମାଣରେ ଗଚ୍ଛିତ ରହିଛି। ତେବେ ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା ବହୁ ମୂଲ୍ୟବାନ କଳାପଥର ଚୋରି କାରବାର ଏବେ ଅଣାୟତ୍ତ ହେବାରେ ଲାଗିଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ଲିଜ୍‌ ଏରିଆକୁ ଲାଗି ଅନ୍ୟ ଖାଦାନଗୁଡ଼ିକରୁ ଚୋରି କରୁଛନ୍ତି। ଏଭଳି ଗୁରୁତର ଅଭିଯୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ବ୍ୟତୀତ କେତେଜଣ ଲିଜ୍‌ଧାରୀ ଖଣି ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ, ଯାଜପୁର ଲଘୁ ଖଣିଜ ଦ୍ରବ୍ୟ ଉପ ନିର୍ଦ୍ଦେଶକ ଏବଂ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଅନୁଯାୟୀ ବେଆଇନ ଖାଦାନ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଆଇନଗତ ଲିଜ୍‌ଧାରୀମାନେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହିକ୍ରମରେ କଳାପଥର ଚୋରି କାରବାରକୁ ବନ୍ଦ ଏବଂ ସେମାନଙ୍କ ବିରୋଧରେ ଜରିମାନା ନ କରିବା ପର୍ଯ୍ୟନ୍ତ ଉତ୍ତୋଳନ କାର୍ଯ୍ୟକୁ ବନ୍ଦ କରିବାକୁ ଅଭିଯୋଗକାରୀ ଲିଜ୍‌ଧାରୀମାନେ ଚେତାବନୀ ଦେଇଛନ୍ତି।
ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ହେଲେ ଏଯାଏ ମାତ୍ର ୨୫ଟି ଖାଦାନକୁ ଲିଜ୍‌ ଦେଇ ଚୁକ୍ତି କରାଯାଇଛି। ଏହାର ସୁଯୋଗରେ ଅଣଲିଜ୍‌ ଖାଦାନଗୁଡିକୁ ନିୟମିତ ଭାବେ ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଜରିମାନା ଭୟରେ ନିଜର ଲିଜ୍‌ ଅଞ୍ଚଳରୁ କଳାପଥର ଉତ୍ତୋଳନ ନ କରି ଅଣଲିଜ୍‌ ଖାଦାନଗୁଡ଼ିକରୁ ଅନେକ ଲକ୍ଷ ଟଙ୍କାର କଳାପଥର ଚୋରି ହୋଇ ସାରିଛି। ଡଙ୍କାରୀ ପାହାଡ଼ର ୧୭ ନମ୍ବର, ୧/୪ ନମ୍ବର ଓ ୩/୯ ନମ୍ବର ଲିଜ୍‌ଧାରୀମାନେ ତଥା ପି.ଜେ. ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା ଓ ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ନିରଞ୍ଜନ ରାଉତ ଏଭଳି ଲୁଟ୍‌ କାରବାରରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି। ଏପରି କି ଡଙ୍କାରୀ ପାହାଡ଼ର ୧୮ ନମ୍ବର ଖାଦାନକୁ ଲକ୍ଷ୍ମୀ ଏକ୍ସପୋର୍ଟ ସହ ଚୁକ୍ତି ହୋଇଥିଲେ ହେଁ ତାକୁ କଳାପଥର ଉତ୍ତୋଳନ କରିବାକୁ ଦିଆଯାଉନାହିଁ। ସେଠାରୁ ଜୋରଜବରଦସ୍ତ ଉପରୋକ୍ତ ଲିଜ୍‌ଧାରୀମାନେ କଳାପଥର ଚୋରି କରୁଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଲିଜ୍‌ଧାରୀ ପି.ଜେ. ମିନେରାଲ୍ସର ଅନ୍ୟତମ ନିର୍ଦ୍ଦେଶକ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନାମରେ ପୂର୍ବରୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହେବା ପ୍ରମାଣିତ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ୭୯ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି। କିନ୍ତୁ ପୁଣି କେମିତି ପି.ଜେ. ମିନେରାଲ୍ସ ନାମରେ ଡଙ୍କାରୀ ପାହାଡ଼ର ୧୭ ନମ୍ବର ଖାଦାନକୁ ଲିଜ୍‌ ସୂତ୍ରରେ ଦିଆଯାଇଛି ସେ ନେଇ ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ମାଇନିଂ ରୁଲ୍ସ ଏବଂ ରେଗୁଲେଶନର ବିରୁଦ୍ଧାଚରଣ ହୋଇଛି ବୋଲି କୁହାଯାଇଛି। ଏଭଳି ଲୁଟ୍‌ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଅଣଲିଜ୍‌ ଖାଦାନଗୁଡ଼ିକୁ ଲିଜ୍‌ସୂତ୍ରରେ ଦେବାକୁ ବିଳମ୍ବ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଲକ୍ଷ୍ମୀ ଏକ୍ସପୋର୍ଟକୁ ଡଙ୍କାରୀ ପାହାଡ଼ର ୫ ନମ୍ବର ଖାଦାନକୁ ଲିଜ୍‌ ଦିଆଯାଇଛି। କିନ୍ତୁ ଏହି ଖାଦାନରେ ମଧ୍ୟ ଚୋରି କାରବାର ଚାଲିଥିବାରୁ ସେଠାରୁ ଆଇନଗତ ଭାବେ କଳାପଥର ଉତ୍ତୋଳନ ହୋଇ ପାରୁନାହିଁ। ଏହାବାଦ୍‌ ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟି, ଆରୁହା ଓ ବିଛାଖଣ୍ଡି ପାହାଡ଼ରୁ ଅନେକ କୋଟି ଟଙ୍କାର କଳାପଥର ଚୋରି ହେଉଛି। ଏହିକ୍ରମରେ ଆଖପାଖ ଷ୍ଟୋନ୍‌ କ୍ରଶରଗୁଡ଼ିକରେ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଗଚ୍ଛିତ ରହିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ପୋଲିସ ଷ୍ଟେଶନରେ ଏକାଧିକ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ତେଣୁ ରାଜ୍ୟ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପ୍ରମୁଖ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଖଣି, ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ସଂପୃକ୍ତ ଅଧିକାରୀମାନେ ହାତରେ ହାତ ଦେଇ ବସିଥିବା ଆଲୋଚନା ହେଉଛି। ଫଳରେ ଏହାର ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁ ନିୟମିତ ବ୍ୟବଧାନରେ ପଥର ଚାପାରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ନଜିର ରହିଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ତଥାପି ଖୁବଶୀଘ୍ର ବେଆଇନ ଉତ୍ତୋଳନ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri