Posted inଜାତୀୟ

ସ୍କୁଲ୍‌ରେ ପଢ଼ାଯିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ,୨୨ା୧୧: ସ୍କୁଲ୍‌ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ସୁପାରିସ କରିଛି। ଏଥିସହିତ ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନର ପ୍ରସ୍ତାବନାକୁ ଲିପିବଦ୍ଧ କରିବା ପାଇଁ ମଧ୍ୟ ସୁପାରିସ କରାଯାଇଥିବା କମିଟି ଅଧ୍ୟକ୍ଷ ସି.ଆଇ. ଆଇଜାକ୍‌ ମଙ୍ଗଳବାର କହିଛନ୍ତି। ଗତବର୍ଷ ଗଢ଼ାଯାଇଥିବା ୭ ଜଣିଆ କମିଟି ସାମାଜିକ ବିଜ୍ଞାନ ଚୂଡ଼ାନ୍ତ ପେପର ପାଇଁ ଅନେକ ସୁପାରିସ କରିଥିବା ଜଣାପଡ଼ିଛି। ଉକ୍ତ ସୁପାରିସଗୁଡ଼ିକୁ ୧୯ ଜଣିଆ ନ୍ୟାଶନାଲ ସିଲାବସ୍‌ ଆଣ୍ଡ ଟ୍ରେନିଂ ଲର୍ନିଂ ମ୍ୟାଟେରିଆଲ କମିଟି (ଏନ୍‌ଏସ୍‌ଟିସି) ବିଚାରକୁ ନେଇପାରନ୍ତି। ଉକ୍ତ କମିଟି ସ୍କୁଲ୍‌ ପିଲାଙ୍କ ପାଇଁ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ଚୂଡ଼ାନ୍ତ କରିବା ପାଇଁ ଜୁଲାଇରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷାଦେବା ଉଲ୍ଲେଖନୀୟ ଘଟଣା ବୋଲି ଆଇଜାକ୍‌ କହିଛନ୍ତି। ପିଲାମାନେ ଛୋଟ ବୟସରେ ସେମାନଙ୍କ ଆତ୍ମସମ୍ମାନ ସାଙ୍ଗକୁ ରାଷ୍ଟ୍ର ପାଇଁ ଦେଶଭକ୍ତି, ଗୌରବ ଆଣିବା ଶିଖିପାରିବେ। ଦେଶଭକ୍ତି ଅଭାବରୁ ପ୍ରତିବର୍ଷ ହଜାର ହଜାର ଛାତ୍ରୀଛାତ୍ର ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ସେଥିପାଇଁ ସେମାନେ ନିଜର ମୌଳିକତ୍ୱକୁ ଜାଣିବା ଓ ନିଜ ଦେଶ ତଥା ସଂସ୍କୃତି ପାଇଁ ସେମାନଙ୍କ ମଧ୍ୟରେ ଭଲପାଇବା ବିକଶିତ କରିବାକୁ ହେବ ବୋଲି ଆଇଜାକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri